Below header

ଜାପୋରଝିଆରେ ଘଟିପାରେ ସାଂଘାତିକ ଆଣବିକ ଦୁର୍ଘଟଣା, ଚେତାବନୀ ଦେଲେ ଆନ୍ତର୍ଜାତିକ ପରମାଣୁ ସଂସ୍ଥା ମୁଖ୍ୟ

ଜାପୋରଝିଆରେ ଘଟିପାରେ ସାଂଘାତିକ ଆଣବିକ ଦୁର୍ଘଟଣା । ଚେତାବନୀ ଶୁଣାଇଛନ୍ତି ଆନ୍ତର୍ଜାତିକ ପରମାଣୁ ସଂସ୍ଥା - IAEA ମୁଖ୍ୟ ରାଫେଲ ଗ୍ରୋସୀ। ଜାପୋରଝିଆ ନ୍ୟୁକ୍ଲିଅର ପ୍ଲାଣ୍ଟ ନିକଟର ଯୁଦ୍ଧ ବଢ଼ିଥିବାରୁ ଏଭଳି ଆଶଂକା ପ୍ରକାଶ କରିଛନ୍ତି ଆଇଏଇଏ ମୁଖ୍ୟ। ଗତ ୨୪ ଘଣ୍ଟାରେ ଜାପୋରଝିଆରେ ୭୫ ଥର ହମଲା କରିଛି ରୁଷ ସେନା। ଅନ୍ୟପଟେ ଜାପୋରଝିଆ ପ୍ଲାଣ୍ଟ ନିକଟରୁ ଜନବସତି ଛାଡ଼ି ପଳାଇବାକୁ ରୁଷ ସେନାର ନିର୍ଦ୍ଦେଶ ଅଜଣା ଆତଙ୍କ ସୃଷ୍ଟି କରିଛି।

ନୂଆଦିଲ୍ଲୀ : ଜାପୋରଝିଆରେ ଘଟିପାରେ ସାଂଘାତିକ ଆଣବିକ ଦୁର୍ଘଟଣା । ଚେତାବନୀ ଶୁଣାଇଛନ୍ତି ଆନ୍ତର୍ଜାତିକ ପରମାଣୁ ସଂସ୍ଥା – IAEA ମୁଖ୍ୟ ରାଫେଲ ଗ୍ରୋସୀ। ଜାପୋରଝିଆ ନ୍ୟୁକ୍ଲିଅର ପ୍ଲାଣ୍ଟ ନିକଟର ଯୁଦ୍ଧ ବଢ଼ିଥିବାରୁ ଏଭଳି ଆଶଂକା ପ୍ରକାଶ କରିଛନ୍ତି ଆଇଏଇଏ ମୁଖ୍ୟ। ଗତ ୨୪ ଘଣ୍ଟାରେ ଜାପୋରଝିଆରେ ୭୫ ଥର ହମଲା କରିଛି ରୁଷ ସେନା। ଅନ୍ୟପଟେ ଜାପୋରଝିଆ ପ୍ଲାଣ୍ଟ ନିକଟରୁ ଜନବସତି ଛାଡ଼ି ପଳାଇବାକୁ ରୁଷ ସେନାର ନିର୍ଦ୍ଦେଶ ଅଜଣା ଆତଙ୍କ ସୃଷ୍ଟି କରିଛି।

ପୁଣି ଘାରିଲା ଆଣବିକ ଆତଙ୍କ। ମହାବିପଦରେ ୟୁକ୍ରେନର ଜାପୋରଝିଆ ପରମାଣୁ ଶକ୍ତି କେନ୍ଦ୍ର। ଜାପୋରଝିଆରୁ ରୁଷ ଜନବସତି ଖାଲି କରିବା ଅଜଣା ଭୟ ସୃଷ୍ଟି କରିଛି। ଜାପୋରଝିଆ ନ୍ୟୁକ୍ଲିଅର ପ୍ଲାଣ୍ଟ ନିକଟରେ ରହୁଥିବା ୧୮ଟି ଜନବସିତିର ଲୋକଙ୍କୁ ତୁରନ୍ତ ଜାଗା ଛାଡ଼ିବାକୁ କହିଛି ରୁଷ ସେନା। ଏହି ଅଞ୍ଚଳରୁ ରୁଷ ଅଧିକୃତ ଅଞ୍ଚଳ ପ୍ରିମୋର୍ସ୍କ ଓ ବେର୍ଡିଆନ୍‌ସ୍କ ସହରକୁ ପଳାଉଛନ୍ତି ଲୋକ। ପିଲା ଓ ବୟସ୍କ ଲୋକଙ୍କୁ ପ୍ରଥମେ ପଳାଇଯିବାକୁ କୁହାଯାଇଛି। ହସ୍ପିଟାଲରୁ ରୋଗୀଙ୍କୁ ମଧ୍ୟ ଖାଲି କରାଯାଉଛି।

