ମୁମ୍ବାଇ: ଆମ୍ବୁଲାନ୍ସ ଭିତରେ ୧୦ମ ପରୀକ୍ଷା ଦେଲେ ଛାତ୍ରୀ, ସ୍କୁଲ ଫେରୁଥିବା ବେଳେ ଗୋଡ଼ରେ ଚଢ଼ିଗଲା କାର୍‌

ମୁମ୍ବାଇରେ ଆମ୍ବୁଲାନ୍ସ ଭିତରେ ପରୀକ୍ଷା ଦେଇଛନ୍ତି ଜଣେ ୧୦ମ ଶ୍ରେଣୀ ଛାତ୍ରୀ। ବାନ୍ଦ୍ରାସ୍ଥିତ ଅଞ୍ଜୁମନ-ଏ-ଇସଲାମର ଡ. ଏମ୍‌ଆଇଜେ ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀ ମୁବାଶିରା ସୟଦ ଆମ୍ବୁଲାନ୍ସ ଭିତରେ ଶୋଇ ପରୀକ୍ଷା ଦେଇଛନ୍ତି।

ମୁମ୍ବାଇରେ ଆମ୍ବୁଲାନ୍ସ ଭିତରେ ପରୀକ୍ଷା ଦେଇଛନ୍ତି ଜଣେ ୧୦ମ ଶ୍ରେଣୀ ଛାତ୍ରୀ। ବାନ୍ଦ୍ରାସ୍ଥିତ ଅଞ୍ଜୁମନ-ଏ-ଇସଲାମର ଡ. ଏମ୍‌ଆଇଜେ ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀ ମୁବାଶିରା ସୟଦ ଆମ୍ବୁଲାନ୍ସ ଭିତରେ ଶୋଇ ପରୀକ୍ଷା ଦେଇଛନ୍ତି। ସୂଚନା ମୁତାବକ, ଗତ ଶୁକ୍ରବାର ସେ ସ୍କୁଲରୁ ଘରକୁ ଫେରୁଥିବା ବେଳେ ଏକ କାର୍‌ ତାଙ୍କ ବାମ ଗୋଡ଼ ଉପରେ ଚଢ଼ିଯାଇଥିଲା, ଯେଉଁ କାରଣରୁ ତାଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଛି।

ଦୁର୍ଘଟଣା ପରେ କାର ଡ୍ରାଇଭର ଏବଂ ତାଙ୍କ ସାଙ୍ଗମାନେ ତାଙ୍କୁ ନିକଟସ୍ଥ ହସ୍ପିଟାଲ ନେଇଯାଇଥିଲେ, ଯେଉଁଠି ସେହି ଦିନ ତାଙ୍କର ଅପରେସନ୍ କରାଯାଇଥିଲା। ଡାକ୍ତରମାନେ ତାଙ୍କୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ ଏବଂ ରବିବାର ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। ସୋମବାର ମୁବାଶିରା ଆମ୍ବୁଲାନ୍ସରେ ପଡ଼ି ପରୀକ୍ଷା ଦେଇଥିଲେ।

ବସିପାରୁ ନ ଥିବାରୁ ସୟଦଙ୍କ ପାଇଁ ଅନ୍ୟଜଣେ ଛାତ୍ରୀ ଉତ୍ତର ଲେଖିଥିଲେ। ସୟଦ ଯାହା ଉତ୍ତର ଡାକୁଥିଲେ, ଛାତ୍ରୀ ଜଣକ ତାହାକୁ ଉତ୍ତର ଖାତାରେ ଲେଖୁଥିଲେ। ମୁବାଶିରା କହିଛନ୍ତି, ମୁଁ ଖୁସି ଯେ ମୋତେ ପରୀକ୍ଷାରେ ସାମିଲ ହେବାର ମଉକା ମିଳିଛି। ମୁଁ ଏହି ସୁଯୋଗକୁ ହାତଛଡ଼ା କରିବାକୁ ଚାହୁଁ ନ ଥିଲି। ଦୁଇ ଘଣ୍ଟାରୁ ଅଧିକ ସମୟ କାହାକୁ ଉତ୍ତର ଲେଖୁଥିବାର ଦେଖି ଆଶ୍ଚର୍ଯ୍ୟ ଲାଗୁଥିଲା। ସୂଚନା ଅନୁସାରେ, ମୁବାଶିରା ତାଙ୍କର ଶେଷ ଦୁଇଟି ପେପର୍‌ ୨୩ ଏବଂ ୨୫ ମାର୍ଚ୍ଚରେ ଆମ୍ବୁଲାନ୍ସରେ ହିଁ ଦେବେ।

ମୁବାଶିରାଙ୍କ ଚିକିତ୍ସା ଖର୍ଚ୍ଚରେ ସହାୟତା କରିବାକୁ ବିଦ୍ୟାଳୟର ଶିକ୍ଷକମାନେ ଟଙ୍କା ଯୋଗାଡ଼ କରିଛନ୍ତି। ସେପଟେ ମୁବାଶିରାଙ୍କ ପେପର ଲେଖିବା ପାଇଁ ୯ମ ଶ୍ରେଣୀ ଛାତ୍ରୀ ନୁର ସବା ଅନସାରୀ ଇଚ୍ଛା ପ୍ରକାଶ କରିଥିଲେ। ମୁବାଶିରାଙ୍କୁ ସକାଳେ ଆମ୍ବୁଲାନ୍ସ ଯୋଗେ ପରୀକ୍ଷା କେନ୍ଦ୍ରକୁ ନିଆଯାଇଥିଲା। ପାଖାପାଖି ୨ ଘଣ୍ଟା ମଧ୍ୟରେ ସେ ସାଙ୍ଗଙ୍କ ସାହାଯ୍ୟରେ ପେପର୍‌ ଲେଖିଥିଲେ। ତେବେ ମୁବାଶିରା ପରୀକ୍ଷା ଦେବା ସମୟରେ ଆମ୍ବୁଲାନ୍ସ ବାହାରେ ଜଣେ ପୋଲିସକର୍ମୀ ଏବଂ ଜଣେ ପିଅନ ଜଗି ରହିଥିଲେ।

Leave A Reply

Your email address will not be published.