୬ ବର୍ଷର ଛୋଟଛୁଆ ହାତରେ ବନ୍ଧୁକ, ନିଜ ଶିକ୍ଷୟିତ୍ରୀଙ୍କ ଉପରକୁ ଗୁଳି ମାରିଲା ପ୍ରଥମ ଶ୍ରେଣୀ ଛାତ୍ର

କେନ୍ୟୁଜ୍‌(ବ୍ୟୁରୋ): ୬ ବର୍ଷର ଛୋଟଛୁଆ ହାତରେ ବନ୍ଧୁକ । ପ୍ରଥମ ଶ୍ରେଣୀ ଛାତ୍ର ଶ୍ରେଣୀଗୃହ ଭିତରେ ଫୁଟାଇଲା ହେଣ୍ଡ ଗନ । ନିଜ ଶିକ୍ଷୟିତ୍ରୀଙ୍କ ଉପରକୁ ଚଳାଇଲା ଗୁଳି । ଶିକ୍ଷୟିତ୍ରୀଙ୍କ ସହ ଯୁକ୍ତିତର୍କ ହେବାପରେ ଗୁଳିଚଳାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ଆମେରିକା ଭର୍ଜିନିଆ ନ୍ୟୁପୋର୍ଟ ନ୍ୟୁଜ ସ୍ଥିତ ପ୍ରାଥମିକ ସ୍କୁଲରେ ଏପରି ଘଟଣା ଦେଖିବାକୁ ମିଳିଛି ।

ନ୍ୟୁପୋର୍ଟ ନ୍ୟୁଜ ସ୍ଥିତ ରିଚନେକ ପ୍ରାଥମିକ ସ୍କୁଲ ପ୍ରତ୍ୟେକ ଦିନ ଯେମିତି ଚାଲେ ସେମିତି ଚାଲିଥିଲା । ଶୁକ୍ରବାର ଅପରାହ୍ନରେ ସ୍କୁଲର ପ୍ରଥମ ଶ୍ରେଣୀ ଭିତରେ ଜଣେ ଛାତ୍ର ଓ ଶିକ୍ଷକଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା । ଏତିକିରେ କଥା ଅଟକି ନଥିଲା ଶିକ୍ଷୟିତ୍ରୀଙ୍କୁ ମାରିଦେବାକୁ ଧମକ ଦେଇଥିଲା ମାତ୍ର ୬ ବର୍ଷର ଏହି ଛାତ୍ର ଜଣକ । ନିଜ ପାଖରେ ରଖିଥିବା ହେଣ୍ଡଗନକୁ ବାହାର କରିଥିଲା ଛାତ୍ର ଜଣକ । ଆଉ ଶିକ୍ଷୟିତ୍ରୀଙ୍କ ଉପରକୁ ଚଲାଇଥିଲା ଗୁଳି । ଗୁଳି ବାଜିବା ପରେ ଶିକ୍ଷୟିତ୍ରୀ ଜଣକ ଗୁରୁତର ଭାବେ ଆହାତ ହୋଇଥିଲେ । ଭୟରେ ଥରିଥିଲେ ସ୍କୁଲର ଅନ୍ୟ ଛାତ୍ରଛାତ୍ରୀ । ସ୍କୁଲ କତ୍ତୃପକ୍ଷ ତୁରନ୍ତ ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ସୁରକ୍ଷିତ ଭାବେ ସ୍କୁଲର ଜିମନାସିୟମକୁ ନେଇ ଯାଇଥିଲେ । ସ୍କୁଲକୁ ସୋମବାର ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି ସ୍କୁଲ କତ୍ତୃପକ୍ଷ ।

