ପ୍ରବଳ ବର୍ଷାରେ ଧୋଇଗଲା ପଞ୍ଜାବ- ହିମାଚଳକୁ ଯୋଡୁଥିବା ଏକମାତ୍ର ରେଲୱେ ବ୍ରିଜ୍‌, ୧୯୨୮ ମସିହାରେ ଇଂରେଜ କରିଥିଲେ ନିର୍ମାଣ

ହିମାଚଳ ପ୍ରଦେଶର କାଙ୍ଗଡା ଜିଲ୍ଲାର ପଞ୍ଜାବ ଏବଂ ହିମାଚଳ ସୀମାରେ ଥିବା ଚକ୍କି ନଦୀରେ ନିର୍ମିତ ୮୦୦ ମିଟର ଲମ୍ବା ରେଲୱେ ବ୍ରିଜ ଭୁଶୁଡି ପଡିଛି। ଚକ୍କି ନଦୀରେ ବନ୍ୟା ଆସିବା ଯୋଗୁଁ ବ୍ରିଜର ଦୁର୍ବଳ ଖମ୍ବ ଭାଙ୍ଗିପଡିଛି। ଭାରତୀୟ ରେଳ ଲାଇନର ଐତିହାସିକ ଐତିହ୍ୟ ପଠାନକୋଟ-କାଙ୍ଗଡା ଯୋଗେନ୍ଦ୍ର ନଗର ରେଲ ଟ୍ରାକ୍ ପୁଣି ଥରେ ଠପ୍ ହୋଇଛି । ଏହି ବ୍ରିଜ ବହୁତ ପୁରୁଣା ଏବଂ ଏହା ପଞ୍ଜାବରୁ ହିମାଚଳ ପର୍ଯ୍ୟନ୍ତ ରେଳ ଲାଇନକୁ ସଂଯୋଗ କରୁଥିବା ଏକମାତ୍ର ବ୍ରିଜ୍ ଥିଲା ।

ପଞ୍ଜାବ ପଟରୁ ପୂର୍ବରୁ କ୍ଷତିଗ୍ରସ୍ତ ହୋଇଥିବା ଅଂଶ ଏବେ ସମ୍ପୂର୍ଣ୍ଣ ଭାବେ ବନ୍ୟାରେ ଧୋଇ ହୋଇଯାଇଛି । ଏହା ପୂର୍ବରୁ ଏହି ବ୍ରିଜ୍ ଉପରେ ଅନେକ ଥର ପାଣି ପ୍ରବାହିତ ହେଉଥିଲା । ଉଚିତ ସମୟରେ ବ୍ରିଜର ମରାମତି କାମ କରାଯାଇନଥିଲା । ଏହା ପୁରୁଣା ହୋଇଥିବାରୁ ଗତ ୨୪ ଘଣ୍ଟା ଧରି ପ୍ରବଳ ବର୍ଷା ଯୋଗୁଁ ଆଜି ଏହି ବ୍ରିଜ୍ଟି ଧୋଇ ଯାଇଛି ।

୧୯୨୮ରେ ଇଂରେଜ ଦ୍ୱାରା ଏହି ବ୍ରିଜକୁ ନିର୍ମାଣ କରାଯାଇଥିଲା। ଏହି ଟ୍ରାକରେ ପଠାନକୋଟରୁ ଯୋଗେନ୍ଦ୍ରନଗର ମଧ୍ୟରେ ପ୍ରତିଦିନ ୭ଟି ଟ୍ରେନ ଚଳାଚଳ କରୁଥିଲା। ପୋଙ୍ଗବାନ୍ଧ ବନ୍ୟଜନ୍ତୁ ଅଭୟ୍ୟାରଣ୍ୟରେ ଥିବା ଅନେକ ଗୁଡିକ ଗାଁର ଏହି ରେଳ ଲାଇନ ଲାଇଫଲାଇନ ରହିଥିଲା। ଏଠାକୁ କୌଣସି ସଡକ ସୁବିଧା ନଥିଲା। ନଦୀରେ ତେଲ ଥିବା ଯୋଗୁଁ ଅବୈଧ ଖନନ ଯୋଗୁଁ ୯୦ ବର୍ଷର ପୁରୁଣା ପୋଲ ଦୁର୍ବଳ ହୋଇପଡିଥିଲା। ଅବୈଧ ଖନନ ବିଷୟରେ ରେଳ ଅଧିକାରୀ ବାରମ୍ବାର ଅଭିଯୋଗ କରିଥିଲେ। କିନ୍ତୁ ସେମାନଙ୍କ କଥା କେହି ଶୁଣିନଥିଲେ।

ସୂଚନାଯୋଗ୍ୟ ଯେ, ପଞ୍ଜାବକୁ ହିମାଚଳ ସହିତ ସଂଯୋଗ କରୁଥିବା ଏହା ଏକମାତ୍ର ରେଲୱେ ଟ୍ରାକ୍ । ଯାହାକୁ ପ୍ରଶସ୍ତିକରଣ କରିବା ପାଇଁ ସରକାର ଅନେକ ବିମାନ ସର୍ଭେ କରିଥିଲେ । ପରେ ଏହାକୁ ଐତିହାସିକ ଐତିହ୍ୟ ଘୋଷଣା କରି ସେହିଭଳି ଛାଡି ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.