ବଜେଟ୍‌ ୨୦୨୩: ମହିଳାମାନଙ୍କୁ ଉପହାର; ସରକାର ଆରମ୍ଭ କରିବେ ‘ମହିଳା ସମ୍ମାନ ବଚତ ପତ୍ର’ ଯୋଜନା, ଏତିକି ମିଳିବ ସୁଧ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜ ବଜେଟ୍‌ ଅଭିଭାଷଣରେ ମହିଳାମାନଙ୍କ ପାଇଁ ବଡ଼ ଉପହାର ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ ମହିଳାଙ୍କ ପାଇଁ ସଞ୍ଚୟ ଯୋଜନା ଘୋଷଣା କରିଛନ୍ତି। ‘ମହିଳା ସମ୍ମାନ ବଚତ ପତ୍ର’ ଯୋଜନା ଆରମ୍ଭ ହେବ। ଏଥିରେ ମହିଳାମାନଙ୍କୁ ୨ ଲକ୍ଷ ଟଙ୍କାର ସଞ୍ଚୟ ଉପରେ ୭.୫ ପ୍ରତିଶତ ଦରରେ ସୁଧ ମିଳିବ।

ଏହା ବ୍ୟତୀତ ଦେଶର ବରିଷ୍ଠ ନାଗରିକମାନଙ୍କ ପାଇଁ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି କି, ବରିଷ୍ଠ ନାଗରିକ ଆକାଉଣ୍ଟ ସ୍କିମ୍‌ର ସୀମା ୪.୫ ଲକ୍ଷରୁ ୯ ଲକ୍ଷ କରାଯିବ। ମହିଳା ସମ୍ମାନ ବଚତ୍‌ ପତ୍ର ସ୍କିମ୍‌ ଅଧୀନରେ ମହିଳାମାନେ ଦୁଇ ବର୍ଷ ପର୍ଯ୍ୟନ୍ତ ୨ ଲକ୍ଷ ଟଙ୍କାର ନିବେଶ କରିପାରିବେ।

ଏହି ଜମା ଉପରେ ଟ୍ୟାକ୍ସରେ ଛାଡ୍‌ ମିଳିବ ଏବଂ ୭.୫ ପ୍ରତିଶତର ରିଟର୍ଣ୍ଣ ମିଳିବ। ମହିଳାମାନଙ୍କ ପାଇଁ ଏହି ପ୍ରକାରର ଏହା ପ୍ରଥମ ସ୍କିମ୍‌ ହେବାକୁ ଯାଉଛି। ସରକାରଙ୍କ ମୁତାବକ, କେହି ବି ମହିଳା ଏହି ସ୍କିମ୍‌ରେ ନିବେଶ କରି ଟ୍ୟାକ୍ସରେ ଛାଡ ହାସଲ କରିପାରିବେ। ମହିଳାମାନଙ୍କୁ ଆର୍ଥିକ ରୂପେ ଆତ୍ମନିର୍ଭର କରିବା ପାଇଁ ସରକାର ଅନେକ ପ୍ରକାରର ସ୍କିମ୍‌ କାର୍ଯ୍ୟକାରୀ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.