ତୁରନ୍ତ ଶିକ୍ଷୟିତ୍ରୀଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଛି । ଏହାସହ ଶୁକ୍ରବାର ସଂଧ୍ୟାରୁ ଛାତ୍ରଟିକୁ ପୋଲିସ ନିଜ ହେପାଜତକୁ ନେଇଛି । ଆମେରିକାରେ ଇଏ ପ୍ରଥମ ଘଟଣା ନୁହେଁ । ପୂର୍ବରୁ ଅନେକଥର ସ୍କୁଲ ହତାରେ ଗୁଳି ଫୁଟିଟି । ଯାହାର ପୁଣି ପୁନରାବୃତ୍ତି ହୋଇଛି ନ୍ୟୁପୋର୍ଟ ନ୍ୟୁଜ ସ୍ଥିତ ରିଚନେକ ପ୍ରାଥମିକ ସ୍କୁଲରେ । ଯୁବପିଢିଙ୍କ ହାତରେ ବନ୍ଧୁକ ରହୁଥିବାରୁ ଏପରି ଘଟଣା ଘଟୁଥିବା କହିଛନ୍ତି ସ୍କୁଲର ସୁପରିଟେଣ୍ଡେଣ୍ଟ ଡ. ଜର୍ଜ ପାର୍କର ।

ନଜର ପକାନ୍ତୁ ପୂର୍ବରୁ ଘଟିଥିବା ଏପରି କିଛି ଘଟଣା ଉପରେ । ଡେଭିଡ୍‌ ରିଡମ୍ୟାନଙ୍କ ତଥ୍ୟ ଅନୁଯାୟୀ ୧୬ଟି ଘଟଣାରେ ୧୦ ବର୍ଷରୁ କମ ବୟସର ପିଲାଙ୍କ ସମ୍ପୃକ୍ତି ରହିଛି । ଏହିସବୁ ଘଟଣାର ୩ଟିରେ ୬ବର୍ଷ ବୟସର ପିଲାଙ୍କ ସମ୍ପୃକ୍ତି ରହିଛି । ଏଥିରୁ ୨ଟି ଦୁର୍ଘଟଣା ରହିଥିବା ବେଳେ ଗୋଟିଏ ଜାଣତରେ ଘଟିଥିବା ତଥ୍ୟ କହୁଛି । ୨୦୧୧ରେ ହ୍ୟୁଷ୍ଟନ ସ୍ଥିତ ପ୍ରାଥମିକ ସ୍କୁଲରେ ଜଣେ ଛାତ୍ରର ଗୁଳିମାଡ଼ରେ ୩ ଜଣ ଆହାତ ହୋଇଛନ୍ତି । ଏହାପରେ ୨୦୨୧ରେ ମିସିସିପିରେ ଜଣେ ପ୍ରଥମ ଶ୍ରେଣୀ ଛାତ୍ର ଆଉଜଣେ ଛାତ୍ରକୁ ଗୁଳି ମାରିଥିଲା ଓ ସେ ସ୍କୁଲକୁ ବନ୍ଧୁକ ଆଣି ଖେଳିବାର ନଜର ଆସିଥିଲା । ଏହାସହ ଆଉଜଣେ ୬ ବର୍ଷର ସ୍କୁଲ ଛାତ୍ର ଜଣେ ସ୍କୁଲ ଛାତ୍ରୀକୁ ଗୁଳି କରି ମାରି ଦେଇଥିଲା ।

ଚଳିତ ବର୍ଷ ମେ ମାସରେ ଟେକ୍ସାସ ପ୍ରାଥମିକ ସ୍କୁଲରେ ଘଟିଥିବା ଗୁଳିକାଣ୍ଡ ଆମ ମନରୁ ଏପର୍ଯ୍ୟନ୍ତ ଲିଭିନାହିଁ । ଯେଉଁଥିରେ ୧୯ ଛାତ୍ରଛାତ୍ରୀ ଓ ୨ ଜଣ ଶିକ୍ଷକଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ସେପ୍ଟେମ୍ବରରେ ଓକଲାଣ୍ଡ କାଲିଫରେ ଘଟିଥିବା ସ୍କୁଲ ସୁଟିଙ୍ଗରେ ୬ଜଣ ଆହାତ ହୋଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.