ଶେଷ ପର୍ଯ୍ୟାୟରେ ସ୍ୱାଧୀନତା ଦିବସ ପାଇଁ ସମସ୍ତ ପ୍ରସ୍ତୁତି, ଚର୍ଚ୍ଚାରେ କାନପୁରର ଟ୍ରାଇକଲର ମିଠା

୭୩ତମ ସ୍ୱାଧୀନତା ଦିବସ ପାଳନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସମସ୍ତଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି। ସବୁଠାରୁ ଚର୍ଚ୍ଚାରେ ରହିଛି କାନପୁରର ଟ୍ରାଇକଲର ମିଠା। ସ୍ୱାଧୀନତା ଦିବସକୁ ଲକ୍ଷ୍ୟ କରି ଉତ୍ତରପ୍ରଦେଶର କାନପୁରରେ ଜଣେ ମିଠା ବ୍ୟବସାୟୀ ତିଆରି କରୁଛନ୍ତି ଟ୍ରିକଲର ମିଠା। ତ୍ରିରଙ୍ଗା ପତାକାର ତିନୋଟି ରଙ୍ଗ ଦେଇ ଦୋକାନୀ ଏପରି ମିଠା ପ୍ରସ୍ତୁତ କରୁଛନ୍ତି। ତ୍ରିରଙ୍ଗା କାଜୁ ରୋଲ, ତ୍ରିରଙ୍ଗା ଓ୍ଵାଟରମେଲନ ପରି ବହୁ ପ୍ରକାର ମିଠା କିଣିବାକୁ ଦୋକାନରେ ଗ୍ରାହକଙ୍କ ଭିଡ ଲାଗୁଛି।