Below header

Aviganର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ସଫଳ, ସବୁଦେଶକୁ ଟୀକା ପଠାଇବାକୁ ଯୋଜନା କରୁଛି ଜାପାନ

କରୋନା ଭାଇରସ୍‌ର ଭ୍ୟାକ୍‌ସିନ୍‌ ତିଆରି କରିବା ପାଇଁ ଏବେ ସବୁଦେଶ ଲାଗିପଡ଼ିଛନ୍ତି। ରୁଷ ଟୀକା ତିଆରି କରିସାରିଥିଲେ ମଧ୍ୟ ଭାରତକୁ ଆସିବାକୁ ଆହୁରି ୨-୩ ମାସ ସମୟ ଲାଗିବ। ତେବେ ଇତି ମଧ୍ୟରେ ଜାପାନରୁ ଆଉ ଏକ ଖୁସି ଖବର ଆସିଛି। ଜାପାନର ଫୁଜିଫିଲ୍ମ କମ୍ପାନୀର ଆଭିଗନ୍ ମେଡିସିନ୍‌ କରୋନା ରୋଗୀଙ୍କୁ ସୁସ୍ଥ କରିବାରେ ସଫଳ ହେଉଛି। ଏହାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ସଫଳ ହୋଇଛି।

କମ୍ପାନୀର କହିବାନୁସାରେ ଆଭିଗନ୍‌ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ୧୫୬ ଜଣ ରୋଗୀକୁ ସାମିଲ କରାଯାଇଥିଲା। ସେମାନଙ୍କ ଶରୀରରେ ଏହି ଟୀକା ଧୀରେ ଧୀରେ କାମ କରୁଛି ଓ ରୋଗୀମାନେ ସୁସ୍ଥ ହେଉଛନ୍ତି। ଏନେଇ ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଘୋଷଣା କରି କହିଛନ୍ତି ଖୁବ୍‌ଶୀଘ୍ର ସାରା ବିଶ୍ୱରେ ଏହି ଟୀକା ପହଞ୍ଚାଯିବ। ଫଳରେ ଲୋକମାନେ ସୁସ୍ଥ ହୋଇ ସାଧାରଣ ଜୀବନଯାପନ କରିବେ।
ସୂଚନାଯୋଗ୍ୟ ଯେ ୨୦୧୪ ମସିହାରେ ଆଭିଗନ୍କୁ ଜରୁରୀକାଳୀନ ଫ୍ଲୁ ଚିକିତ୍ସା ଭାବେ ଘୋଷଣା କରାଯାଇଥିଲା। ମାତ୍ର କରୋନା ପାଇଁ ଏହା କେତେକ ଦୂର ଠିକ୍‌ ତାହାର ପରୀକ୍ଷଣ ଏବେ ହେଉଛି। ଏହି ଟୀକାର ପରୀକ୍ଷଣ ସଫଳ ହେଲେ କରୋନାରୁ ଖୁବ୍‌ଶୀଘ୍ର ନିସ୍ତାର ମିଳିବ ବୋଲି ଆଶା ପ୍ରକାଶ କରିଛନ୍ତି ଜାପାନ ପ୍ରଧାନମନ୍ତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.