Below header

ଇରାନର ଶାହା ଚିରାଗ ମସଜିଦରେ ଆତଙ୍କବାଦୀ ଆକ୍ରମଣ, ଜଣେ ମୃତ, ୮ଆହତ

ଇରାନର ଶାହା ଚିରାଗ ମସଜିଦରେ ଆତଙ୍କବାଦୀ ଆକ୍ରମଣ । ଜଣେ ବଧୁଂକଧାରୀଙ୍କ ଆକ୍ରମଣରେ ଜଣେ ମୃତ, ୮ଆହତ । ପରେ ଆକ୍ରମଣ କରିଥିବା ବଂଧୁକଧାରୀଂକୁ ଗିରଫ କରିବାରେ ସଫଳ ହୋଇଛି ସୁରକ୍ଷା ବାହିନୀ । ଆଇଏସଆଇଏସ ଏହାର ଆମାକ ୱେବସାଇଟ ମାଧ୍ୟମରେ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ।

ଆକ୍ରମଣ ସମୟରେ ଲୋକମାନେ ଭୟରେ ଏଣେତେଣେ ଦୌଡ଼ି ପଳାଇଥିଲେ । ଚଟାଣରେ ରକ୍ତଛିଟା ପଡ଼ିଥିବା ଦେଖିବାକୁ ମିଳିଛି । ଏକ ବର୍ଷରୁ କମ ସମୟ ମଧ୍ୟରେ ହୋଇଥିବା ଏହା ଦ୍ୱିତୀୟ ଆକ୍ରମଣ ବୋଲି ଜଣାପଡ଼ିଛି । ଶିଆ ମୁସଲମାନମାନଂକ ପାଇଁ ଏହା ସବୁଠାରୁ ପବିତ୍ର ସ୍ଥାନ।

ରାଜଧାନୀ ଫାର୍ସ ପ୍ରଦେଶର ମସଜିଦ ଉପରେ ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଅଧିକାରୀଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ପୂର୍ବରୁ ଇରାନ ଆଇଏସର ସୁନ୍ନି ଆତଂକବାଦୀଂକ ଆକ୍ରମଣର ସମୁଖୀନ ହୋଇଛି । ପାଶ୍ଚାତ୍ୟ ଦେଶ ମଧ୍ୟରେ ଅଶାନ୍ତ ଯୋଗୁ ଇରାନ ଅଶାଂତି ଏବଂ ଆର୍ଥିକ ଅସ୍ଥିରତାର ସମୁଖୀନ ହେଉଛି ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.