ଆସନ୍ତାକାଲି ବନ୍ଦ ହେବନି ଏମ୍ସ ଓପିଡି ସେବା, ହସପିଟାଲ ଦେଲା ସୂଚନା

ଦେଶର ପ୍ରତିଷ୍ଠିତ ମେଡିକାଲ୍ ଇନଷ୍ଟିଚ୍ୟୁଟ୍ ଦିଲ୍ଲୀ ଏମ୍ସ ମଧ୍ୟ ଜାନୁଆରୀ ୨୨ ରେ ଅଧା ଦିନ ଛୁଟି ଘୋଷଣା କରିଥିଲା । ହେଲେ ଅନେକ ବାଦ ବିବାଦ ପରେ ଓପିଡି ସେବା ସବୁଦିନ ପରି ଆସନ୍ତାକାଲି ଚାଲୁ ରହିବ ବୋଲି ହସପିଟାଲ ସୂଚନା ଦେଇଛି । 

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସମଗ୍ର ଦେଶବାସୀ ଉତ୍ସାହିତ ରହିଛନ୍ତି । ଜାନୁଆରୀ ୨୨ ତାରିଖରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଆଉ ଏଥିପାଇଁ କେନ୍ଦ୍ର ସରକାର ଏହିଦିନ ଅଧାଦିନ ଛୁଟି ଘୋଷଣା କରିଛନ୍ତି । ସମସ୍ତ କେନ୍ଦ୍ର ସରକାରଙ୍କ ଅଫିସ, ଶିକ୍ଷାନୁଷ୍ଠାନ ଅପରାହ୍ନ ୨.୩୦ ଯାଏଁ ବନ୍ଦ ରହିବ । ଆଉ ଏପରିସ୍ଥଳେ ଦିଲ୍ଲୀ ଏମ୍ସ ଅଧାଦିନ ପାଇଁ ବନ୍ଦ ରହିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ହେଲେ ଅନେକ ବାଦ ବିବାଦ ପରେ ଓପିଡି ସେବା ସବୁଦିନ ପରି ଆସନ୍ତାକାଲି ଚାଲୁ ରହିବ ବୋଲି ହସପିଟାଲ ସୂଚନା ଦେଇଛି ।

ଏମ୍ସ ଜାରି କରିଥିବା ସର୍କୁଲାର ମୁତାବକ, ଜାନୁଆରୀ ୨୨ତାରିଖରେ ୨.୩୦ ପର୍ଯ୍ୟନ୍ତ ଅଧାଦିନ ହସପିଟାଲ ବନ୍ଦ ରହିବ । ଏମ୍ସର ସମସ୍ତ ସେକ୍ସନ, ୟୁନିଟ, ସମସ୍ତ ସେଣ୍ଟର ସହିତ ଏମ୍ସ ଅଧିକାରୀ ଏବଂ ମେଡିକାଲ ବିଭାଗ ଏଚଓଡି, ବ୍ରାଞ୍ଚ ଅଫିସ ଏବଂ ଷ୍ଟାଫଙ୍କୁ ମଧ୍ୟ ଛୁଟି ଦିଆଯିବ ବୋଲି କୁହାଯାଇଥିଲା । ଦିଲ୍ଲୀ ଏମ୍ସ ଅଧାଦିନ ପାଇଁ ବନ୍ଦ ରହିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ହେଲେ ଅନେକ ବାଦ ବିବାଦ ପରେ ଓପିଡି ସେବା ସବୁଦିନ ପରି ଆସନ୍ତାକାଲି ଚାଲୁ ରହିବ ବୋଲି ହସପିଟାଲ ସୂଚନା ଦେଇଛି ।

ଏହି ସମୟରେ ଓପିଡି ସେବା ବାଧାପ୍ରାପ୍ତ ହେବନି । ଯେଉଁମାନେ ପୂର୍ବରୁ ଆପଏଣ୍ଟମେଣ୍ଟ ନେଇଥିଲେ, ସେମାନେ ରିସିଡ୍ୟୁଲ କରିପାରିବେ ।

ସୂଚନାଯୋଗ୍ୟ, ଜାନୁଆରୀ ୨୨ ତାରିଖରେ ହେବାକୁ ଥିବା ଅଯୋଧ୍ୟା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସମଗ୍ର ଦେଶରେ ଥିବା କେନ୍ଦ୍ର ସରକାରଙ୍କ ଅଫିସ ଏବଂ ଶିକ୍ଷାନୁଷ୍ଠାନକୁ ୨.୩୦ ଯାଏ ବନ୍ଦ କରାଯାଇଛି । ଓଡିଶାରେ ମଧ୍ୟ ଅଧାଦିନ ଛୁଟି ଘୋଷଣା ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.