ଆଜିଠୁ କାକଟପୁର ମା’ ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁ ଯାତ୍ରା, ଲାଗିଛି ଭକ୍ତଙ୍କ ଭିଡ଼

କାକଟପୁର ବାସିନୀ ମା ମଙ୍ଗଳାଙ୍କ ବାରମାସରେ ତେର ପର୍ବ । ସେଥିମଧ୍ୟରୁ ଚୈତ୍ରମାସର ଝାମୁଯାତ୍ରା ହେଉଛି ମା’ ମଙ୍ଗଳାଙ୍କ ମୁଖ୍ୟ ପର୍ବ । ଏହି ସମୟରେ ମା ମଙ୍ଗଳାଙ୍କ ମନ୍ଦିରରେ ଦେଖିବାକୁ ମିଳିଥାଏ ଅନେକ କିଛି ପରମ୍ପରା ।

କାକଟପୁର ମା ମଙ୍ଗଳାଙ୍କ ଆଜିଠାରୁ ଆରମ୍ଭ ହେଲା ଚୈତ୍ରମାଷ ମଙ୍ଗଳବାର ପାଳିଯାତ୍ରା, ଚୈତ୍ରମାଷର ପ୍ରଥମ ମଙ୍ଗଳବାରରେ ପ୍ରଥମ ପାଳିଯାତ୍ରା ଆଜି ଆରମ୍ଭ ହୋଇଛି । ହୋଲିରେ ଯାତ୍ରା ଆରମ୍ଭ ହେଉଥିବା ବେଳେ ରାଜରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ । ଆଜିଠୁ ମା’ଙ୍କର ପ୍ରସିଦ୍ଧ ଝାମୁ ଯାତ୍ରା । ଏଥିପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଭକ୍ତ ରାତ୍ରି ଚାରିଟା ସମୟରୁ ବ୍ୟାରିକେଟ ମାଧ୍ୟମରେ ଧାଡିକରି ମା ମଙ୍ଗଳାଙ୍କୁ ଦର୍ଶନ କରୁଛନ୍ତି ।

କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ପୀଠ ଆଜି ଚଳଚଞ୍ଚଳ । କାକଟପୁର ବାସିନୀ ମା ମଙ୍ଗଳାଙ୍କ ବାରମାସରେ ତେର ପର୍ବ । ସେଥିମଧ୍ୟରୁ ଚୈତ୍ରମାସର ଝାମୁଯାତ୍ରା ହେଉଛି ମା’ ମଙ୍ଗଳାଙ୍କ ମୁଖ୍ୟ ପର୍ବ । ଏହି ସମୟରେ ମା ମଙ୍ଗଳାଙ୍କ ମନ୍ଦିରରେ ଦେଖିବାକୁ ମିଳିଥାଏ ଅନେକ କିଛି ପରମ୍ପରା । ଆଜି ମା’ ମଙ୍ଗଳା ବିଭିନ୍ନ ସୁନା ଅଳଙ୍କାରରେ ଭୂଷିତ ହୋଇ ରାଜରାଜେଶ୍ଵରୀ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି ।

ମନ୍ଦିର ପ୍ରଶାସନ ପକ୍ଷରୁ ମାଆ ମଙ୍ଗଳାଙ୍କ ପାଇଁ ଏକ କେଜି ଓଜନର ସୁନା ମୁକୁଟ ପ୍ରସ୍ତୁତ କରାଯାଇଛି । ସକାଳୁ ନୀତିକାନ୍ତି ସରିବା ପରେ ଧାଡ଼ିରେ ଯାଇ ମାଆଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଘଣ୍ଟ ଘଣ୍ଟାରେ ମନ୍ଦିର ପରିବେଶ ପ୍ରକମ୍ପିତ ହୋଇଉଠୁଛି । ମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତମାନଙ୍କ ଦର୍ଶନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଝାମୁ ଯାତ୍ରା ପାଇଁ ମାନସିକଧାରୀ ମହିଳାଙ୍କ ପନ୍ଥେଇ ପୂଜା, ପାଟୁଆ ନୃତ୍ୟ, ଯାଦବ ଭାଇଙ୍କ ଲଉଡ଼ି ଖେଳର ପରମ୍ପରା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.