ବିବାହ ଏବଂ ହନିମୁନ ପାଇଁ ୭ ବର୍ଷର ପିଲାକୁ ଅପହରଣ କଲେ ବର, ପରେ ଦେଢ଼ ଲକ୍ଷ ଟଙ୍କାରେ କଲେ ବିକ୍ରି

କାନପୁର : ଦେହାତରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବର ନିଜର ବିବାହ ଏବଂ ହନିମୁନ ପାଇଁ ୭ ବର୍ଷର ପିଲାକୁ ଅପହରଣ କରିନେଲେ। ଏହାସହିତ ଦେଢ଼ ଲକ୍ଷ ଟଙ୍କାରେ ବିକ୍ରି ମଧ୍ୟ ଦେଇଛି। ପୋଲିସ ଅଭିଯୁକ୍ତଙ୍କୁ ତାଙ୍କ ବିବାହ ମଣ୍ଡପରୁ ଗିରଫ କରିନେଇଛି।

ଦେହାତରେ ଜଣେ ଯୁବକ ନିଜ ବିବାହ ଏବଂ ହନିମୁନ ପାଁଇ ଏମିତି ଏକ ଘଟଣାକୁ ଘଟାଇଛନ୍ତି। କୁହାଯାଉଛି ଯେ ତାଙ୍କ ପାଖରେ ବିବାହ ଏବଂ ହନିମୁନ ପାଇଁ ଟଙ୍କା ନଥିଲା। ଏଥିପାଇଁ ସେ ୭ ବର୍ଷ ପିଲାକୁ ଅପହରଣ କରିନେଲେ। ଏହାସହିତ ତାକୁ ଦେଢ଼ ଲକ୍ଷ ଟଙ୍କାରେ ବିକ୍ରି କରିଦେଲେ।

policeପିଲାଟି ତାର ସାଙ୍ଗ ମାନଙ୍କ ସହିତ ଖେଳୁଥିବାବେଳେ କେଉଁ ଆଡେ ଚାଲିଯାଇଥିଲା। ପରିବାର ଲୋକ ବହୁତ ଖୋଜାଖୋଜି କଲେ କିନ୍ତୁ ତାର କୌଣସି ପତ୍ତା ମିଳିଲା ନାହିଁ। ଏହା ପରେ ଥାନାରେ ଅପହରଣ ମାମଲା ରୁଜୁ ହୋଇଥିଲା।

ଏହାପରେ ଗ୍ରାମବାସୀ ସେହି ଗ୍ରାମର ପ୍ରିୟାଂଶୁ ମିଶ୍ରା ନାମକ ଯୁବକ ଉପରେ ସନ୍ଦେହ କଲେ। ତାଙ୍କର କହିବା କଥା ଯେ ଶେଷ ଥର ପାଇଁ ପିଲାକୁ ସେହି ଯୁବକର ବାଇକରେ ବସିଯାଉଥିବାର ଦେଖାଯାଇଥିଲା।

ଏହାପରେ କଲ ଡିଟେଲ ଆଧାରରେ ପୋଲିସ ସେହି ଯୁବକକୁ ତାଙ୍କ ବିବାହ ମଣ୍ଡପରୁ ହିଁ ଗିରଫ କରିଥିଲା। ପଚରାଉଚୁରାରେ ସେ ତାର ଅପରାଧ ସ୍ବିକାର କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.