ହନିଟ୍ରାଫ୍‌ରେ ଫସି ଡିଆରଡିଓର ବରିଷ୍ଠ ବୈଜ୍ଞାନିକ ଗିରଫ, ଫସାଇଥିବା ପାକିସ୍ତାନର ମାୟାବିନୀ କିଏ ?

ହନିଟ୍ରାଫ୍‌ରେ ଫସି ଡିଆରଡିଓର ବରିଷ୍ଠ ବୈଜ୍ଞାନିକ ଗିରଫ ହେବା ପରେ ଜୋରଦାର ହୋଇଛି ତଦନ୍ତ। ସେ ଏଥିରେ ଏକା ସଂପୃକ୍ତ ନା ଆଉ କାହାର ଲିଙ୍କ ରହିଛି। ହନିଟ୍ରାପରେ ଫସାଇଥିବା ପାକିସ୍ତାନର ମାୟାବିନୀ କିଏ ତାକୁ ନେଇ ଖୋଳତାଡ଼ ହୋଇଛି। ଗତ ଗୁରୁବାର ପୁନେ ଡିଆର୍‌ଡିଓର ନିର୍ଦ୍ଦେଶକ ପ୍ରଦୀପ କୁରୁଲକରଙ୍କୁ ଗିରଫ କରିଛି ମହାରାଷ୍ଟ୍ର ଏଟିଏସ୍‌। ଆକାଶ-ଅଗ୍ନୀ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପରେ କାମ କରୁଥିଲେ ସାଇଣ୍ଟିଷ୍ଟ ଏଚ୍‌।

ନୂଆଦିଲ୍ଲୀ : ହନିଟ୍ରାଫ୍‌ରେ ଫସି ଡିଆରଡିଓର ବରିଷ୍ଠ ବୈଜ୍ଞାନିକ ଗିରଫ ହେବା ପରେ ଜୋରଦାର ହୋଇଛି ତଦନ୍ତ। ସେ ଏଥିରେ ଏକା ସଂପୃକ୍ତ ନା ଆଉ କାହାର ଲିଙ୍କ ରହିଛି। ହନିଟ୍ରାପରେ ଫସାଇଥିବା ପାକିସ୍ତାନର ମାୟାବିନୀ କିଏ ତାକୁ ନେଇ ଖୋଳତାଡ଼ ହୋଇଛି। ଗତ ଗୁରୁବାର ପୁନେ ଡିଆର୍‌ଡିଓର ନିର୍ଦ୍ଦେଶକ ପ୍ରଦୀପ କୁରୁଲକରଙ୍କୁ ଗିରଫ କରିଛି ମହାରାଷ୍ଟ୍ର ଏଟିଏସ୍‌। ଆକାଶ-ଅଗ୍ନୀ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପରେ କାମ କରୁଥିଲେ ସାଇଣ୍ଟିଷ୍ଟ ଏଚ୍‌।

ଆକାଶ-ଅଗ୍ନୀ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପରେ କାମ କରୁଥିଲେ। ଜଣେ ବରିଷ୍ଠ ବୈଜ୍ଞାନିକ, ହନିଟ୍ରାପ୍‌ରେ ଫସି ଦେଶଦ୍ରୋହ କାମ କରିଦେଲେ। ପୁନେ ଡିଆର୍‌ଡିଓରେ ନିର୍ଦ୍ଦେଶକ ଥିବା ବରିଷ୍ଠ ବୈଜ୍ଞାନିକ ଥିବା ପ୍ରଦୀପ କୁରୁଲକରଙ୍କୁ ଗତ ଗୁରୁବାର ମହାରାଷ୍ଟ୍ର ଏଟିଏସ୍‌ ଗିରଫ କରିଥିଲା।  ବଡ଼ ପ୍ରଶ୍ନ, ସେ ଏକା ଥିଲେ ନା, ଆଉ କେହି ତାଙ୍କ ସହ ସାମିଲ ଅଛନ୍ତି। ଅନ୍ୟ ରାଜ୍ୟରେ କେଉଁ ବ୍ୟକ୍ତିଙ୍କ ସହ ସମ୍ପର୍କରେ ଥିଲେ କି। ବିଦେଶ ଗସ୍ତରେ ଯାଇଥିଲେ କି। ଯଦି ଯାଇଥିଲେ କାହା କାହାକୁ ଭେଟିଥିଲେ। ହନିଟ୍ରାପ୍‌ରେ ଫସାଇଥିବା ମାୟାବିନୀ କିଏ? ଏବେ ଏହାର ତଦନ୍ତ ଆରମ୍ଭ ହୋଇଛି। ସୂଚନା ପାଇବାକୁ ପୁନା ଜିଲ୍ଲା ସେସନ କୋର୍ଟରେ ପ୍ରଦୀପଙ୍କ ରିମାଣ୍ଡ ଆବେଦନ କରିଛି ଏଟିଏସ୍‌।

