ଆପଣ ନିଜେ କରିପାରିବେ କି କୋଭିଡ ଟେଷ୍ଟ ? ଜାଣନ୍ତୁ କଣ ରହିଛି ନିୟମ

ସର୍ବାଧିକ କରୋନା ସଂକ୍ରମିତ ତାଲିକାରେ ବିଶ୍ୱରେ ଏବେ ଦ୍ଵିତୀୟ ସ୍ଥାନରେ ଅଛି ଭାରତ । ଆଗୁଆ ସତର୍କ ହେବା ଓ ଟେଷ୍ଟିଙ୍ଗ ସଂଖ୍ୟା ବଢ଼ାଇ ଯଥାଶୀଘ୍ର ସଂକ୍ରମିତ ଚିହ୍ନଟ କରିବା ହିଁ କୋଭିଡ ଠାରୁ ରକ୍ଷା ପାଇବାର ଏକ ମାତ୍ର ରାସ୍ତା । ଟେଷ୍ଟିଙ୍ଗ ସଂଖ୍ୟା ଯେତେ ବଢ଼ାଯିବ, ସେତେ ଶୀଘ୍ର ସଂକ୍ରମିତ ଚିହ୍ନଟ ହେବା ସହ ଚିକିତ୍ସା ସୁବିଧା ମିଳିପାରିବ । ଯଦି ଜଣଙ୍କ ଠାରେ କୋଭିଡର ଲକ୍ଷଣ ମାନ ନଜର ଆସୁଥାଏ ତେବେ ଯଥାଶୀଘ୍ର ଟେଷ୍ଟ କରାଇନେବା ପାଇଁ ବିଶେଷଜ୍ଞ ମାନେ ପରାମର୍ଶ ଦେଉଛନ୍ତି । କିନ୍ତୁ ଜରୁରୀହେଉଛି ଟେଷ୍ଟ ବି ସଠିକ ଭାବରେ ହିଁ ହେବା ଉଚିତ । ପୂର୍ବରୁ ହିଁ ଡାକ୍ତରଙ୍କ ପରାମର୍ଶ ପରେ କିଛି ନିର୍ଦ୍ଦିଷ୍ଟ ସେଣ୍ଟରରେ ହିଁ ଟେଷ୍ଟ କରାଇ ପାରିବାର ନିୟମ ଜାରି କରା ଯାଇଥିଲା । ବିଶେଷଜ୍ଞଙ୍କ ଅନୁଯାୟୀ ଯଦି ଜଣେ କଣ୍ଟକଟ ଟ୍ରେସିଙ୍ଗ ଜରିଆରେ ସଂକ୍ରମିତ ହୁଅନ୍ତି ତେବେ ତାଙ୍କ ଠାରେ ଶ୍ୱାସ ଜନିତ ସମସ୍ୟା ଅଧିକ ଦେଖାଯାଇପାରେ ।

Download Coronavirus Video Effects, Overlays and Backgrounds - Video Production News

ଆଇସିଏମଆର ବା ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ତରଫରୁ କୋଭିଡ-19 ଟେଷ୍ଟିଙ୍ଗ ନେଇ ଜାରି କରାଯାଇଥିବା ନିୟମ ମାନରେ କିଛିଟା କୋହଲତା ଅଣାଯାଇଛି । କଣ୍ଟନମେଣ୍ଟ ଜୋନରେ ରହୁଥିବା ସମସ୍ତ ଲୋକଙ୍କର ଟେଷ୍ଟିଙ୍ଗ କରାଯିବା ନେଇ ନିର୍ଦ୍ଦେଶ ଦିଆଯାଇଛି । ଆଉ କୁହାଯାଇଛିଯେ ଏଣିକି କୋଭିଡ ଟେଷ୍ଟିଙ୍ଗ ପାଇଁ ଆଉ ଡାକ୍ତରଙ୍କ ପରାମର୍ଶ ବା ପ୍ରେସକ୍ରିପସନର ଆବଶ୍ୟକତା ପଡ଼ିବ ନାହିଁ । ସନ୍ଦିଗ୍ଧ ବ୍ୟକ୍ତି ନିଜର ଟେଷ୍ଟିଙ୍ଗ କରାଇପାରିବେ । ନିୟମରେ କୋହଲତା ଆସିବା କାରଣରୁ ଏବେ ଲୋକେ ଖୁବ ସହଜରେ ଓ ଯଥାଶୀଘ୍ର ଟେଷ୍ଟ କରାଇ ସେମାନେ କୋଭିଡ ପଜିଟିଭ କି ନୁହେଁ ସେବାବଦରେ ଜାଣି ପାରିବେ । ଏହା ସହ ଆଇସିଏମଆର ତରଫରୁ ନିମ୍ନୋକ୍ତ ଶ୍ରେଣୀରେ ଆସୁଥିବା ବ୍ୟକ୍ତିଙ୍କର ଟେଷ୍ଟିଙ୍ଗ ଯଥାଶୀଘ୍ର କରାଇନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ଟେଷ୍ଟିଙ୍ଗ କରାଇବା ପୂର୍ବରୁ ସେହି କ୍ଲିନିକ କିମ୍ବା ଲାବ୍ରୋଟୋରି ଆଇସିଏମଆର ପଂଜିକୃତ କି ନୁହେଁ ସେ ବାବଦରେ ଭଲ ଭାବରେ ଜାଣି ରଖିବା ଆବଶ୍ୟକ ।

– ଯେଉଁମାନଙ୍କର କୌଣସି ବଡ ଧରଣର ଅପରେସନ ହେବାକୁ ଥିବ ।

-ଯେଉଁ ମାନେ ହାଇ ରିସ୍କ କଣ୍ଟକଟରେ ଆସୁଥିବେ ବା କୋଭିଡ ରୋଗୀଙ୍କ ସହ ଅଧିକ ସମୟ କାଟୁଥିବେ ।

– ଯେଉଁ ମାନଙ୍କର ଶ୍ୱାସ ଜନିତ ସମସ୍ୟା ଥିବ ।

– ବା ଯେଉଁମାନେ ଇନଫ୍ଲୁଏଞ୍ଜାରେ ସଂକ୍ରମିତ ହୋଇଥିବେ ।

ଅନ୍ୟ ଥଣ୍ଡା ଜନିତ ରୋଗ ବା ଫ୍ଲୁ ସହିତ କୋଭିଡ ଲକ୍ଷଣ ମିଶୁଥିବାରୁ ଲୋକେ ଏହାକୁ ନେଇ ବି ଦ୍ବନ୍ଦରେ ପଡୁଛନ୍ତି । ଡାକ୍ତରଙ୍କ ଅନୁଯାୟୀ, ଥଣ୍ଡା ହେବାର ମାନେ ନୁହେଁ ଯେ ଜଣେ କୋଭିଡ ସଂକ୍ରମିତ । କିନ୍ତୁ ଯଦି ସାମାନ୍ୟ ଲକ୍ଷଣ ଦେଖାଯାଉଥାଏ ତେବେ ଟେଷ୍ଟ କରାଇନେବା ଉଚିତ । ଟେଷ୍ଟିଙ୍ଗ ନିୟମରେ କୋହଲତା ଅଣା ଯାଇଥିଲେ ମଧ୍ୟ ଡାକ୍ତରଙ୍କ ପରାମର୍ଶ ବିନା ଔଷଧ ସେବନକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.