ଏଣିକି ସ୍କୁଲ ସମୟରେ ୩ ଥର ହେବ ଜଳପାନ ବିରତି, ପାଣି ପିଇବେ ଛାତ୍ରଛାତ୍ରୀ

ରାଜ୍ୟରେ ସମସ୍ତ ବିଦ୍ୟାଳୟରେ ବାଜିବ ଏକ ସ୍ବତନ୍ତ୍ର "ଜଳ ବିରତି ଘଣ୍ଟି" । ଏହି ଘଣ୍ଟି ମନେ ପକାଇବ ଉଭୟ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଛାତ୍ର ଛାତ୍ରୀମାନଙ୍କୁ ପାଣି ପିଇବାର ସମୟ । ଦୈନିକ କ୍ଲାସ ସମୟରେ ୩ ଥର ଜଳ ବିରତି ଘଣ୍ଟି ବାଜିବ । ଏନେଇ ଶିକ୍ଷା ବିଭାଗ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ୱର (କେନ୍ୟୁଜ): ସାରା ରାଜ୍ୟରେ ଏବେଠାରୁ ଅସହ୍ୟ ତାତି ଅନୁଭୂତ ହେଲାଣି । ଦିନକୁ ଦିନ ରୌଦ୍ରତାପ ବୃଦ୍ଧି ପାଇବାରେ ଲାଗିଛି । ଏପ୍ରିଲ ଆରମ୍ଭରୁ ତାପମାତ୍ରା ବୃଦ୍ଧି ଘଟିଛି । ଏପଟେ ସକାଳ ୧୦ଟା ପରେ ଘରୁ ବାହାରିବା କଷ୍ଟ କର ହୋଇ ପଡୁଛି । ସେପଟେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ଆରମ୍ଭ ହୋଇଛି ସକାଳ ସ୍କୁଲ। ସକାଳ ୭ଟାରୁ ୧୧ଟା ୩୦ ଯାଏଁ ସ୍କୁଲ ଚାଲୁଛି। ବର୍ତ୍ତମାନ ଦିନକୁ ଦିନ ତାପମାତ୍ରାରେ ବୃଦ୍ଧି ହେଉଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। ବିଦ୍ୟାଳୟରେ ବାଜିବ ସ୍ବତନ୍ତ୍ର “ଜଳ ବିରତି ଘଣ୍ଟି” । ଛାତ୍ରଛାତ୍ରୀଙ୍କୁ ମନେ ପକାଇବ ପାଣି ପିଇବାର ସମୟ । ରାଜ୍ୟରେ ସମସ୍ତ ବିଦ୍ୟାଳୟରେ ବାଜିବ ଏକ ସ୍ବତନ୍ତ୍ର “ଜଳ ବିରତି ଘଣ୍ଟି” । ଏହି ଘଣ୍ଟି ମନେ ପକାଇବ ଉଭୟ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଛାତ୍ର ଛାତ୍ରୀମାନଙ୍କୁ ପାଣି ପିଇବାର ସମୟ । ଦୈନିକ କ୍ଲାସ ସମୟରେ ୩ ଥର ଜଳ ବିରତି ଘଣ୍ଟି ବାଜିବ । ଏନେଇ ଶିକ୍ଷା ବିଭାଗ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସ୍କୁଲରେ ପାଠପଢା ବେଳେ ଦୈନିକ ୩ ଥର ଜଳ ବିରତି ଘଣ୍ଟି ବାଜିବ। ସକାଳ ୮ଟା ୩୦, ୧୦ଟା ଏବଂ ୧୧ଟାରେ ବାଜିବ ଜଳ ବିରତି ଘଣ୍ଟି। ଜଳ ବିରତି ଘଣ୍ଟି ବାଜିଲେ କ୍ଲାସରେ ଥିବା ପିଲା ପାଣି ପିଇବେ। ସମସ୍ତ ଛାତ୍ରଛାତ୍ରୀ ଉଦ୍ଦିଷ୍ଟ ସମୟରେ ପାଣି ପିଉଛନ୍ତି ନା ନାହିଁ, ଏହାକୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ତଦାରଖ କରିବେ। ଏହା ସହିତ ସ୍କୁଲ ଯିବା ଆସିବା ସମୟରେ ଛତା କିମ୍ବା ଟୋପି ବ୍ୟବହାର କରିବା ପାଇଁ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେବେ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

ନିଜ ନିଜ ଜିଲ୍ଲାର ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକମାନଙ୍କ ସହାୟତାରେ ଜଳ ବିରତି ଘଣ୍ଟିକୁ ବାଧ୍ୟତାମୂଳକ କରିବାକୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ଅନୁରୋଧ କରିଛି ବିଭାଗ । ଏହି ପଦକ୍ଷେପ ଗ୍ରୀଷ୍ମ ଦିନରେ ଛାତ୍ରଛାତ୍ରୀମାନଙ୍କ ସୁସ୍ଥତା ନିମନ୍ତେ ବିଶେଷ ସହାୟକ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଏହା ସହ ପିଲାମାନେ ସ୍କୁଲକୁ ଆସିବା ସମୟରେ ଛତା ଓ ଟୋପି ପିନ୍ଧି ସ୍କୁଲକୁ ଆସିବେ । ଯାହା ଫଳରେ ସ୍କୁଲ ଛୁଟି ହେବା ସମୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପିଲାମାନେ ଟାଣ ଖରାରେ ଟୋପି ଏବଂ ଛତା ବ୍ୟବହାର କରିପାରିବେ ।

 

You might also like