ତାନ୍ତ୍ରିକ କଥାରେ ସ୍ତ୍ରୀ ସହ ଏମିତି କଲା ସ୍ୱାମୀ…ଶୁଣିଲେ ଆପଣ ରକ୍ତ ଗରମ ହୋଇଯିବ

ଅନ୍ଧବିଶ୍ୱାସର ଅତି ବିକଳ ଚିତ୍ର । ସ୍ତ୍ରୀକୁ ଖୋଲା ଜାଗାରେ ଉଲଗ୍ନ ହୋଇ ଗାଧୋଇବାକୁ ବାଧ୍ୟ କଲା ପାଗଳ ସ୍ୱାମୀ । ତାନ୍ତ୍ରିକ କଥାରେ ପଡ଼ି ସ୍ତ୍ରୀକୁ ଏପରି କରିବାକୁ ବାଧ୍ୟ କରିଛ ଏହି ଅବୁଝା ସ୍ୱାମୀ। ମହାରାଷ୍ଟ୍ର ପୁନେ ଅନ୍ତର୍ଗତ ରତ୍ନଗିରି ଜିଲ୍ଲାରେ ଏହି ଘଟଣା ଘଟିଛି ।

ଏହି ଦମ୍ପତିଙ୍କର ପୁତ୍ର ସନ୍ତାନ ହେଉନଥିଲା । ତାକୁ ନେଇ ସ୍ୱାମୀ ତାନ୍ତ୍ରିକର ଶରଣ ପଶିଥିଲେ । ତାନ୍ତ୍ରିକ ଜଣକ ଗୁଣି ଗାରେଡି କରି ପୁତ୍ର ସନ୍ତାନ କରାଇ ଦେବାକୁ କଥା ଦେଇଥିଲା । ଏଥିରେ ମହିଳାଙ୍କୁ ଝରଣାରେ ଉଲଗ୍ନ ହୋଇ ଖୋଲାରେ ଗାଧୋଇବାକୁ ହେବ ବୋଲି କହିଥିଲା ତାନ୍ତ୍ରିକ । ଆଉ ଏହା ପରେ ମହିଳାଙ୍କୁ ରାୟଗଡ ଜିଲ୍ଲା ନିଆଯାଇ ସେଠାରେ ଖୋଲାରେ ଗାଧୋଇବାକୁ ବାଧ୍ୟ କରିଥିଲେ ଶାଶୁଘର ଲୋକ।

ମହିଳା ଜଣଙ୍କ ଏନେଇ ଅଭିଯୋଗ କରିବା ପରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ। ଯୌତୁକ ନିର୍ଯାତନା ସହ ପୁଅ ଜନ୍ମ କରି ନପାରିବାରୁ ଶାଶୁଘର ଲୋକେ ତାଙ୍କୁ ବିଭିନ୍ନ ଉପାୟରେ ଅତ୍ୟାଚାର କରୁଥିଲେ । ପୂର୍ବରୁ ମଧ୍ୟ ତାଙ୍କୁ ଗୁଣି କରାଯାଇଥିବା ମହିଳା ଅଭିଯୋଗ କରିଛନ୍ତି।

ପୁନେର ଭାରତୀ ବିଦ୍ୟାପୀଠ ଥାନାରେ ମହିଳା ଜଣକ ଏଫ୍‌ଆଇଆର ଦେଇଛନ୍ତି । ଅଭିଯୋଗ ଅନୁଯାୟୀ, ତାନ୍ତ୍ରିକ କହିଥିଲେ କି ମହିଳା ଜଣକ ଯଦି କୌଣସି ଲୋକ ଚଳପ୍ରଚଳ କରୁଥିବା ଝରଣାରେ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ଗାଧୋଇବେ ତେବ ତାର ପୁଅ ଜନ୍ମ ହେବ । ଏହାପରେ ତାନ୍ତ୍ରିକ ପୂଜାପାଠ କରିଥିଲେ ଏବଂ ପରେ ମହିଳାଙ୍କୁ ରାୟଗଡ଼ ଜିଲ୍ଲାରେ ଥିବା ଏକ ଝରଣାକୁ ନିଆଯାଇଥିଲା । ସେହିଠାରେ ତାଙ୍କୁ ଲୋକଙ୍କ ଆଗରେ ଉଲଗ୍ନ ହୋଇ ଗାଧୋଇବାକୁ ବାଧ୍ୟ କରାଯାଇଥିଲା । ଅନ୍ୟପଟେ ପୋଲିସ୍‌ ଅଭିଯୋଗ ପାଇବା ପରେ ତଦନ୍ତ କରି ଜାଣି ପାରିଛି ଯେ ମହିଳାଙ୍କ ସ୍ୱାମୀ ନିଜ ସ୍ତ୍ରୀର ଜାଲ ଦସ୍ତଖତ କରି ବ୍ୟାଙ୍କରୁ ୭୫ ଲକ୍ଷ ଟଙ୍କାର ଲୋନ୍‌ ନେଇଛନ୍ତି । ଏସବୁକୁ ନେଇ ପୋଲିସ୍‌ ଅଧିକ ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.