Below header

ମେକ୍ସିକୋରେ ମାଡ଼ି ଆସିଲା ତୋଫାନ ‘ଅଗାଥା’; ନେଇଗଲା ୯ ଜଣଙ୍କ ଜୀବନ, ୩୩ ନିଖୋଜ

ମେକ୍ସିକୋର ଓକ୍ସାକା ରାଜ୍ୟରେ ସୋମବାର ଦ୍ୱିପ୍ରହରରେ ତୋଫାନ ‘ଅଗାଥା’ ମାଡ଼ି ଆସିଥିଲା। ଏଥିରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୩ ଜଣ ନିଖୋଜ ଅଛନ୍ତି। ଗଭର୍ନର ଏଲେଜାନ୍ଦ୍ରୋ ମୁରତ୍‌ ବୁଧବାର ସୂଚନା ଦେଇ କହିଛନ୍ତି କି, ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ। କାହିଁକି ନା, ଅଗାଥାରେ ଆହୁରି ବି ଅଧିକ କ୍ଷୟକ୍ଷତିର ଆଶଙ୍କା କରାଯାଉଛି।

ଗଭର୍ନର କହିଛନ୍ତି, ସ୍ଥାନୀୟ ଅଧିକାରୀମାନେ ବିଶେଷ ରୂପେ ପ୍ରଶାନ୍ତ ଉପକୂଳ ଏବଂ ଉଚ୍ଚଭୂମିରେ ଅଗାଥା ପ୍ରଭାବିତ ଲୋକମାନଙ୍କୁ ସହାୟତା ନିମନ୍ତେ ୨୪୦ ଆଶ୍ରୟସ୍ଥଳୀ ନିର୍ମାଣ କରିଛନ୍ତି। ତୋଫାନ ଯୋଗୁ ୯ ନଗର ପାଳିକା ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ହୋଇଯାଇଛି, ଯଦ୍ଦ୍ଵାରା ୪୦,୦୦୦ରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି।

ସେପଟେ ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ମଧ୍ୟ ହୋଇଛି। ନଦୀର ଜଳ ସ୍ତର ବୃଦ୍ଧି ପାଇଛି, ଏଥିଯୋଗୁ ଦୁଇଟି ବ୍ରିଜ୍‌ ମଧ୍ୟ ଭୁଶୁଡ଼ି ପଡ଼ିଛି। ରିପୋର୍ଟ ମୁତାବକ, ଅଗାଥା ୨୦୨୨ର ପ୍ରଥମ ତୋଫାନ, ଯାହାକି ଦୁର୍ବଳ ହେବା ପୂର୍ବରୁ ଓକ୍ସାକାରେ ଶ୍ରେଣୀ ୨ ତୋଫାନ ରୂପେ ଲ୍ୟାଣ୍ଡ୍‌ଫଲ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.