ନ୍ୟୁକ୍ଲିଅର ପ୍ଲାଣ୍ଟ ଅଞ୍ଚଳ ଛାଡ଼ିବାକୁ କାହିଁକି ବାଧ୍ୟ କରାଯାଉଛି ? ଜାପୋରଝିଆରେ ବଡ଼ ଆକ୍ରମଣ କରିବ କି ରୁଷ ସେନା ? ଗତବର୍ଷ ଯୁଦ୍ଧ ଆରମ୍ଭର ମାତ୍ର କେଇ ଦିନ ପରେ ଜାପୋରଝିଆ ଆଣବିକ କେନ୍ଦ୍ରକୁ ନିଜ ଦଖଲକୁ ନେଇଥିଲା ରୁଷ । ପ୍ଲାଣ୍ଟ ନିକଟରେ ରକେଟ ଓ ମିସାଇଲ ମାଡ଼ ଯୋଗୁ ଏକାଧିକ ଥର ବିକିରଣ ବିପର୍ଯ୍ୟୟ ଆଶଂକା ସୃଷ୍ଟି ହୋଇଥିଲା। ଏହାକୁ ନେଇ ଅନେକ ଥର ଚେତାବନୀ ଶୁଣାଇଥିଲା ଆନ୍ତର୍ଜାତିକ ଆଣବିକ ସଂସ୍ଥା – IAEA । ଏଥର ବଡ଼ ଆଣବିକ ଦୁର୍ଘଟଣା ନେଇ ଚେତାବନୀ ଶୁଣାଇଛନ୍ତି ଆଇଏଇଏ ମୁଖ୍ୟ ରାଫେଲ ଗ୍ରୋସୀ।

ରୁଷ କହିଛି, ଜାପୋରଝିଆରେ ବଡ଼ ପାଲଟା ଆକ୍ରମଣ ପାଇଁ ୟୁକ୍ରେନ ପ୍ରସ୍ତୁତ ହେଉଛି। ଗତ କିଛି ଦିନ ହେବ ଆକ୍ରମଣ ବଢ଼ାଇଛି ୟୁକ୍ରେନ। ଆଗକୁ ହମଲା ତେଜିଲେ ଖାଦ୍ୟ, ଔଷଧ, ପାଣି ଓ ବିଜୁଳିର ଅଭାବ ପଡ଼ିଯିବ। କିଛି ଅଞ୍ଚଳରେ ଅଭାବ ପଡ଼ିଗଲାଣି। ସେଥିପାଇଁ ଲୋକଙ୍କୁ ଖାଲି କରାଯାଉଛି। ରୁଷ ଉପରେ ପ୍ରତିଆକ୍ରମଣ ପାଇଁ ବ୍ୟୂହ ରଚନା ସରିଥିବା କିଛି ଦିନ ପୂର୍ବରୁ ଘୋଷଣା କରିଥିଲେ ୟୁକ୍ରେନ ପ୍ରତିରକ୍ଷାମନ୍ତ୍ରୀ ଓଲେସ୍କି ରେଜନିକୋଭ। ତେବେ ପାଲଟା ଆକ୍ରମଣ ଆଶାନୁରୂପକ ପ୍ରଭାବୀ ହେବ ନାହିଁ ବୋଲି ୟୁକ୍ରେନର କିଛି ଅଧିକାରୀ ଆଶଂକା ପ୍ରକାଶ କରିଛନ୍ତି।

ରୁଷ ଉପରେ ପାଲଟା ଆକ୍ରମଣ ଆରମ୍ଭ କରି ସାରିଲାଣି ୟୁକ୍ରେନ। ବଢ଼ିଛି ଡ୍ରୋନ ହମଲା। ଗତରାତିରେ କ୍ରିମିଆ ଉପରେ ଉଡ଼ୁଥିଲା ଡ୍ରୋନ। ଟାର୍ଗେଟ୍‌କୁ ହିଟ୍‌ କରିବା ପୂର୍ବରୁ ଖସାଇ ଦେଇଥିଲା ରୁଷ ସେନା। ଅନ୍ୟପଟେ ଗତ ୨୪ ଘଣ୍ଟାରେ ଜାପୋରଝିଆରେ ୭୫ ଥର ଆକ୍ରମଣ କରିଛି ରୁଷ ସେନା। ୧୬ଟି ଜନବସତି ଉପରେ ହମଲା ହୋଇଛି। ଏଥିରେ କାର ଓ ଘର ଭାଙ୍ଗିଛି। କିନ୍ତୁ କେହି ମୃତାହତ ହୋଇଥିବା ସୂଚନା ନାହିଁ। ପ୍ଲାଣ୍ଟ ଉପରେ ମିସାଇଲ ଖସିଲେ ବିକିରଣର ମହାବିପର୍ଯ୍ୟୟ ସୃଷ୍ଟି ହୋଇପାରେ। ଯାହା ପୂରା ବିଶ୍ୱରେ ମାନବ ସଭ୍ୟତା ପ୍ରତି ବିପଦ ସୃଷ୍ଟି କରିପାରେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.