ପାକିସ୍ତାନ ମୟାବିନୀର ଜାଲ ବିଛାଇଛି। ଭାରତରୁ ସମ୍ବେଦନଶୀଳ ତଥ୍ୟ ସଂଗ୍ରହ କରୁଛି। ଅଭିଯୋଗ ମୁତାବକ, ସୋସିଆଲ ମିଡିଆରେ ମାୟାବିନୀର ଜାଲରେ ଫସି ପ୍ରଦୀପ ପାକିସ୍ତାନରେ ଥିବା ଅପରେଟିଭ୍‌କୁ ଗୁପ୍ତ ତଥ୍ୟ ଦେଇଥିଲେ। ହ୍ଵାଟ୍‌ସଆପ୍‌ ମେସେଜ, ଭିଡିଓ କଲ ଓ ଭଏସ କଲ ଜରିଆରେ ତଥ୍ୟ ଦିଆଯାଇଥିବା ଏଟିଏସ୍‌ କହିଛି। ଏଟିଏସ୍‌ ସୂଚନା ମୁତାବକ ୧୩ ଡିସେମ୍ବର ୨୦୨୨ରୁ ୨୪ ଫେବ୍ରୁଆରୀ ୨୦୨୩ ପର୍ଯ୍ୟନ୍ତ, ଅଭିଯୁକ୍ତ ଡିଆରଡିଓରେ ସାଇଣ୍ଟିଷ୍ଟ H ଭାବେ କାର୍ଯ୍ୟକରୁଥିଲେ। ଏ ସମୟରେ ପଦବୀର ଅପବ୍ୟବହାର କରି ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ତଥ୍ୟ ପ୍ରଦାନ କରିଥିଲେ। ପ୍ରମାଣ ସ୍ୱରୂପ ଏଟିଏସ୍‌ ପ୍ରଦୀପଙ୍କର ଦୁଇଟି ମୋବାଇଲ ଫୋନ ଓ ଲାପଟପ ଜବତ କରିଛି।

କେବଳ ପୁନେ ଡିଆରଡିଓ ନୁହଁ ଅନ୍ୟ ରାଜ୍ୟରୁ ମଧ୍ୟ ଅନେକ ବୈଜ୍ଞାନିକ ଗୁପ୍ତଚର କାମ କରି ଧରା ପଡିଛି। ଗତ ଫେବ୍ରୁଆରୀ ମାସରେ ବାଲେଶ୍ୱରରେ ଥିବା ଡିଆରଡିଓର ଆଇଟିଆରରୁ ଜଣେ ବରିଷ୍ଠ ଅଧିକାରୀ ଗିରଫ ହୋଇଥିଲେ। ସେପ୍ଟେମ୍ବର ୨୦୨୧ରେ ମଧ୍ୟ ଆଇଟିଆର ୫ ଠିକା କର୍ମଚାରୀ, ଗୁପ୍ତଚର କାମ କରି ଧରାପଡିଥିଲେ। ସବୁ ଥିରେ ସାମ୍ନାକୁ ଆସିଥିଲା ମାୟାବିନୀ ଖେଳ। ସୋସିଆଲ ମିଡିଆରେ ହନିଟ୍ରାପ୍‌ କରି ଅଧିକାରୀ ଓ ବୈଜ୍ଞାନିକଙ୍କୁ ଫସାଉଛନ୍ତି ପାକ୍‌ ଗୁଇନ୍ଦା ସଂସ୍ଥା।

ବର୍ତ୍ତମାନ ଗିରଫ ହୋଇଥିବା ପ୍ରଦୀପ କୁରୁଲକର ୨୦୦୦ ମସିହାରେ ସାଇନ୍‌ସେ ଡେ ଆୱାର୍ଡ ପାଇଛନ୍ତି। ୨୦୦୨ରେ ଡିଆରଡିଓ ଅଗ୍ନୀ ଆୱାର୍ଡ, ଆକାଶ ପାଇଁ ୨୦୦୮ରେ ଓ ମିଡିୟମ ରେଞ୍ଜ ସରଫେସ୍‌ ଟୁ ଏୟାର ମିସାଇଲସ ପାଇଁ ୨୦୧୬ରେ ପୁରସ୍କୃତ ହୋଇଛନ୍ତି। ଏଭଳି ଜଣେ ପୁରସ୍କୃତ ବୈଜ୍ଞାନିକ ଦେଶଦ୍ରୋହ କାମ କରିବା ସମସ୍ତଙ୍କୁ ଚକିତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.