Below header

ଶ୍ୱଶୁର ଘର ନଯିବାରୁ ଝିଅକୁ ଗୁଳି କରି ହତ୍ୟା କଲେ ବାପା ଓ ଭାଇ, ଜାଣନ୍ତୁ ପୂରା ଘଟଣା

ବାପା ଭାଇଙ୍କୁ ଝିଅ ମାନଙ୍କର ରକ୍ଷାକର୍ତ୍ତା କୁହାଯାଏ । କିନ୍ତୁ ସେହି ମାନେ ଯଦି ସାମାନ୍ୟ ଘଟଣା କାରଣରୁ ଗୋଟେ ଝିଅର ନିଅନ୍ତି ତେବେ ତାଠାରୁ ଦୁର୍ଭାଗ୍ୟର କଥା ଆଉ କିଛି ନାହିଁ । ଅବିଶ୍ୱାସ ନ ହେଉଥିଲେ ମଧ୍ୟ ଏହିପରି ଏକ ଘଟଣା ନିକଟରେ ହିଁ ଘଟିଛି । ଶ୍ୱଶୁର ଘରକୁ ନ ଯିବା କାରଣରୁ ଯୁବତୀର ବାପା ଭାଇ ଯୁବତୀ ଟିକୁ ଜୀବନରୁ ମାରି ଦେଇ ନିଆଁ ଲଗେଇଦେଇଥିଲେ । କିନ୍ତୁ ଦୁର୍ଭାଗ୍ୟ ବଶତଃ ମୃତ ଦେହ ଟି ସମ୍ପୂର୍ଣ୍ଣ ରୂପେ ପୋଡି ନଥିଲା । ଅର୍ଦ୍ଧଦଗ୍ଧ ମୃତ ଦେହ ଟିକୁ ଦେଖି ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଯୁବତୀ ଜଣଙ୍କୁ ଠାବ କରିଥିଲେ । ପ୍ରକୃତରେ ଘଟଣା ଟି ଘଟିଛି ବିହାର ରାଜ୍ୟର ବକ୍ସର ଜିଲ୍ଲାର ଇଟାଢ଼ି ଥାନା ଅଞ୍ଚଳରେ । ତଦନ୍ତରୁ ଜଣା ପଡିଥିଲା କି ଯୁବତୀ ଜଣକ ହେଉଛନ୍ତି ବିହାର ରେ ହତାସ ଜିଲ୍ଲା ଦିଆନର ଗାଁର ମୂଳ ବାସିନ୍ଦା ।

ସୂଚନା ମୁତାବକ ଯୁବତୀ ଜଣଙ୍କର ବିବାହ ଏକ ବର୍ଷ ପୂର୍ବେ  ନିକଟସ୍ଥ ଗ୍ରାମରେ ହୋଇଥିଲା । କିନ୍ତୁ ବିବାହର ମାତ୍ର ଦୁଇ ଦିନ ପରେ ଯୁବତୀ ଶ୍ୱଶୁର ଘରୁ ବାପା ଘରକୁ ପଳାଇ ଆସିଥିଲେ । ବିବାହିତା ଝିଅ ଘରେ ଥିବାରୁ ଘର ଲୋକଙ୍କୁ ବହୁ ଟାହି ଟାପରାର ସାମ୍ନା କରିବାକୁ ପଡୁଥିଲା । ଏଥିରେ ବ୍ୟତିବସ୍ତ ହୋଇ ଘର ଲୋକ ଯୁବତୀଙ୍କୁ ଜୀବନରୁ ମାରିଦେବାକୁ ନିଷ୍ପତି ନେଇଥିଲେ । ତେଣୁ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଡିସେମ୍ବର ୨ ତାରିଖ ରାତିରେ ବାପା ଓ ଭାଇ ବାଇକ ଯୋଗେ ବିହାରର ବୋଧଗୟା ନେଇ ପରେ ବକ୍ସରକୁ ନେଇ ଯାଇଥିଲେ । ରାତି ୧୨ଟା ସମୟରେ ଗୁଳି କରି ହତ୍ୟା କରିଥିଲେ ଓ ପରେ ସେବାରେ ନିଆଁ ଲଗେଇ ସମସ୍ତ ଲୋକ ନିଜ ଗାଁକୁ ଫେରି ଯାଇଥିଲେ । ବିଶେଷ ସୂତ୍ରରୁ ଜଣା ଯାଇଥିଲା ଯେ ଯୁବତୀ ଜଣକ ନିଜ ଗାଁର ଜଣେ ଯୁବକକୁ ପୂର୍ବରୁ ଭଲପାଉଥିଲେ । ଏହି କାରଣରୁ ରାଗ ରଖି ଘର ଲୋକେ ଏପରି ପଦକ୍ଷେପ ନେଇ ପାରନ୍ତି ବୋଲି ପୋଲିସ ସନ୍ଦେହ କରୁଥିବା ଜଣା ଯାଇଛି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.