୧୫ ବର୍ଷୀୟ ଝିଅ ସେୟାର କଲା ନ୍ଯୁଡ ସେଲଫି, ଫଟୋ ଦେଖି ବାପା-ମାଙ୍କୁ ଆସିଲା ହାର୍ଟଆଟାକ

କରୋନା କାଳରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି। ଶ୍ରେଣୀରେ ପାଠପଢା ସ୍ଵାଭାବିକ ହୋଇନଥିବା ବେଳେ ପିଲାମାନେ ମୋବାଇଲରେ ଅନଲାଇନ୍‌ରେ ପାଠ ପଢୁଛନ୍ତି। ତେଣୁ ବାପା-ମା ମାନେ ପୁଅ-ଝିଅମାନଙ୍କୁ ସ୍ମାର୍ଟଫୋନ ଦେଇଛନ୍ତି। ହେଲେ ପାଠପଢା ପରିବର୍ତ୍ତେ ଯୁବପିଢି ସ୍ମାର୍ଟଫୋନ୍‌କୁ ଅଦରକାରୀ କାମରେ ଲଗାଉଥିବା ଅନେକ ଘଟଣା ସାମ୍ନାକୁ ଆସିଛି।

ଖବର ମୁତାବକ, ଗୁଜରାଟର ଅହମ୍ମଦାବାଦର ଜଣେ ୧୫ ବର୍ଷୀୟ ଝିଅ ଅନଲାଇନ୍ କ୍ଲାସ୍ ବଦଳରେ ସାମାଜିକ ଗଣମାଧ୍ୟମରେ ନିଜର ନ୍ୟୁଡ୍ ଫଟୋ ଛାଡିଛି। ଝିଅର ଅଶ୍ଳୀଳ ଫଟୋ ଦେଖି ବାପା-ମାଙ୍କୁ ହାର୍ଟ ଆଟାକ୍ ଆସିଛି। ବାପା-ମାଙ୍କ ଇନଷ୍ଟାଗ୍ରାମରେ ନିଜ ଝିଅର ଅଶ୍ଳୀଳ ଫଟୋ ଦେଖିବା ପରେ ହାର୍ଟଆଟାକର ଶିକାର ହୋଇଛନ୍ତି ।

ଯେତେବେଳେ ସଂପର୍କୀୟମାନେ ଝିଅର ଏମିତି ଦୃଶ୍ୟ ସୋସିଆଲ ମିଡିଆରେ ଦେଖିଲେ ତୁରନ୍ତ ଅଭିଭାବକଙ୍କୁ ଜଣାଇଥିଲେ। ଏହା ଶୁଣିବା ମାତ୍ରେ ଉଭୟ ବାପା-ମାଙ୍କ ହାର୍ଟ ଆଟାକ୍ ଆସିଥିଲା। ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଘଟଣାରେ କାଉନସିଲର ଝିଅ ସହ କଥାବାର୍ତ୍ତା ହୋଇଥିଲେ ଏବଂ ଏମିତି ଅଶ୍ଳୀଳ ଫଟୋ ଅନଲାଇନ୍‌ରେ ଛାଡିବା ଏକ ସାଇବର କ୍ରାଇମ୍ ବୋଲି ବୁଝାଇଥିଲେ। ଏହା ପରେ ଝିଅଟି ଏମିତି ଭୁଲ ଆଉ କେବେ କରିବିନି ବୋଲି ବାପା-ମାଙ୍କୁ ପ୍ରତିଶ୍ରୁତି ଦେବା ସହ ନିଜର ଆକାଉଣ୍ଟ ଡିଲିଟ୍ କରିଛି।

You might also like