Below header

ସ୍ତ୍ରୀ ଗାଧୋଇବା ବେଳେ ଲୁଚି ଲୁଚି ଭିଡିଓ କରୁଥିଲେ ସ୍ୱାମୀ! ତା ପରେ ପୋଲିସ୍‌ କଣ କଲା ଜାଣନ୍ତୁ

ବର୍ତ୍ତମାନ ସମାଜରେ ଏପରି ଅନେକ ଘଟଣା ଘଟୁଛି ଯାହାକୁ କଳ୍ପନା କରିବା ଅସମ୍ଭବ। ଏପରିକି ନିଜ ପରିବାରର ଲୋକମାନେ ମଧ୍ୟ ବିଶ୍ୱାସଘାତକତା କରିବାକୁ ପଛାଉ ନାହାନ୍ତି । ମହାରାଷ୍ଟ୍ର ପୁଣେରେ ଏଭଳି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ଲୁଚି ଲୁଚି ନିଜର ସ୍ତ୍ରୀଙ୍କ ଗାଧୁଆ ସମୟର ଦୃଶ୍ୟକୁ ମୋବାଇଲ୍‌ କ୍ଯାମେରାରେ କଏଦ କରୁଥିଲେ । ହେଲେ ଦୁର୍ଭାଗ୍ୟକୁ ପତି ଜଣକ ଧରାପଡ଼ି ଯାଇଥିଲେ । ପରେ ସ୍ତ୍ରୀ ଅଭିଯୋଗରେ ତାଙ୍କୁ ପୋଲିସ୍‌ ଗିରଫ କରିଛି ।

ସୂଚନା ଅନୁଯାୟୀ ଏହି ବ୍ୟକ୍ତି ଜଣଙ୍କ ପୋଲିସ ଷ୍ଟେସନକୁ ନିଜେ ଯାଇ ଏକ ଲିଖିତ ଅଭିଯୋଗ କରିଥିଲେ । ଏଥିରେ ସେ ଜଣାଇଥିଲେ ଯେ ତାଙ୍କ ସ୍ତ୍ରୀ ଘରେ ତାଙ୍କୁ ବହୁତ ହଇରାଣ କରୁଛନ୍ତି। ପୋଲିସ ମାମଲାର ସମାଧାନ କରିବା ପାଇଁ ଉଭୟ ସ୍ବାମୀ-ସ୍ତ୍ରୀଙ୍କୁ ଥାନାକୁ ଡାକିଥିଲା । ଏହା ପରେ ଅସଲ କଥାଟି ପଦାକୁ ଆସିଥିଲା । ପ୍ରଥମେ ସ୍ତ୍ରୀଙ୍କୁ ପଚରା ଯିବାରୁ ସେ ସ୍ବାମୀଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଥିଲେ । ସେ ପାଲଟା ଅଭିଯୋଗ କରି କହିଥିଲେ, ମୋ ସ୍ବାମୀ ମତେ ସନ୍ଦେହ କରୁଛନ୍ତି । ଘରର ଦାୟିତ୍ୱ ନେଉନାହାନ୍ତି । ମୋ ଉପରେ ଅତ୍ୟାଚାର କରୁଛନ୍ତି।
ଏକଥା ଶୁଣି ପୋଲିସ ସ୍ବାମୀଙ୍କ ମୋବାଇଲ୍କୁ ନିଜ କବ୍ଜାକୁ ନେଇ ଯାଞ୍ଚ୍ କରିଥିଲେ। ଏହାପରେ ବ୍ୟକ୍ତିଙ୍କ ମୋବାଇଲ୍ ଗ୍ୟାଲୋରୀରୁ ସ୍ତ୍ରୀଙ୍କ ଅଶ୍ଲୀଳ ଭିଡିଓ ଥିବା ଦେଖିବାକୁ ମିଳିଥିଲା । ଯାହାପରେ ଅଭିଯୁକ୍ତ ସ୍ବାମୀ ନିଜ ଦୋଷ ସ୍ବୀକାର କରିଥିଲେ।

ପୋଲିସ୍‌ କହିବା ଅନୁସାରେ, ଗତ ମେ ୨୧ ତାରିଖରେ ସ୍ତ୍ରୀ ଗାଧୋଇବାକୁ ଯାଇଥିବା ବେଳେ ସ୍ୱାମୀ ଲୁଚିଛପି ଭିଡିଓ କରିଥିଲେ। ଏକଥା ସ୍ୱୀକାର କରିବା ପରେ ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆଇପିସି ଧାରା ୩୪୫-ଏ ଅନୁଯାୟୀ ଗିରଫ କରିଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.