୧୫ ମାସର ରେକର୍ଡ ଭାଙ୍ଗିଲା ଜୁଲାଇ ମାସର ଖୁଚୁରା ମୁଦ୍ରାସ୍ଫୀତି, ଆଗକୁ ଆହୁରି ବଢ଼ିବା ଆଶଙ୍କା

୧୫ ମାସର ରେକର୍ଡ ଭାଙ୍ଗିଲା ଜୁଲାଇ ମାସର ଖୁଚୁରା ମୁଦ୍ରାସ୍ଫୀତି। ଗୋଟିଏ ମାସରେ ପାଖାପାଖି ୩ ପ୍ରତିଶତ ବଢ଼ିଛି ଖୁଚୁରା ମୁଦ୍ରାସ୍ଫୀତି। ଜୁନରେ ଖୁଚୁରା ମୁଦ୍ରାସ୍ଫୀତି ଥିଲା ୪.୮୭ ପ୍ରତିଶତ। ଜୁଲାଇରେ ୭.୪୪ ପ୍ରତିଶତକୁ ବୃଦ୍ଧି ପାଇଛି।

୧୫ ମାସର ରେକର୍ଡ ଭାଙ୍ଗିଲା ଜୁଲାଇ ମାସର ଖୁଚୁରା ମୁଦ୍ରାସ୍ଫୀତି। ଗୋଟିଏ ମାସରେ ପାଖାପାଖି ୩ ପ୍ରତିଶତ ବଢ଼ିଛି ଖୁଚୁରା ମୁଦ୍ରାସ୍ଫୀତି। ଜୁନରେ ଖୁଚୁରା ମୁଦ୍ରାସ୍ଫୀତି ଥିଲା ୪.୮୭ ପ୍ରତିଶତ। ଜୁଲାଇରେ ୭.୪୪ ପ୍ରତିଶତକୁ ବୃଦ୍ଧି ପାଇଛି। ଯାହା ଗତ ୧୫ ମାସ ମଧ୍ୟରେ ସର୍ବାଧିକ। ଖାଦ୍ୟ ପଦାର୍ଥ ଓ ପନିପରିବା ଦର ବୃଦ୍ଧି ଏହାର ମୁଖ୍ୟ କାରଣ।

ଖାଦ୍ୟ ମୁଦ୍ରାସ୍ଫୀତି ଜୁନରେ ୪.୪୯ ପ୍ରତିଶତ ଥିବା ବେଳେ ଜୁଲାଇରେ ଏହା ୧୧.୫୧ ପ୍ରତିଶତକୁ ବୃଦ୍ଧି ପାଇଥିଲା। ଖାଦ୍ୟ ପଦାର୍ଥ ଦର ବୃଦ୍ଧି ଯୋଗୁଁ ଚଳିତ ଆର୍ଥିକ ବର୍ଷର ମୁଦ୍ରାସ୍ଫୀତି ଆକଳନକୁ ଗତ ସପ୍ତାହରେ ୫.୧ ପ୍ରତିଶତରୁ ୫.୪ ପ୍ରତିଶତକୁ ବୃଦ୍ଧି କରିଥିଲା ଭାରତୀୟ ରିଜର୍ଭ ବ୍ୟାଙ୍କ। ଅନ୍ୟପଟେ ଜୁଲାଇ-ସେପଟେମ୍ବର କ୍ବାର୍ଟରରେ ମୁଦ୍ରାସ୍ଫିତୀ ୬.୨ ପ୍ରତିଶତ ରହିବା ଭଳି ଦେଖାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.