Below header

ଦେଶରେ ୯୧ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା, ୨୪ ଘଣ୍ଟାରେ ଜୀବନ ହାରିଲେ ୧୧୨୯

ନୂଆଦିଲ୍ଲୀ: ଦେଶରେ କରୋନା କାୟା ଦ୍ରୁତ ଗତିରେ ଜାରି ରହିଛି । ଆକ୍ରାନ୍ତ ସଂଖ୍ୟା ସହ ସୁସ୍ଥ ସଂଖ୍ୟା ବି ବଢୁଥିବା କାରଣରୁ ଏହା କିଛିଟା ଆଶ୍ବସ୍ତି ଆଣିଛି । ଗତ ୨୪ ଘଣ୍ଟା ଭିତରେ ଦେଶରେ ୮୬ ହଜାର ୫୦୮ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୧୧୨୯ଜଣଙ୍କ ମୃତ୍ୟୁ ହୋଇଛି । ଏହି ତଥ୍ୟ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଛି । ଗୁରୁବାର ସକାଳ ସମୟରେ ମନ୍ତ୍ରାଳୟ ଦ୍ୱାରା ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଭାରତରେ ଏଯାବତ କରୋନା ସଂକ୍ରମିତ ସଂଖ୍ୟା ୫୭ ଲକ୍ଷ ପାର ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୯୧ ହଜାର ପାର ହୋଇଛି ।

ମୋଟ ରୂପରେ ଦେଖିବାକୁ ଗଲେ ୫୭ ଲକ୍ଷ ୩୨ ହଜାର ୫୧୯ ଛୁଇଁଛି ସଂକ୍ରମିତ ସଂଖ୍ୟା । ଯେବେକି ୯୧ ହଜାର ୧୪୯ରେ ପହଂଚିଛି ମୃତ୍ୟୁ ସଂଖ୍ୟା । ଏମଧ୍ୟରୁ ବର୍ତ୍ତମାନ ସମୟରେ ୯ ଲକ୍ଷ ୬୬ ହଜାର ୩୮୨ ସକ୍ରିୟ ମାମଲା ଥିବା ବେଳେ ୪୬ ଲକ୍ଷ ୭୪ ହଜାର ୯୮୮ ଜଣ ସୁସ୍ଥ ହୋଇ ଫେରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.