ଅଯୋଧ୍ୟାରେ କଡା ସୁରକ୍ଷା : AI ଟେକନିକରେ ରଖାଯାଉଛି ନଜର, ପ୍ରତିଟି ସ୍ଥାନରେ ବ୍ଲାକ୍‌ କ୍ୟାଟ କମାଣ୍ଡୋ ଓ ପୋଲିସ

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ମହୋତ୍ସବ ପାଇଁ ବ୍ଲାକକ୍ୟାଟ କମାଣ୍ଡୋଙ୍କ ସହ ୭ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସୁରକ୍ଷା ପାଇଁ ୩ ଡିଆଇଜି, ୧୭ ଆଇପିଏସ, ୧୦୦ ପିପିଏସ ଲେବଲର ଅଧିକାରୀ, ୩୨୫ ଇନ୍ସପେକ୍ଟର, ୮୦୦ ସବଇନ୍ସପେକ୍ଟର ଏବଂ ୧୦୦୦ରୁ ଅଧିକ କନଷ୍ଟେବଳ ସୁରକ୍ଷା ବ୍ୟବସ୍ଥାରେ ରହିବେ ।

ସମଗ୍ର ଦେଶବାସୀ ଶ୍ରୀରାମଙ୍କୁ ସ୍ୱାଗତ କରିବା ପାଇଁ ଉତ୍ସାହିତ ରହିଛନ୍ତି । ଆଉ ଏଥିପାଇଁ ଆଜିଠାରୁ ଅଯୋଧ୍ୟା ନଗରୀରେ ଅଭେଦ୍ୟ ସୁରକ୍ଷା । ପ୍ରବେଶ ମାର୍ଗରୁ ମନ୍ଦିର ପ୍ରାଙ୍ଗଣ ପର୍ଯ୍ୟନ୍ତ ପ୍ରତିଟି ସ୍ଥାନରେ ପୋଲିସ ଓ ଏଟିଏସ କମାଣ୍ଡୋ ମୁତୟନ କରାଯାଇଛି । ଅଯୋଧ୍ୟା ଉପରେ କଡ଼ା ନଜର ରଖିବା ପାଇଁ ବ୍ଲାକ କ୍ୟାଟ୍, କମାଣ୍ଡୋ ଓ ଡ୍ରୋନ୍ ଆଦି ମୁତୟନ କରାଯାଇଛି ।

ଲକ୍ଷ୍ନୌରେ ୧୪୪ ଧାରା ଜାରି କରାଯାଇଛି । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ମହୋତ୍ସବ ପାଇଁ ବ୍ଲାକକ୍ୟାଟ କମାଣ୍ଡୋଙ୍କ ସହ ୭ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସୁରକ୍ଷା ଏଜେନ୍ସିଗୁଡ଼ିକ ସମଗ୍ର ଅଯୋଧ୍ୟାକୁ ବନାଇଛନ୍ତି ଅଭେଦ୍ୟ ଦୁର୍ଗ । ସହର ମଧ୍ୟକୁ ଆସନ୍ତ ୩ ଦିନ ପାଇଁ ବାହାରୁ ଆସିଥିବା କୌଣସି ଯାନ ପ୍ରବେଶ କରିପାରିବ ନାହିଁ । ବିମାନବନ୍ଦର ପରିସରରେ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଶନିବାର ଠାରୁ ସମଗ୍ର ଅଯୋଧ୍ୟାରେ ପୋଲିସ ଛାଉଣୀ ହୋଇଛନ୍ତି । ସହରରେ ଏଣ୍ଟ୍ରି ପଏଣ୍ଟ ଠାରୁ ଆରମ୍ଭ କରି ରାମ ମନ୍ଦିର ପର୍ଯ୍ୟନ୍ତ ପ୍ରତ୍ୟେକ ଗଳିକନ୍ଦିରେ ପୋଲିସରେ ଏଟିଏସ କମାଣ୍ଡୋ ରହିଛନ୍ତି । ସୁରକ୍ଷା ପାଇଁ ୩ ଡିଆଇଜି, ୧୭ ଆଇପିଏସ, ୧୦୦ ପିପିଏସ ଲେବଲର ଅଧିକାରୀ, ୩୨୫ ଇନ୍ସପେକ୍ଟର, ୮୦୦ ସବଇନ୍ସପେକ୍ଟର ଏବଂ ୧୦୦୦ରୁ ଅଧିକ କନଷ୍ଟେବଳ ସୁରକ୍ଷା ବ୍ୟବସ୍ଥାରେ ରହିବେ । ସୁରକ୍ଷାରେ କୌଣସି ଅବହେଳା ଯେମିତି ନ ହୁଏ ସେଥିପାଇଁ ଅଯୋଧ୍ୟାକୁ ରେଡ ଏବଂ ୟୋଲୋ ଜୋନରେ ବଣ୍ଟାଯାଇଛି ।

ଅଯୋଧ୍ୟରେ ଏବେ ଲୋକ ଏବଂ ଗାଡିକୁ ବାରଣ କରାଯାଇଛି । ଏଥିପାଇଁ ରୁଟ୍‌ ଡାଇବର୍ଟ କରାଯାଇଛି । ସୁରକ୍ଷାରେ ୨୦ ହଜାର ଯବାନ ରହିଛନ୍ତି । ସ୍ଥାନୀୟ ଲୋକଙ୍କୁ ବାହାରକୁ ନ ବାହାରିବା ପାଇଁ ଅପିଲ କରାଯାଇଛି ।
ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ଅଯୋଧ୍ୟାକୁ ୮ ହଜାର ଅତିଥି ଆସିବାର ଅନୁମାନ କରାଯାଉଛି । ଏଥିରେ ଅନେକ ଭିଭିଆଇପି ଅତିଥି ମଧ୍ୟ ରହିଛନ୍ତି । ଯେଉଁମାନଙ୍କ ବିମାନ ସେମାନଙ୍କୁ ଅଯୋଧ୍ୟାରେ ଓହ୍ଲାଇବା ପରେ ଉଡାଣ ଭରିବ ଏବଂ ଅନ୍ୟ ସ୍ଥାନରେ ଅବତରଣ କରି ରହିବ । ଏଥିପାଇଁ ଅନ୍ୟ ୫ଟି ରାଜ୍ୟରେ ବିମାନ ବନ୍ଦରକୁ ନିର୍ଦ୍ଦେଶ ଦିଆଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.