ଜମ୍ମୁ-କାଶ୍ମୀର ସୋପୋରରେ ଏନକାଉଣ୍ଟର, କୁଖ୍ୟାତ ଆତଙ୍କବାଦୀ ମୁଦାସିର ପଣ୍ଡିତ ସମେତ ୩ ନିହତ

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀର ବାରମୂଲା ଜିଲ୍ଲା ସୋପୋର ଏନକାଉଣ୍ଟରରେ ସୁରକ୍ଷା ବାହିନୀକୁ ବଡ ସଫଳତା। ଏନକାଉଣ୍ଟରରେ ଲସ୍କର-ଏ-ତୋଇବା ଆତଙ୍କବାଦୀ ସଙ୍ଗଠନର କୁଖ୍ୟାତ ଆତଙ୍କବାଦୀ ମୁଦାସିର ପଣ୍ଡିତଙ୍କ ସମେତ ୩ଜଣ ନିହତ ହୋଇଛନ୍ତି। ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ଭାରତୀୟ ସେନା ପକ୍ଷରୁ ଏନକାଉଣ୍ଟର କରାଯାଇଥିଲା। ରାତିସାରା ଏନକାଉଣ୍ଟର ଚାଲିଥିଲା।

ବର୍ତ୍ତମାନ ସେଠାରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ଜୁନ୍‌ ୧୨ରେ ଉତ୍ତର-କାଶ୍ମୀରରେ ହୋଇଥିବା ହମ୍‌ଲା ପରେ ସୁରକ୍ଷାବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ୍‌ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.