ପୁଣି ଚିନ୍ତା ବଢ଼ାଇଲା ଭାଇରସ୍‌: ଗତ ୨୪ ଘଣ୍ଟାରେ ୩ହଜାର ୯୫ ନୂଆ କରୋନା ଆକ୍ରାନ୍ତ

ଲଗାତାର ଦ୍ୱିତୀୟ ଦିନରେ ୩ ହଜାର ଉପରେ ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩ହଜାର ୯୫ ନୂଆ ଆକ୍ରାନ୍ତ । ଗତ ୬ ମାସରେ ସର୍ବାଧିକ।

ନୂଆଦିଲ୍ଲୀ : ଦେଶରେ କାୟା ମେଲାଉଛି କରୋନା । ଲଗାତାର ଦ୍ୱିତୀୟ ଦିନରେ ୩ ହଜାର ଉପରେ ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩ହଜାର ୯୫ ନୂଆ ଆକ୍ରାନ୍ତ । ଗତ ୬ ମାସରେ ସର୍ବାଧିକ। ଗତବର୍ଷ ଅକ୍ଟୋବରରେ ଶେଷ ଥର ଦୈନିକ ସଂକ୍ରମିତଙ୍କ ସଂଖ୍ୟା ରହିଥିଲା ୩ହଜାର ୩୭୫ ।

ଗତକାଲି ଚିହ୍ନଟ ହୋଇଥିଲେ ୩ହଜାର ୧୬ ସଂକ୍ରମିତ। ୫ଟି ରାଜ୍ୟରେ ଅଧିକ ମାଡୁଛି କରୋନା । ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରୁ ୬୯୪ ପଜିଟିଭ୍‌ ବାହାରିଥିବା ବେଳେ କେରଳରୁ ୬୫୪, ଗୁଜରାଟରୁ ୩୮୧, ଦିଲ୍ଲୀରୁ ୨୯୫ ଓ କର୍ଣ୍ଣାଟକରୁ ଚିହ୍ନଟ ହୋଇଛନ୍ତି ୨୮୮ ଆକ୍ରାନ୍ତ । ୧୦ଟି ରାଜ୍ୟରେ ଦୈନିକ ସଂକ୍ରମଣ ଶହେ ଉପରେ ରହିଛି । ଦେଶରେ ଦୈନିକ ସଂକ୍ରମଣ ହାର ରହିଛି ୨.୬୧ ପ୍ରତିଶତ । ସଂକ୍ରମଣ ବଢିବା ସହ ଦେଶରେ କରୋନା ଆକ୍ଟିଭ୍‌ କେସ୍‌ ୧୫ ହଜାର ପାର କରିଛି । ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ରହିଛି ୧୫ହଜାର ୨୦୮ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.