Below header

ହରିୟାଣା ସ୍ବାସ୍ଥ୍ଯମନ୍ତ୍ରୀ ଅନିଲ ବିଜଙ୍କୁ କରୋନା, କିଛିଦିନ ପୂର୍ବରୁ ନେଇଥିଲେ ଟ୍ରାଏଲ ଟିକା

ହରିୟାଣାର ଗୃହ ମନ୍ତ୍ରୀ ଏବଂ ସ୍ବାସ୍ଥ୍ଯ ମନ୍ତ୍ରୀ ଅନୀଲ ବିଜ୍ କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି। ସେ ନିଜେ ଟ୍ବିଟ୍ କରି ସଂକ୍ରମିତ ହେବାର ଖବର ଦେଇଛନ୍ତି। ଯେଉଁମାନେ ତାଙ୍କ ସଂପର୍କରେ ଆସିଛନ୍ତି, ସେମାନଙ୍କୁ କରୋନା ଟେଷ୍ଟ କରିବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି।

କରୋନା ଟିକା କେବେ ଆସିବ ତାହାକୁ ନେଇ ଏବେ ସାରା ବିଶ୍ବ ଅପେକ୍ଷା କରିଛି। ବିଶ୍ବର ସବୁ ବଡ଼ ବଡ଼ ଫାର୍ମାସ୍ଯୁଟିକାଲ କମ୍ପାନୀ ଏଥିପାଇଁ ଲାଗିପଡିଛନ୍ତି। ଟିକା ପ୍ରସ୍ତୁତ କରୁଥିବା କମ୍ପାନୀ ବିଭିନ୍ନ ସ୍ତରରେ ଟିକାକୁ ନେଇ ପରୀକ୍ଷା ନୀରିକ୍ଷା ଚଳାଇଛନ୍ତି। କେବେ ଟିକା ଆସିବ, କରୋନାରୁ ମୁକ୍ତି ମିଳିବ । କିନ୍ତୁ ତାହା ଖୁବଶୀଘ୍ର ସଫଳ ହେବ ବୋଲି ଜଣାପଡୁନାହିଁ।

ସୂଚନାଯୋଗ୍ଯ, ସ୍ୱଦେଶୀ ଟିକା କୋଭ୍ୟାକ୍ସିନ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଟିକାକୁ ହରିୟାଣାର ସ୍ୱାସ୍ଥ୍ୟମନ୍ତ୍ରୀ ଅନୀଲ ବିଜଙ୍କ ଶରୀରରେ ୨୦ ନଭେମ୍ବରରେ ଟ୍ରାଏଲ କରାଯାଇଥିଲା । ହେଲେ ଆଜି ଅନୀଲ ବିଜ୍ କରୋନା ପଜିଟିଭ୍ ହୋଇଥିବା କଥା ନିଜେ ଟ୍ୱିଟ୍ କରିଛନ୍ତି । ତେଣୁ କରୋନା ଟିକା ଆସିଲେ ଯେ, କରୋନା ମୁକ୍ତ ହୋଇଯିବ ତାହା ଏବେ ସ୍ପଷ୍ଟ ବାରି ହୋଇପଡୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.