Below header

ଆଇଆଇଟି ଜେଇଇ ଆଡଭାନ୍ସଡ୍‌ ୨୦୨୧ ରେଜିଷ୍ଟ୍ରେସନ ଏହି ତାରିଖରୁ ଆରମ୍ଭ ହେବ, ଜାଣନ୍ତୁ ଅପ୍‌ଡେଟ୍ସ, ସିଲାବସ ଓ ପ୍ରଶ୍ନପତ୍ର

ନୂଆଦିଲ୍ଲୀ : ୨୦୨୧ ମସିହା ଆଇଆଇଟିର ବିଭିନ୍ନ ପ୍ରୋଗ୍ରାମରେ ଆଡମିଶନ ପାଇଁ ଜେଇଇର ଆଡଭାନ୍ସ ପରୀକ୍ଷା ଚଳିତ ବର୍ଷ ଅକ୍ଟୋବର ୩ ତାରିଖରେ ହେବ ବୋଲି ଜଣାପଡ଼ିଛି । ଦେଶରେ ବଢ଼ିଚାଲିଥିବା କୋଭିଡ ସଂକ୍ରମଣ ସ୍ଥିତି ନେଇ କର୍ତ୍ତୃପକ୍ଷ ଏହି ପରୀକ୍ଷାକୁ ବାତିଲ କରିଥିଲେ । ଅଧିକ ସୂଚନା ପାଇଁ ପରୀକ୍ଷାର୍ଥୀ ଅଫିସିଆଲ େଓ୍ଵବସାଇଟ୍‌ jeeadv.ac.in ରେ ଲଗ୍‌ ଇନ୍‌ କରିପାରିବେ ।

ପ୍ରକାଶଯୋଗ୍ୟ ଯେ ୨୦୨୧ ର ଜେଇଇ ମେନ୍‌ସ ପରୀକ୍ଷା ସରିଯାଇଛି । ଖୁବ୍‌ ଶୀଘ୍ର ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇବ । ତେବେ ଜେଇଇ ଆଡଭାନ୍‌ସ ୨୦୨୧ ପାଇଁ ରେଜିଷ୍ଟ୍ରେସନ ପ୍ରୋସେସ ସେପ୍ଟେମ୍ବର ୧୧ ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୧୬ ରେ ସରିବ ବୋଲି ଏନ୍‌ଟିଏ ପକ୍ଷରୁ କୁହାଯାଇଛି । ରେଜିଷ୍ଟେଡ ପ୍ରାର୍ଥୀଙ୍କ ପାଇଁ ଫିଜ୍‌ ପଇଠ କରିବାର ଶେଷ ତାରିଖ ୨୦୨୧ ସେପ୍ଟେମ୍ବର ୧୭ ତାରିଖକୁ ସ୍ଥିର କରାଯାଇଛି । ୨୦୨୧ ଜେଇଇ ଆଡଭାନ୍ସ ର ଆଡମିଟ କାର୍ଡ ସେପ୍ଟେମ୍ବର ୨୫ ତାରିଖରୁ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି ।

୨୦୨୧ ମସିହା ଆଇଆଇଟି ଜେଇଇ ଆଡଭାନ୍ସ ର ଦୁଇଟି ପେପର ପାଇଁ ପରୀକ୍ଷା ୨୦୨୧ ମସିହା ଅକ୍ଟୋବର ୩ ତାରିଖରେ ହେବ । ପ୍ରଥମ ପେପର ଅକ୍ଟୋବର ୩ ତାରିଖ ସକାଳ ୯ଟାରୁ ୧୨ ଟା ଯାଏ ହେବ ଏବଂ ଦ୍ୱିତୀୟ ପେପର ସେହି ଦିନ ୨ ଟା ୩୦ ରୁ ୫ ଟା ୩୦ ଯାଏ ହେବ ବୋଲି ଜଣାପଡ଼ିଛି ।

୨୦୨୧ ଜେଇଇ ଆଡଭାନ୍ସ ପାଇଁ ପ୍ରୋଭିଜନାଲ ଉତ୍ତର ପତ୍ର ଅକ୍ଟୋବର ୧୦ ତାରିଖରେ ଦେଖାଯିବ । ଏବଂ ୨୦୨୧ ଜେଇଇ ଆଡଭାନ୍ସର ରେଜଲ୍ଟ ଅକ୍ଟୋବର ୧୫ ତାରିଖରେ ପ୍ରକାଶ ପାଇବ ।  ଆଇଆଇଟି ର ବିଭିନ୍ନ କୋର୍ସରେ ଆଡମିଶନ ନେବାକୁ ଚଳିତ ବର୍ଷ ୨୦୨୧ ଆଇଆଇଟି ଜେଇଇ ଆଡଭାନ୍ସ ପାଇଁ ପରୀକ୍ଷା ଆଇଆଇଟି ଖଡଗପୁର ପରିଚାଳନା କରୁଛି । ପରୀକ୍ଷା ସମ୍ପର୍କୀତ ସିଲାବସ ଓ ପୂର୍ବ ବର୍ଷର ପ୍ରଶ୍ନପତ୍ର ଆଦି ଚେକ୍‌ କରିବାକୁ ଚାହୁଁଥିଲେ ଅଫିସିଆଲ େଓ୍ଵବସାଇଟ jeeadv.ac.in. ରେ ଲଗ୍‌ ଇନ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.