ଆମେରିକାରେ ବରଫ ଝଡ଼ରେ ଅସ୍ତବ୍ୟସ୍ତ ଜନଜୀବନ, ଗଲାଣି ୬୦ ଜୀବନ, ଆଗକୁ ବଢିପାରେ ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ : ଆମେରିକାରେ ବରଫର ରାଜ । ବମ୍‌ ସାଇକ୍ଲୋନ୍‌ର ତାଣ୍ଡବ । ଆମେରିକାରୁ କାନାଡା ଯାଏ ସାଂଘାତିକ ସ୍ଥିତି । ପ୍ରବଳ ବରଫ ଝଡରେ ବେହାଲ ଆମେରିକାବାସୀ । ହଜାର ହଜାର ଲୋକଙ୍କ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି ତୁଷାରପାତ । ବରଫ ଘେରରେ ଅଛନ୍ତି ୫ କୋଟିରୁ ଅଧିକ ଲୋକ । ପାରଦ ମାଇନସ ୫୭ ଡିଗ୍ରୀକୁ ଖସିଛି । ବରଫ ଝଡ଼ରେ ଆମେରିକାରେ ପାଖାପାଖି ୬୦ଜଣଙ୍କ ମୃତ୍ୟୁ ହୋଇଛି । ଶତାଧିକ ଆହତ ହୋଇଛନ୍ତି । ବରଫରେ ଘୋଡେଇ ହୋଇରହିଥିବା କାର ଭିତରୁ ଅଧିକାଂଶ ମୃତଦେହ ଉଦ୍ଧାର ହେଉଛି ।

ଆଗକୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି । ଲୋକଙ୍କୁ ଜରୁରୀକାଳୀନ ସେବା ମିଳିପାରୁ ନାହିଁ । ଏବେବି ଅନେକ ଲୋକ ବରଫ ଝଡ଼ରେ ଫସିରହିଛନ୍ତି । ବରଫ ଝଡ଼ରେ ଫଶି ରହିଥିବା ଲୋକଙ୍କ ଉଦ୍ଧାର କାମ ଚାଲିଛି । କେବଳ ନ୍ୟୁୟର୍କର ସିଟି ଅଫ ବୋଫାଲୋରେ ୨୮ ଜଣଙ୍କ ମୃତ୍ୟୁ ହୋଇଛି । ହଜାର ହଜାର ବିମାନ ବାତିଲ ହୋଇଛି । ଏପଟେ ଜାପାନରେ ବି ବରଫ ଝଡ କମିବାର ନା ନେଉନାହିଁ । ୧୭ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ତୁଷାରପାତ ଯୋଗୁଁ ବିଦ୍ୟୁତ ସେବା ବ୍ୟାହତ ହୋଇଥିବାରୁ ହଜାର ହଜାର ଲୋକ ଅନ୍ଧାରରେ ଅଛନ୍ତି ।

ଆମେରିକାରେ ଆସିଥିବା ବରଫଝଡ ଫଳରେ ପ୍ରାୟ ୨୦କୋଟି ଲୋକ ପ୍ରଭାବିତ ହେଲେଣି । କେତେକ ଅଂଚଳ ଏବେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିଛି । ସବୁଠି ଅଧିକ ପ୍ରଭାବିତ ହୋଇଛି ଆମେରିକାର ନ୍ୟୁୟର୍କ ଓ ମୋଟନା ସହର । ଏଠାରେ ତାପାମାତ୍ରା ଏବେ ମାଇନସ୍ ୫୫ ଡିଗ୍ରୀରେ ପହଂଚିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.