ପୂର୍ବରୁ ଯୁଦ୍ଧ ବେଳେ ଭାରତକୁ କିଭଳି ସାହାଯ୍ୟ କରିଥିଲା ଋଷ ?

ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧରେ ଅନେକ କିଛି ସମସ୍ୟା ଦେଖାଦେଲାଣି । ଏ ଯୁଦ୍ଧ ଆହୁରି କେତେ ଦିନ ଚାଲିବ ତାହା ମଧ୍ୟ ଜଣାନାହିଁ । କିନ୍ତୁ ହଁ ୟୁକ୍ରେନ ଉପରେ ଋଷର ଆକ୍ରଣଣ ସଂପର୍କରେ ମିଳିତ ଜାତିସଂଘର ସାଧାରଣ ସଭାରେ ଋଷ ବିରୋଧରେ ଏକ ସଂକଳ୍ପ ପାରିତ ହୋଇଛି ଯାହାକୁ ୧୪୧ଦେଶ ସମର୍ଥନ କରିଥିଲେ । ଏଥି ସହିତ ୫ଟି ଦେଶ ମଧ୍ୟ ଋଷିଆ ସପକ୍ଷରେ ଛିଡା ହୋଇଥିବା ବେଳେ ୩୫ଟି ଦେଶ ଏଥିରେ ଭାଗ ନେଇନାହାନ୍ତି । ଏହି ଭୋଟିଂରେ ଭାରତ ଅଂଶଗ୍ରହଣ କରିନାହିଁ । ଭାରତର ଏହି ପଦକ୍ଷେପକୁ ନେଇ ଋଷିଆ ସନ୍ତୋଷ ବ୍ୟକ୍ତ କରିଛି । ଭାରତ ଯୁଦ୍ଧରେ ସମର୍ଥକ ହୋଇନାହିଁ କିନ୍ତୁ ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ନିରପେକ୍ଷ ଥିବାବେଳେ ଭାରତ କାହାକୁ ସମର୍ଥନ କରିବନି ବୋଲି ନିଷ୍ପତ୍ତ୍‌ି ନେଇଛି । କାରଣ ଭାରତ ଓ ଋଷିଆ ମଧ୍ୟରେ ବନ୍ଧୁତା ଦଶନ୍ଧି ପୁରୁଣା ଏବଂ ଏହାର ଗଭୀରତା ମଧ୍ୟ ସେମିତି । ଯେତେବେଳେ ବି ଭାରତ ଓ ଋଷିଆ ମଧ୍ୟରେ ବନ୍ଧୁତ୍ୱ ଉଲ୍ଲେଖ ରହିଛି ଏହା ନିଶ୍ଚୟ ୧୯୭୧ର ଭାରତ ପାକିସ୍ତାନ ଯୁଦ୍ଧକୁ ମନେ ପକାଇବ । କିଭଳି ଋଷିଆ ପ୍ରତ୍ୟେକ ପଦକ୍ଷେପରେ ଭାରତ ସହ ଛିଡା ହୋଇଥିଲା ।

୧୬ଡିସେମ୍ବର ୧୯୭୧ରେ ଭାରତ ଯୁଦ୍ଧରେ ପାକିସ୍ତାନକୁ ପରାସ୍ତ କରି ଏହାକୁ ଦୁଇଖଣ୍ଡରେ ଭାଙ୍ଗି ଦେଇଥିଲା । ଯୁଦ୍ଧରେ ମାତ୍ର ୧୩ଦିନରେ ପାକିସ୍ତାନର ୯୩ହଜାର ସୈନ୍ୟ ଭାରତୀୟ ସେନା ଆଗରେ ମୁଣ୍ଡ ନୁଆଁଇଥିଲେ । ଫଳରେ ପୂର୍ବ ପାକିସ୍ତାନ ନାମକ ଅଂଶ ନୂତନ ରାଷ୍ଟ୍ର ବାଂଲାଦେଶ ଭାବରେ ଉଭା ହେଲା ।

