କୃଷି ଆଇନ୍‌କୁ ବିରୋଧ କରି କରି ଶେଷରେ ହାରିଗଲେ ଚାଷୀ, ଦଉଡ଼ି ଦେଇ କଲେ ଆତ୍ମହତ୍ୟା

ହରିୟାଣାର ଜଣେ ୫୫ ବର୍ଷୀୟ କୃଷକ ରବିବାର ଟିକରୀ-ବହାଦୂରଗଡ଼ ସୀମାରେ ଆତ୍ମହତ୍ୟା କରିଛନ୍ତି। ପୋଲିସର ସୂଚନା ମୁତାବକ, ହିସାର ଜିଲ୍ଲାର ରାଜବୀ ନାମ ଜଣେ କୃଷକ ଗଛରେ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି। ସେ କେନ୍ଦ୍ର ଦ୍ୱାରା ଜାରି କରାଯାଇଥିବା କୃଷି ଆଇନ୍‌ ବିରୋଧରେ ଦିଲ୍ଲୀ ସୀମାରେ ଜାରି ରହିଥିବା ଚାଷୀ ଆନ୍ଦୋଳନରେ ସାମିଲ୍‌ ହୋଇଥିଲେ। ପଞ୍ଜାବ ହରିୟାଣା ଓ ଉତ୍ତର ପ୍ରଦେଶର ହଜାର ହଜାର କୃଷକ ଦିଲ୍ଲୀ ସୀମାରେ ୧୦୦ ଦିନ ହେବ କୃଷି ଆଇନ୍‌ ବିରୋଧରେ ଆନ୍ଦୋଳନ କରୁଛନ୍ତି।

ଅନ୍ୟପଟେ ଚାଷୀ ନେତା ରାକେଶ ଟିକେତ୍‌ ଶନିବାର କହିଛନ୍ତି, ଯେବେ ଯାଏଁ ତିନି ନୂଆ କୃଷି ଆଇନ୍‌ ରଦ୍ଦ ହୋଇନାହିଁ ସେବେ ଯାଏଁ ଏହି ଆନ୍ଦୋଳନ ଜାରି କରିବ। କେନ୍ଦ୍ରର ନୂଆ କୃଷି ଆଇନ୍‌ ବିରୋଧରେ ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନକୁ ୧୦୦ ଦିନ ପୂରା ହେବା ଅବସରରେ ଚାଷୀ ନେତା ଏହି ମନ୍ତବ୍ୟ ଦେଇଛନ୍ତି।

ଏ ଅବସରରେ ଚାଷୀମାନେ ଟ୍ରାକ୍ଟର ର‍୍ୟାଲି ମଧ୍ୟ କରିଥିଲେ। ସେ କହିଛନ୍ତି, ଏହି ର‍୍ୟାଲି ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡର ଜିଲ୍ଲାକୁ ଯିବ ଓ ୨୭ ମାର୍ଚ୍ଚରେ ଗାଜିପୁରରେ କୃଷକମାନେ ପ୍ରଦର୍ଶନ ସ୍ଥଳରେ ପହଞ୍ଚିବେ।