ପାଞ୍ଚ ବର୍ଷରେ ଭାଙ୍ଗିଲେ ୨୫୭ ଥର ଟ୍ରାଫିକ ନିୟମ, ଅଟୋବାଲାଙ୍କ ଉପରେ ଲାଗିଲା ୭୬ ୦୦୦ ଟଙ୍କାର ଜରିମାନା

ପାଞ୍ଚ ବର୍ଷରେ ଭାଙ୍ଗିଲେ ୨୫୭ ଥର ଟ୍ରାଫିକ ନିୟମ । ଗୁଜୁରାଟର ଭେସ୍ତାନ ଆବାସରେ ବାସ କରୁଥିବା ଅଟୋ ଚାଳକ ମୁଶରଫ ଶେଖ ନାମକ ଜଣେ ବ୍ୟକ୍ତି ପାଞ୍ଚବର୍ଷରେ ୨୫୭ ଥର ଟ୍ରାଫିକ ନିୟମ ଭାଙ୍ଗିବା ଭାରି ପଡିଛି । କାରଣ ପୋଲିସ ବର୍ତ୍ତମାନ ତାଙ୍କ ଉପରେ ଲାଗିଛି ୭୬,୩୭୫ ଟଙ୍କାର ଜରିମାନା । ମୁଶରଫ ଡ୍ରାଇଭର ସିଟରେ ଯାତ୍ରୀ ବସାଇ ନେଉଥିବାରୁ ତାଙ୍କ ଉପରେ ଏହି ଜରିମାନା ଲାଗୁ କରାଯାଇଛି । ଯଦିଓ ଏପରି କରିବା ଦ୍ୱାରା ଚାଲାଣ କଟାଯିବାର ନିୟମ ରହିଛି ।

ଏହାସହ ପଢନ୍ତୁ ହ୍ୱାଟ୍ସଆପ, ଫେସବୁକରେ ଲାଗିଲା ଟ୍ୟାକ୍ସ ତ ଉତ୍ତେଜିତ ହୋଇ ଲୋକମାନେ କଲେ ଏପରି

ଏହି ନିୟମକୁ ମୁଶରଫ ଗତ ପାଞ୍ଚ ବର୍ଷ ଧରୁ ଉଲ୍ଲଙ୍ଘନ କରି ଆସୁଛନ୍ତି । ମୁଶରଫଙ୍କ ନାମରେ ପ୍ରଥମ ମେମୋ ୨୦୧୪ ମସିହା ସକାଳ ୯:୦୩ ମିନିଟରେ ଉଧନା ଦରୱାଜା ନିକଟରେ କଟାଯାଇଥିଲା କିନ୍ତୁ ତାଙ୍କ ଘରର ଠିକଣା ବଦଳି ଯାଇଥିବାରୁ ସେତେବେଳେ ତାଙ୍କୁ ଏହା ମିଳିପାରିନଥିଲା । ଏପରି ସ୍ଥଳେ ଗତ ଗୁରୁବାର ଦିନ ଯାତାୟାତ ସମୟରେ ଡିସିପି ମୁଶରଫକୁ ଡାକି ଜରିମାନାର ସୂଚନା ଦେଇଥିଲେ ।

प्रतीकात्मक तस्वीर

ସୂଚନା ଅନୁଯାୟୀ ପ୍ରାୟ ଛଅ ମାସ ତଳେ ମୁଶରଫ ନିଜର ଅଟୋକୁ ମୁନ୍ନା ନାମକ ଜଣେ ବ୍ୟକ୍ତିଙ୍କୁ ୩୦ ହଜାର ଟଙ୍କାରେ ବିକି ଦେଇଥିଲେ ଏବଂ ତାପରେ ନିଜର ଏକ ବନ୍ଧୁଙ୍କ ଅଟୋ ଆଣି ଚଳାଉଥିଲେ । ଯେତେବେଳେ ମୁଶରଫଙ୍କୁ ଜରିମାନା ବିଷୟରେ ଜଣାପଡିଲା ତାଙ୍କୁ ମୁନ୍ନାଙ୍କ ଠାରୁ ପୁଣିଥରେ ନିଜ ଅଟୋ ଆଣିବାକୁ ପଡିଲା । ମୁଶରଫ ବହୁତ ଗରିବ ଏବଂ ତାଙ୍କର ଚାରୋଟି ପିଲା ଅଛନ୍ତି ବର୍ତ୍ତମାନ ସେ ଏତେ ମାତ୍ରାରେ ଜରିମାନା କିପରି ଭରିବେ ସେନେଇ ଚିନ୍ତାରେ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.