ସରକାର ଆସନ୍ତା ୩ ମାସ ପାଇଁ ବଢ଼ାଇଲେ ମାଗଣା ରାସନ କୋଟା

ନୂଆଦିଲ୍ଳୀ : କେନ୍ଦ୍ର ସରକାର ବୁଧବାର ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନା (PMGKAY) ରେ ମାଗଣା ରାସନ କୋଟା ୩ ମାସ ପାଇଁ ବୃଦ୍ଧି କରିଛନ୍ତି । ପ୍ରାୟ ୮୦ କୋଟି ଲୋକଙ୍କୁ ୩ ମାସ ବା ଡିସେମ୍ବର ୨୦୨୨ ଯାଏ ଏହି ମାଗଣା ରାସନ ଦେବା ପାଇଁ ୪୪,୭୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ବୋଲି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ପ୍ରକାଶ କରିଛନ୍ତି ।

ମାସକୁ ମୁଣ୍ଡ ପିଛା ୫ କେଜି ଖାଦ୍ୟ ଶସ୍ୟ ଦେବା ପାଇଁ PMGKAY ମାର୍ଚ୍ଚ ୨୦୨୦ରେ ଆରମ୍ଭ ହୋଇଥିଲା । ଖାଦ୍ୟ ସୁରକ୍ଷା ଆକ୍ଟ ଅନୁଯାୟୀ ଏଥିରେ ପ୍ରାୟ ୮୦ କୋଟି ଗରୀବ କୋଭିଡ ସମୟରେ ଲାଭବାନ ହୋଇଥିଲେ । କୋଭିଡ ପରିସ୍ଥିତି ଜାରି ରହିବା ପରେ ସରକାର ଏହାର ଅବଧି ୨୦୨୧ ଅପ୍ରେଲ ଯାଏ ବୃଦ୍ଧି କରିଥିଲେ । ପରେ ପୁଣି ଏହାକୁ ନଭେମ୍ବର ୨୦୨୧ ଯାଏ ବୃଦ୍ଧି କରିଥିଲେ । ପରେ ପୁଣି ଏହାକୁ ସେପ୍ଟେମ୍ବର ୨୦୨୨ ଯାଏ ବୃଦ୍ଧି କରାଯାଇଥିଲା । ଏବେ ସରକାର ପୁଣି ଥରେ ଡିସେମ୍ବର ମାସ ଯାଏ ବୃଦ୍ଧି କରିଥିବା ଜଣାଯାଇଛି ।

Leave A Reply

Your email address will not be published.