ଏହି ସମୟରେ ଆମେରୀକା ପାକିସ୍ତାନ ପକ୍ଷରେ ଛିଡା ହୋଇଥିଲା । ଏମିତି ସମୟ ଥିଲା ଯେବେ ଆମେରୀକା ପାକିସ୍ତାନକୁ ସାହାଯ୍ୟ କରିବାକୁ ଜାପାନ ପାଖରେ ଅବସ୍ଥିତ ସେନାର ସପ୍ତମ ପ୍ଲାଇଟ ପଠାଇଦେଲା । ସେହି ସମୟରେ ଭାରତର ତତ୍କାଲୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସହ ଆମେରୀକା ରାଷ୍ଟ୍ରପତି ନିକ୍ସନଙ୍କର ସମ୍ପର୍କ ଭଲ ଥିଲେ ବି ପାକିସ୍ତାନକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇଥିଲା ଆମେରୀକା । ଏପରି ହୋଇଥିଲା କି ପାକିସ୍ତାନୀ ନୌସେନାର ଜାହାଜରେ ଆମେରୀକା ନିର୍ମିତ ପିଏନଏସ ଗାଜି ଭାରତୀୟ ଜାହାଜ ଆଇ ଏନ ଏସ ବିକ୍ରାନ୍ତକୁ ଧ୍ୱଂସ କରିବା ଉଦ୍ଦେଶ୍ୟରେ ଗତି କରୁଥିବା ବେଳେ ବିଶାଖାପାଟନମ ନିକଟରେ ଭାରତୀୟ ନୌସେନା ବୁଡି ଯାଇଥିଲା ।

ଯେତେବେଳେ ଆମେରୀକାର ନୌସେନାର ସପ୍ତମ ଜହାଜ ପାକିସ୍ତାନି ସପକ୍ଷରେ ଭାରତ ଆଗଡୁ ଗତି କରୁଥିଲା । ସେତେବେଳେ ଋଷିଆଠାରୁ ଭାରତ ସାହାଯ୍ୟ ଲୋଡିଥିଲା । ସୌଭାଗ୍ୟବଶତ୍‌ ଯୁଦ୍ଧ ଆରମ୍ଭ ହେବାର କିଛି ମାସ ପୂର୍ବରୁ ସୋଭିଏତ ଭାରତ ଶାନ୍ତି ବନ୍ଧୁତା ଓ ସହଯୋଗ ଚୁକ୍ତି ଉଭୟ ଦେଶ ସହିତ ସ୍ୱାକ୍ଷରିତ ହୋଇଥିଲା । ତେବେ ଆମେରୀକା ନୌସେନା ବଙ୍ଗୋପସାଗର ଆଡକୁ ଗତି କରୁଥିବା ବେଳେ ଋଷିଆ ପ୍ରଶାନ୍ତ ମହାସାଗରରୁ ଭାରତକୁ ସାହାଯ୍ୟ କରିବା ପାଇଁ ଆଣବିକ ସମ୍ପର୍ଣ୍ଣ ବୁଡାଜାହାଜ ଓ ବିନାଶକକୁ ଭାରତ ମହାସାଗରକୁ ପଠାଇ ଦେଇଥିଲା । ଆମେରୀକା ସପ୍ତମ ପ୍ଲାଇଟ ବଙ୍ଗୋପସାଗରରେ ପହଞ୍ଚିିବା ବେଳକୁ ୧୬ଡିସେମ୍ବର ୧୯୭୧ରେ ପାକିସ୍ତାନୀ ସେନା ଭାରତ ନିକଟରେ ଆତ୍ମସମର୍ପଣ କରିଥିଲା ।

ଭାରତ ପାକିସ୍ତାନ ଯୁଦ୍ଧ ସମୟରେ କେବଳ ପାକିସ୍ତାନ ନୁହେଁ ଅନେକ ଦେଶ ପାକିସ୍ତାନକୁ ସମର୍ଥନ କରି ଠିଆ ହୋଇଥିଲେ । ଏପରିକି ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଯୁଦ୍ଧ ବିରାମର ପ୍ରସ୍ତାବ ଆଣିଥିଲା ଆମେରୀକା । ତାସହ ପାକିସ୍ତାନ ସପକ୍ଷରେ ରହିବାକୁ ବାରମ୍ବାର ଚେଷ୍ଟା କରିଥିଲା । ସେତେବେଳେ ଭାରତର ବନ୍ଧୁ ଦେଶ ଋଷିଆ ଆମେରୀକାର ପ୍ରସ୍ତାବ ଉପରେ ଭିଟୋ ବ୍ୟବହାର କରି ଭାରତକୁ ସାହାଯ୍ୟ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.