Below header

ଏହି ରାଜ୍ୟରେ ବର୍ଷେ ଯାଏଁ ବ୍ୟାନ୍‌ ହେଲା ଗୁଟ୍‌ଖା ଓ ପାନ ମସଲା, କିଣାବିକା କଲେ ସିଧା ବନ୍ଧା ହେବେ

ରାଜ୍ୟରେ ଗୁଟ୍‌ଖା ଓ ପାନ ମସଲାର ବିକ୍ରି ଓ ତିଆରି ଉପରେ ରୋକ୍‌ ଲଗାଇଲେ ହରିୟାଣା ସରକାର। ବର୍ଷେ ପାଇଁ ବଢ଼ିଲା ବ୍ୟାନ୍‌। ରାଜ୍ୟ ଖାଦ୍ୟ ଏବଂ ଔଷଧୀ ପ୍ରଶାସନ ବିଭାଗ (State Food and Drugs Administration) ପକ୍ଷରୁ ଏ ନେଇ ଏକ ଅଧିସୂଚନା ଜାରି କରାଯାଇଛି। ଜାରି ଅଧିସୂଚନା ଅନୁସାରେ, ୭ ସେପ୍ଟେମ୍ବର, ୨୦୨୧ରୁ ବର୍ଷେ ଯାଏଁ ତମାଖୁ ଉତ୍ପାଦର କିଣା ବିକା ଉପରେ ରୋକ୍‌ ଲଗାଇ ଦିଆଯାଇଛି। ଏହି ନିର୍ଦ୍ଦେଶ ସେପ୍ଟେମ୍ବର ୨୦୨୨ ଯାଏଁ ଲାଗୁ ହେବ।

ସୂଚନାଯୋଗ୍ୟ ଯେ ଗତବର୍ଷ କୋଭିଡ୍‌ ମହାମାରୀକୁ ଦୃଷ୍ଟିରେ ରଖି ହରିୟାଣା ସରକାର ପାନ ମସଲା, ଗୁଟ୍‌ଖା ଭଳି ତମାଖୁ ଉତ୍ପାଦର ବିକ୍ରି ଉପରେ ବର୍ଷେ ପାଇଁ ପ୍ରତିବନ୍ଧକ ଲଗାଇଥିଲେ। ସାର୍ବଜନୀନ ସ୍ଥାନରେ ଲୋକଙ୍କୁ ଛେପ ପକାଇବାରୁ ନିବୃତ୍ତ ରଖିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। କାରଣ ପ୍ରଥମେ ଛେପ ମାଧ୍ୟମରେ କରୋନା ସଂକ୍ରମଣ ବଢ଼ୁଥିଲା।

ଏବେ ରାଜ୍ୟ ସରକାର ଏହି ପ୍ରତିବନ୍ଧକକୁ ଆଉ ବର୍ଷେ ପାଇଁ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ବର୍ଷ ସେପ୍ଟେମ୍ବର ଯାଏଁ ଏହି ପ୍ରତିବନ୍ଧକ ବଢ଼ିଛି। ଜାରି କରାଯାଇଥିବା ଅଧିନିୟମରେ କୁହାଯାଇଛି ଯେ ଯେଉଁ ବ୍ୟକ୍ତି ଏହି ନିୟମ ଉଲ୍ଲଂଘନ କରିବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.