ଠପ ହେଇଗଲା Google ନେଟୱାର୍କ ସେବା, ଜିମେଲ ଓ ୟୁ ଟ୍ୟୁବ ୟୁଜର ହେଲେ ହନ୍ତସନ୍ତ

ବନ୍ଦ ହେଇଯାଇଛି ବିଶ୍ୱର ସବୁଠୁ ବଡ ସର୍ଚ୍ଚ ଇଂଜିନ “ଗୁଗୁଲ” ନେଟୱର୍କ । ଏହା ସହ ଜିମେଲ ଓ ୟୁଟ୍ୟୁବ ସର୍ଭିସ ବି ଏକ ପ୍ରକାର ଠପ ହୋଇଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ୧୧ ଟା ୫୬ ମିନିଟରେ ଗୁଗୁଲର ଏହି ସେବା ଗୁଡିକ ବନ୍ଦ ହୋଇଯାଇଛି । ଏନେଇ ଗୁଗୁଲ ତରଫରୁ ଟ୍ୱିଟ ଜରିଆରେ ସୂଚନା ଦିଆଯାଇଛି । ପ୍ରାୟ ୫୪ ପ୍ରତିଶତ ୟୁଜର ୟୁଟ୍ୟୁବ ଚଲାଇ ପାରୁନଥିବା ନେଇ ଅଭିଯୋଗ ଆଣିଛନ୍ତି । ଯେବେକି ୪୨ ପ୍ରତିଶତରୁ ଅଧିକ ଜଣ ୟୁଟ୍ୟୁବରେ ଭିଡିଓ ଚାଲୁନଥିବା ନେଇ କହିଛନ୍ତି । ଅନ୍ୟପକ୍ଷରେ ତିନି ପ୍ରତିଶତ ଲୋକ ଲଗ ଇନ ଫେଲ ହୋଇଯାଇଥିବା ନେଇ ଅଭିଯାଗ କରିଛନ୍ତି ।

ଜିମେଲ ବ୍ୟବହାରକୁ ନେଇ ବି ଅନେକ ଅଭିଯୋଗ ଆସିବାରେ ଲାଗିଛି । ୭୫ ପ୍ରତିଶତ ଲୋକଙ୍କ ଅନୁଯାୟୀ କିଛି ଘଣ୍ଟା ହେବ ସେମାନେ ଜିମେଲ ଆକାଉଣ୍ଟ ଲଗ ଇନ କରି ପାରୁନାହାନ୍ତି । ଯେବେକି ୧୫ ପ୍ରତିଶତ ଲୋକ ୱେବସାଇଟ ଆକ୍ସେସ କରିପାରୁନଥିବା ନେଇ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ୮ ପ୍ରତିଶତ ଲୋକ କହିଛନ୍ତିକି ସେମାନଙ୍କ ଇମେଲ କିଛି ଘଣ୍ଟା ହେବ କାମ କରୁନାହିଁ ।

 

Leave A Reply

Your email address will not be published.