ନଭେମ୍ବର ୩ରେ ଉପନିର୍ବାଚନ: ୨ଟି ବିଧାନସଭା ଆସନ ପାଇଁ ତାରିଖ ଘୋଷଣା

ଭୁବନେଶ୍ୱର: ଓଡ଼ିଶାର ୨ଟି ବିଧାନସଭାର ଉପନିର୍ବାଚନ ପାଇଁ ତାରିଖ ଘୋଷଣା। ନଭେମ୍ବର ୩ ତାରିଖରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଆସନ ପାଇଁ ମତଦାନ ହେବ। ଅକ୍ଟୋବର ୯ତାରିଖରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ। ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ରହିଛି ଅକ୍ଟୋବର ୧୬ ତାରିଖ।
ଅକ୍ଟୋବର ୧୯ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହର କରିପାରିବେ। ନଭେମ୍ବର ୧୦ ତାରିଖରେ ଭୋଟ ଗଣତି ଓ ନିର୍ବାଚନ ଫଳାଫଳ ଘୋଷଣା ହେବ। ସମସ୍ତ ପ୍ରକ୍ରିୟା ନଭେମ୍ବର ୧୨ତାରିଖ ପୂର୍ବରୁ ସରିବ। ଏହାସହ ଦେଶର ବିଭିନ୍ନ ରାଜ୍ୟର ୫୪ଟି ବିଧାନସଭା ଆସନରେ ଉପନିର୍ବାଚନ ହେବ।