କ୍ଯାମେରାରେ କଏଦ ହେଲା ଗାଡି ଚୋରର କାରନାମା, ସେନ୍ସର କାମ କରୁଛି କି ନାହିଁ ଜାଣିବା ପାଇଁ କରୁଥିଲା ପାଗଳର ଅଭିନୟ

ସାଲେପୁର(କେନ୍ଯୁଜ୍): ଧରାପଡିଲା ଡ୍ୟାନ୍ସିଂ ଚୋର। ଟାର୍ଗେଟ କରୁଥିଲା ବଡ ଗାଡି । ଗାଡିର ସେନ୍ସର କାମ କରୁଛି କି ନାହିଁ ଜାଣିବାକୁ କରୁଥିଲା ପାଗଳର ଅଭିନୟ। ଆଉ ବାରମ୍ବାର ଗାଡିକୁ ଛୁଇଁ ଡେଇଁବାକୁ ଲାଗୁଥିଲା । ଆଉ ସୁଯୋଗ ପାଇ ଗାଡି ଲୁଟ୍ କରିବାକୁ ତୟାର ଥିଲା । ଯେଉଁ ଚେରରର ସବୁ ଚାଲାଖି କଏଦ ହୋଇଛି କ୍ଯାମେରାରେ। ଯାହାକୁ ମହଙ୍ଗା ପଡିଛି ଚୋରି କରିବା ।

ଏଭଳି ଏକ ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଞ୍ଚଳରେ । ନିଶ୍ଚିନ୍ତକୋଇଲି କଲେଜ ଛକକୁ ରାତି ଅଧରେ ଆସିଥିବା ଡ୍ୟାନ୍ସିଂ ଚୋର ସମସ୍ତଙ୍କ ନିଦ ଉଡେଇ ଦେଇଥିଲା । ସୂଚନା ମୁତାବକ, ଗାଁର ଜଣେ ବ୍ଯକ୍ତିଙ୍କ ଘର ବାହାରେ ଥୁଆହୋଇଥିବା ବୋଲେରୋ ଗାଡି ପାଖରେ ଚୋରଟି ପ୍ରଥମେ ଯାଇ ପହଁଚିଥିଲା । ଗାଡିକୁ ଛୁଇଁ ପାଗଳ ଭଳି ଅଭିନୟ କରୁଥିଲା। ତାରି ଭିତରେ ଏପଟ ସେପଟକୁ ଦେଖି ସ୍ଥିତି ପରଖୁଥିଲାକି କିଏ ତାକୁ ଦେଖୁନି ତ। ଏହାପରେ ଗାଡ଼ିରେ ସେନ୍ସର କାମ କରୁଛି କି ନାହିଁ ଏବଂ କେଉଁ ଆଡେ କିଏ ଅଛନ୍ତି କି ନାହିଁ। ତାହାକୁ ବାରମ୍ବାର ଚେକ୍ କରୁଥିଲା। କାହିଁକିନା ଯଦି ସେନ୍ସର ଶବ୍ଦ ହୋଇଥାନ୍ତା ତେବେ ଆହୁରି ଅଧିକ ପାଗଳଙ୍କ ଭଳି ଅଭିନୟ କରିଥାନ୍ତା। ଆଉ ସଭିଏଁ ତାକୁ ପାଗଳଟା ବୋଲି ଭାବିଥାନ୍ତେ । ତାପରେ ସୁଯୋଗ ପାଇବା ମାତ୍ରକେ ସାଙ୍ଗରେ ଆଣିଥିବା ଡୁପଲିକେଟ୍ ଚାବିରେ ଗାଡି ଡୋର ଖୋଲି ସିଧା ଭିତରକୁ ଯାଇ ଗାଡିଟିକୁ ଷ୍ଟାର୍ଟ କରିଥିଲା ଚୋରଟି।

ହେଲେ କଥାରେ ଅଛି ସବୁବେଳେ ଚୋର ଘର ଅନ୍ଧାର ନୁହେଁ । ବାସ୍ ସୌଭାଗ୍ଯ ବଶତଃ ସେତିକି ବେଳେ ଗାଡି ଷ୍ଟାର୍ଟ ଶବ୍ଦ ଶୁଣି ଗାଡିମାଲିକ ଉଠି ପଡିଥିଲେ। ଆଉ ବେଳା ଖରାପ ପଡିଗଲା ଚୋରର। ତାପରେ ଘର ଲୋକଙ୍କୁ ଦେଖି ଚୋରଟି ଦୌଡ଼ିବାକୁ ଲାଗିଲା। ବେଶ କିଛି ସମୟ ସ୍ଥାନୀୟ ଲୋକେ ଓ ଚୋର ଭିତରେ ଚାଲିଲା ଦୌଡାଦୌଡ଼ି । ଶେଷରେ ଚୋରକୁ କାବୁ କରି ବହେ ଛେଚିଲେ। ଏନେଇ ନିଶ୍ଚିନ୍ତ କୋଇଲି ପୋଲିସ୍ ଜାଣିବା ପରେ ରାତି ଅଧରେ ଗାଁରେ ପହଁଚିଥିଲା ଏବଂ ଚୋରଟିକୁ ସିଧା ପୋଲିସ୍ ଜିମା ଦିଆଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.