୪ ଟିଏମସି ନେତାଙ୍କୁ ଗିରଫ କଲା ସିବିଆଇ, ଖବର ଜାଣିବା ପରେ ଅଫିସରେ ପହଁଚିଲେ ମମତା ବାନାର୍ଜୀ

କୋଲକାତା (କେନ୍ୟୁଜ) : ପଶ୍ଚିମବଙ୍ଗରେ ହାଇ ଡ୍ରାମା । ଟିଏମସି ନେତାଙ୍କୁ ଗିରଫ କଲା ସିବିଆଇ। ଚାରି ଟିଏମସି ନେତାଙ୍କ ମଧ୍ୟରେ ଅଛନ୍ତି ଦୁଇ ମନ୍ତ୍ରୀ । ଏମାନେ ହେଲେ ଫିରାଦ ହାକିମ ଓ ସୁବ୍ରତ ମୁଖାର୍ଜୀ । ଏହାସହ ବିଧାୟକ ମଦନ ମିତ୍ର ଓ ପୂର୍ବତନ ମେୟର ଶୋଭନ ଚାଟାର୍ଜୀଙ୍କୁ ମଧ୍ୟ ଗିରଫ କରିଛି ସିବିଆଇ । ନାରଦା ଷ୍ଟିଙ୍ଗ ଅପରେସନରେ ଏମାନଙ୍କ ସମ୍ପୃକ୍ତି ନେଇ ସିବିଆଇ ଗିରଫ କରିଥିବା ଜଣାପଡିଛି । ପ୍ରଥମେ ଏହି ୪ ନେତାଙ୍କୁ ସିବିଆଇ କାର୍ଯ୍ୟାଳୟକୁ ଆଣିଥିଲା । କିଛି ସମୟ ଜେରା କରିବା ପରେ ଗିରଫ କରିଥିଲା ସିବିଆଇ ।

ତେବେ ଏହି ଖବର ଜଣାପଡିବା ପରେ ତୁରନ୍ତ ସିବିଆଇ କାର୍ଯ୍ୟାଳୟରେ ପହଁଚିଥିଲେ ମମତା ବାନାର୍ଜୀ । ଯାହାକୁ ନେଇ ରାଜନୀତି ଜୋର ଧରିଛି । ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଯଦି ସେମାନଙ୍କୁ ଗିରଫ କଲ, ତାହେଲେ ମୋତେ ଗିରଫ କର ବୋଲି କହିଛନ୍ତି ମମତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.