ମାରଣା ଷଣ୍ଢ କବଳରୁ ଜେଜେ ମା’ଙ୍କୁ ବଞ୍ଚାଇଲା ନାତି, ଭିଡିଓ ଦେଖିଲେ ଥରି ଉଠିବ ଆପଣଙ୍କ ଛାତି…

ବୃଦ୍ଧା ଜେଜେ ମା’ଙ୍କୁ ଷଣ୍ଢ କବଳରୁ ରକ୍ଷାକଲା ସାହସୀ ନାତି । ଗଳିରେ ଛିଡା ହୋଇଥିବା ଏକ ମରଣାନ୍ତକ ଷଣ୍ଢ ଆକ୍ରମଣରେ ବୁଢ଼ୀ ଜେଜେ ମା’ ମାଟି କାମୁଡି ତଳେ ପଡ଼ି ଯାଇଥିଲେ । କିନ୍ତୁ ଏହି ଘଟଣାରୁ ଦୂରରୁ ନଜରରେ ରଖିଥିବା ନାତି ଜଣଙ୍କ ଦୌଡ଼ି ଦୌଡ଼ି ପହଞ୍ଚି ଷଣ୍ଢ କବଳରୁ ଜେଜେ ମା’ଙ୍କୁ ରକ୍ଷା କରିଥିଲା । ଏହି ସମୟରେ ଷଣ୍ଢଟି ନାତିକୁ ମଧ୍ୟ ଆକ୍ରମଣ କରିଥିଲା । ଏଥିରେ ଡରି ଯାଇନଥିଲା ନାତି । କିନ୍ତୁ କୌଣସି ଉପାୟରେ ଜେଜେ ମା’ଙ୍କୁ ରକ୍ଷା କରିବାକୁ ଚେଷ୍ଟା କରିଥିଲା ନାତି । ଏହି ସମୟରେ ଷଣ୍ଢ, ଉଭୟ ଜେଜେ ମା’ ଓ ନାତିକୁ ଜୋରସେ ଟକ୍କର ଦେଇଥିଲା । କିନ୍ତୁ ଏପରି ଏକ ଭୟଙ୍କର ପରିସ୍ଥିତିରେ ବି ଜୀବନକୁ ଖାତିର ନକରି ନିଜ ଜେଜେ ମାଙ୍କ ‘ ହାତ ଛାଡି ନଥିଲା ନାତି । ପରେ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଂଚି ଷଣ୍ଢ ଟିକୁ ଗୋଡ଼ାଇ ଉଭୟଙ୍କୁ ଉଦ୍ଧାର କରିଥିଲେ ।

ସାମ୍ନାରେ ମରଣାନ୍ତକ ଷଣ୍ଢ ଛିଡ଼ା ହୋଇଥିଲେ ବି ତାକୁ ଖାତିର ନକରି ଶେଷ ପର୍ଯ୍ୟନ୍ତ ଜେଜେ ମା’ଙ୍କର ସାଥି ଦେଇଥିବା ନାତିର ସାହାସିକତାକୁ ନେଇ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । ପ୍ରକୃତରେ ଘଟଣାଟି ହରିୟାଣାର ମହେନ୍ଦ୍ରଗଡ ଅଞ୍ଚଳରେ ଘଟିଥିବା ଜଣାଯାଇଛି । ଏହି ଭିଡିଓ ଟିକୁ ସୁଟର ଦାଦି ଭାବେ ଜଣା ଚନ୍ଦ୍ର ତୋମାର ହିଁ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । କ୍ୟାପ୍ସନରେ ସେ ଲେଖିଛନ୍ତିକି, “ନିଜ ଜେଜେ ମା’ଙ୍କ ପ୍ରତି ନାତିର ଥିବା ଅତୁଟ ଭଲ ପାଇବା ଓ ଅସୀମ ସାହାସିକତାକୁ ପ୍ରକୃତରେ ସମ୍ମାନିତ କରିବା ଉଚିତ” । ୨୯ ସେକେଣ୍ଡର ଏହି ଭିଡିଓଟିକୁ ଏଯାବତ ୧୧ ଜଣ ଦେଖିସାରିଥିବା ଜଣାଯାଇଛି । ଏପରି ନିସ୍ୱାର୍ଥପର ଭଲ ପାଇବା, ସାହାସିକତା ବର୍ତ୍ତମାନ ସମୟରେ ବିରଳ ବୋଲି ଦେଖଣାହାରୀ ମତ ରଖିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.