ବିହାରରେ ହସ୍ପିଟାଲ ପଛପଟୁ ବାହାରୁଛି ଶତାଧିକ ନରକଙ୍କାଳ, ଲୋକେ ଆତଙ୍କିତ

ବିହାର: ଦିନକୁ ଦିନ ବିହାରରେ ଶିଶୁମାନଙ୍କ ମସ୍ତିଷ୍କ ଜ୍ବରରେ  ମୃତ୍ୟୁ ସଂଖ୍ୟା ଯେପରି ଭାବେ  ବଢିଚାଲିଛି ତାହା ସମଗ୍ର ଦେଶ ପାଇଁ ଉଦବେଗ ପରିସ୍ଥିତି ସୃଷ୍ଟି କରିଛି । ପରିସ୍ଥିତ ଏଭଳି ହୋଇଛି ଯେ, ସରାଭାରତରେ ଏହି ଖବର ବ୍ୟାପିଯାଇଛି। ତେବେ ଏହି ମସ୍ତିଷ୍କ ଜ୍ବରରେ ଶିକାର ହୋଇ ଶିଶୁମୃତ୍ୟୁ ଖବର ନଥମୁଣୁ ପୁଣି ଏକ ଆଶ୍ଚର୍ଯ୍ୟ କଲାଭଳି ଘଟଣା ସାମ୍ନାକୁ ଆସିଛି। ବିହାର ମୁଜାପ୍ଫରପୁର ସ୍ଥିତ ଏସକେଏମସିଏଚ ହସ୍ପିଟାଲ ପଛରୁ ବାହିରିଛି ଶତାଧିକ ନର କଙ୍କାଳ ଯାହା ଏବେ ସମଗ୍ର ଅଞ୍ଚଳର ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରିଛି।

ସବୁଠାରୁ ବିସ୍ମୟ କଲାଭଳି ଘଟଣା ହେଉଛି ଏହି ନରକଙ୍କାଳ ଯେଉଁ ଏସକେଏମସିଏଚ ହସ୍ପିଟାଲ ପଛ ପଟୁ ବାହରିଛି ସେହି ହସ୍ପିଟାଲ ପାଖରେ ଥିବା କେଜରିୱାଲ ହସ୍ପିଟାଲରେ କିଛିଦିନ ତଳେ  ୧୦୮ଲୋକଙ୍କ ମସ୍ତିଷ୍କ ଜ୍ବର ଜନିତ ରୋଗରେ ମୃତ୍ୟୁ ହୋଇଥିଲା। ଏହି ହସ୍ପିଟାଲ ରୋଗୀ ସେବା ବିଫଳତା କାରଣରୁ ୧୭୨ ଲୋକଙ୍କ ଜୀବନ ନେଇଛି ବୋଲି ମଧ୍ୟ ଅଭିଯୋଗ ହୋଇଛି।

ଏ ସଂପର୍କରେ ଲୋକଙ୍କ ପ୍ରତିକ୍ରୀୟା

ଆଖପାଖରେ ରହୁଥିବା ଲୋକଙ୍କ କହିବା କଥା ହେଲା ଏହି ହସ୍ପିଟାଲକୁ ଆସୁଥିବା ଅନାଥ ଅସହାୟ ଲୋକଙ୍କ ମୃତ୍ୟୁପରେ କେହି ଦାବିଦାର ନ ଆସିଲେ ମରଶରୀରକୁ ପୋଷ୍ଟମର୍ଟମ ପରେ କିଛି ପୋତା ଯାଉଛି ଓ କିଛି ବାହାରେ ଫୋପାଡି ଦିଆଯାଉଛି। ଏହି ମରଶରୀର ଗୁଡିକୁ ଶୃଗାଳ କୁକୁର ଖାଇ କଙ୍କାଳ ଗୁଡିକୁ  ପଦାକୁ ନେଇ ଆସୁଛନ୍ତି। ଯାହା ଫଳରେ ଏବେ ଏତେ ମାତ୍ରାରେ କଙ୍କାଳ ଦେଖିବାକୁ ମିଳିଛି।

ହସ୍ପିଟାଲର ପ୍ରତିକ୍ରିୟା

ରିପୋର୍ଟ ଅନୁସାରେ ହସ୍ପିଟାଲ ପଛପଟୁ ବାହାରିଥିବା ଏହି କଙ୍କାଳ ଗୁଡିକର ସନ୍ଧାନ ପାଇ ହସ୍ପିଟାଲର ବରିଷ୍ଠ ଡାକ୍ତରମାନେ ଏକ ଦଳ ଗଠନ କରି ତଦନ୍ତ ପାଇଁ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ।କଙ୍କାଳ ଗୁଡିକ ହସ୍ପିଟାଲ ପଛପଟୁ ବାହାରିଥିବା ନେଇ ହସ୍ପିଟାଲ  ତରଫରୁ ସ୍ବୀକାର କରାଯାଇଛି କିନ୍ତୁ ତଦନ୍ତ ପରେ ଏସଂକ୍ରାନ୍ତରେ ପ୍ରିନ୍ସପାଲଙ୍କୁ ସବିଶେଷ ତଥ୍ୟ ଦିଆଯିବ ବୋଲି ହସ୍ପିଟାଲର ବରିଷ୍ଠ ଡାକ୍ତର ବିପିନ କୁମାର କହିଛନ୍ତି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.