ପଲ୍ଲୀରୁ ଦିଲ୍ଲୀ ଯାଏ ୭୭ତମ ସ୍ବାଧୀନତା ଦିବସ ପାଳିବା ପାଇଁ ପ୍ରସ୍ତୁତ

ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ପାଳିତ ହେବ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ । ଏଥିପାଇଁ ସାରା ଭୁବନେଶ୍ବର ସଜେଇ ହୋଇଛି । ରଙ୍ଗୀନ ଆଲୋକମାଳାରେ ଝଲସୁଛି ବିଭିନ୍ନ ସରକାରୀ ଅନୁଷ୍ଠାନ ଓ ବିଲଡିଂ ।

କେନ୍ୟୁଜ୍(ବ୍ୟୁରୋ): ରାତି ପାହିଲେ ଦେଶ ପାଳିବ ୭୭ତମ ସ୍ବାଧୀନତା ଦିବସ । ଏଥିପାଇଁ ପଲ୍ଲୀରୁ ଦିଲ୍ଲୀ ଯାଏ ପ୍ରସ୍ତୁତି । ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ପାଳିତ ହେବ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ । ଏଥିପାଇଁ ସାରା ଭୁବନେଶ୍ବର ସଜେଇ ହୋଇଛି । ରଙ୍ଗୀନ ଆଲୋକମାଳାରେ ଝଲସୁଛି ବିଭିନ୍ନ ସରକାରୀ ଅନୁଷ୍ଠାନ ଓ ବିଲଡିଂ । ରାଜଭବନ, ବିଧାନସଭା, ଲୋକସେବା ଭବନ, କମିଶନରେଟ ପୋଲିସ ଅଫିସ ଆଲୋକମାଳାରେ ସଜେଇ ହୋଇଛି ।

ବିଭିନ୍ନ ସ୍ଥାନରେ କାନ୍ଥବାଡ଼, ଓଭରବ୍ରିଜ୍ ତଳେ ବି ତ୍ରିରଙ୍ଗା ରଙ୍ଗର ଆଲୋକ ପରିବେଶକୁ ରଙ୍ଗୀନ କରିଛି । ଆସନ୍ତାକାଲି ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସରେ ଜାତୀୟ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ମିଳିତ ପରେଡରେ ଅଭିଭାବଦ ଗ୍ରହଣ କରିବେ । ଏଥିପାଇଁ ଭୁବନେଶ୍ବରରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିଛି ପରେଡ୍ ସ୍ଥଳ । ଭୁବନେଶ୍ବରରେ ୧୫ ପ୍ଲାଟୁନ୍ ଫୋର୍ସ ମୁତୟନ ରହିଥିବା ବେଳେ ଶହେ ପୋଲିସ ଅଧିକାରୀ ଦାୟିତ୍ବରେ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.