Below header

ଭୂମି ତଳେ ଗଭୀର ମହାସାଗର ଆବିଷ୍କୃତ, ପୃଥିବୀର ସମସ୍ତ ମହାସାଗର ଆକାର ଠାରୁ ତିନିଗୁଣ ଅଧିକ

ଭୂମି ତଳେ ଗଭୀର ମହାସାଗର ଆବିଷ୍କୃତ । ଭୂମି ତଳେ ଲୁଚି ରହିଥିବା ଜଳର ଏକ ବିଶାଳ ଭଣ୍ଡାର ଆବିଷ୍କୃତ ହୋଇଛି । ଇଲିନୋଇସର ଇଭାନ୍ସଟନ୍ ସ୍ଥିତ ନର୍ଥ ୱେଷ୍ଟର୍ଣ୍ଣ ୟୁନିଭର୍ସିଟିର ଗବେଷକ ମାନେ ଏହାକୁ ଠାବ କରିଛନ୍ତି । ଏହି ଭୂତଳ ଜଳ ଉତ୍ସ ପୃଥିବୀର ସମସ୍ତ ମହାସାଗରର ଆକାର ଠାରୁ ତିନିଗୁଣ ଅଧିକ ହେବ ବୋଲି ଆକଳନ କରାଯାଇଛି ।

ନୂଆଦିଲ୍ଲୀ : ଭୂମି ତଳେ ଗଭୀର ମହାସାଗର ଆବିଷ୍କୃତ ।  ଭୂମି ତଳେ ଲୁଚି ରହିଥିବା ଜଳର ଏକ ବିଶାଳ ଭଣ୍ଡାର ଆବିଷ୍କୃତ ହୋଇଛି ।  ଇଲିନୋଇସର ଇଭାନ୍ସଟନ୍ ସ୍ଥିତ ନର୍ଥ ୱେଷ୍ଟର୍ଣ୍ଣ ୟୁନିଭର୍ସିଟିର ଗବେଷକ ମାନେ ଏହାକୁ ଠାବ କରିଛନ୍ତି ।  ଏହି ଭୂତଳ ଜଳ ଉତ୍ସ ପୃଥିବୀର ସମସ୍ତ ମହାସାଗରର ଆକାର ଠାରୁ ତିନିଗୁଣ ଅଧିକ ହେବ ବୋଲି ଆକଳନ କରାଯାଇଛି ।  ପୃଥବୀ ପୃଷ୍ଠ ଠାରୁ ପ୍ରାୟ ୭ଶହ କିଲୋମିଟର ତଳେ ଅବସ୍ଥିତ ଏହି ମହାସାଗର ମାଧ୍ୟମରେ ପୃଥିବୀର ଜଳଚକ୍ରକୁ ଅନୁଧ୍ୟାନ କରିବା ପାଇଁ ନୂତନ ଉପାୟ ଖୋଲିଛି ।

ଗବେଷକ ମାନେ ରିଙ୍ଗଉଡାଇଟ୍ ନାମକ ଏକ ଖଣିଜ ଭିତରେ ଲୁଚି ରହିଥିବା ସମୁଦ୍ରକୁ ଠାବ କରିଛନ୍ତି । କିଛି ବୈଜ୍ଞାନିକଙ୍କ ମତରେ ଧୂମକେତୁ ପ୍ରଭାବରେ ଜଳ ଉତ୍ପନ୍ନ ହୋଇଛି ।  ଏହି ଗବେଷଣାର ଦାୟିତ୍ବ ନେଇଥିବା ଇଲିନୋଇସର ଇଭାନ୍ସଟନ୍ ସ୍ଥିତ ନର୍ଥ ୱେଷ୍ଟର୍ଣ୍ଣ ୟୁନିଭର୍ସିଟିର ବୈଜ୍ଞାନିକ ଷ୍ଟିଭେନ୍ ଜାକବସେନ୍ ଏକ ସାକ୍ଷାତକାରରେ କହିଛନ୍ତି ଯେ, ପୃଥିବୀର ଜଳ ଗ୍ରହ ଭିତରୁ ହିଁ ଆସିଥିବାର ଦୃଢ ପ୍ରମାଣ ଦେଉଛି । ସମଗ୍ର ଯୁକ୍ତରାଷ୍ଟ୍ର ଆମେରିକାରେ ରଖାଯାଇଥିବା ୨ ହଜାର ସିସ୍ମୋଗ୍ରାଫ୍ ବ୍ୟବହାର କରି ଗବେଷକ ମାନେ ଏହି ଭୂତଳ ମହାସମୁଦ୍ର ଠାବ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.