ଆଇପିଏଲର ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍, ଗୁଜରାଟ ଟାଇଟନ୍ସକୁ ହରାଇଲା ପଞ୍ଜାବ କିଙ୍ଗସ

ପଞ୍ଜାବ କିଙ୍ଗସର ନାଟକୀୟ ବିଜୟ। ଗୁଜରାଟ ଟାଇଟନ୍ସ ହାତରୁ ଅଳ୍ପକେ ମ୍ୟାଚ୍ ଛଡ଼ାଇ ନେଲା ପଞ୍ଜାବ । ଏଥିରେ ମୁଖ୍ୟ ହିରୋ ଥିଲେ ଶଶାଙ୍କ ଓ ଆଶୁତୋଷ ଶର୍ମା । ଏହି ଦୁଇ ଖେଳାଳିଙ୍କ ଦମଦାର ବ୍ୟାଟିଂ ବଳରେ ଗୋଟିଏ ବଲ୍ ବାକି ଥାଇ ପଞ୍ଜାବ ୩ ୱିକେଟରେ ବିଜୟୀ ହୋଇଛି ।

ପଞ୍ଜାବ କିଙ୍ଗସର ନାଟକୀୟ ବିଜୟ। ଗୁଜରାଟ ଟାଇଟନ୍ସ ହାତରୁ ଅଳ୍ପକେ ମ୍ୟାଚ୍ ଛଡ଼ାଇ ନେଲା ପଞ୍ଜାବ ।  ଏଥିରେ ମୁଖ୍ୟ ହିରୋ ଥିଲେ ଶଶାଙ୍କ ଓ ଆଶୁତୋଷ ଶର୍ମା ।  ଏହି ଦୁଇ ଖେଳାଳିଙ୍କ ଦମଦାର ବ୍ୟାଟିଂ ବଳରେ ଗୋଟିଏ ବଲ୍ ବାକି ଥାଇ ପଞ୍ଜାବ ୩ ୱିକେଟରେ ବିଜୟୀ ହୋଇଛି ।  ଗୁରୁବାର ଦିନ ଅହମ୍ମଦାବାଦରେ ଖେଳା ଯାଇଥିବା ଚଳିତ ଆଇପିଏଲ୍ ସିଜିନର ୧୭ତମ ଲିଗ ମ୍ୟାଚରେ ପଞ୍ଜାବ କିଙ୍ଗସ ପରାଜୟର ଆଶଙ୍କା ଭିତରେ ଥିବା ବେଳେ ଜୋରଦାର ସଂଘର୍ଷ କରି ଜିତି ଯାଇଥିଲା ।  ଅଧିନାୟକ ଶୁବମନ ଗିଲଙ୍କ ଅପରାଜିତ ୮୯ ରନ ବଳରେ ପ୍ରଥମେ ବ୍ଯାଟିଂ କରି ଗୁଜରାଟ କରିଥିଲା ୪ ୱିକେଟରେ ୧୯୯ ରନ୍ ।

ପଞ୍ଜାବ କିଙ୍ଗସ ୨୦୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି ୧୬ ଓଭର ଖେଳ ଶେଷ ବେଳକୁ ୬ ୱିକେଟ ହରାଇ କରିଥିଲା ୧୫୩ ରନ୍ ।  ତେବେ ଶେଷ ୪ ଓଭରରେ ଶଶାଙ୍କ ଏବଂ ଆଶୁତୋଷ ଖେଳର ମୋଡ଼ ବଦଳାଇ ଦେଇଥିଲେ ।  ଶଶାଙ୍କ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୨୯ ବଲରେ ୬୧ ରନ୍ କରିଥିଲେ ।  ସେ ୪ଟି ଛକା ଓ ୬ଟି ଚୋକା ମାରିଥିଲେ ।  ତାଙ୍କୁ ଭଲ ସାଥ୍ ଦେଇଥିବା ଆଶୁତୋଷ ୧୭ ବଲରେ ୩୧ ରନ୍ କରିଥିଲେ ।  ଆଜିର ମ୍ୟାଚରେ ହାଇଦ୍ରାବାଦରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପର କିଙ୍ଗସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.