ଦେଶରେ କମୁଛି କରୋନା ସଂକ୍ରମିତ ସଂଖ୍ୟା: ଗତ ୨୪ ଘଣ୍ଟା ଭିତରେ ୩୬ ହଜାର ୬୦୪ ଜଣ ନୂଆ ସଂକ୍ରମିତ ଚିହ୍ନଟ, ୫୦୧ ମୃତ

ନୂଆଦିଲ୍ଲୀ:  ଦିନ କୁ ଦିନ କମିଚାଲିଛି ଦୈନିକ କରୋନା ଆକ୍ରାନ୍ତ ସଂଖ୍ୟା । ଗତ ୨୪ ଘଣ୍ଟା ଭିତରେ ୩୬ ହଜାର ୬୦୪ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏହାକୁ ମିଶାଇ ମୋଟ ସଂକ୍ରମିତ ସଂଖ୍ୟା ୯୫ ଲକ୍ଷକୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ଭିତରେ ୫୦୧ ଜଣଙ୍କ ଜୀବନ ନେଇଛି ଏହି ମାରାତ୍ମକ ଭାଇରସ । ଏହାକୁ ମିଶାଇ ମୃତକ ସଂଖ୍ୟା ୧ ଲକ୍ଷ ୩୮ ହଜାର ୧୨୨ ଛୁଇଁଛି । ଅନ୍ୟପକ୍ଷରେ ଦେଶରେ ସଂକ୍ରମଣ ମୁକ୍ତ ହୋଇଥିବା ରୋଗୀଙ୍କ ସଂଖ୍ୟା ୮୯ ଲକ୍ଷ ପାର ହୋଇଛି ।

ଗତ ୨୪ ଘଣ୍ଟା ଭିତରେ ୪୩ ହଜାର ୦୬୨ ଜଣ ଆକ୍ରାନ୍ତ ରୋଗକୁ ମାତ ଦେଇ ଫେରିଥିବା ବେଳେ ୮୯ ଲକ୍ଷ ୩୨ ହଜାର ୬୪୭ ଛୁଇଁଛି ସୁସ୍ଥ ସଂଖ୍ୟା । ବର୍ତ୍ତମାନ ସମୟରେ ଦେଶର ବିଭିନ୍ନ ସ୍ଥାନରେ ୪ ଲକ୍ଷ ୨୮ ହଜାର ୬୪୪ ଟି ସକ୍ରିୟ ମାମଲା ରହିଛି । ଯଦି ବିଶ୍ୱ ସ୍ଥିତିକୁ ଦେଖାଯାଏ ତେବେ ଏଯାବତ ଦେଶରେ ୬ କୋଟି ୪୧ ଲକ୍ଷ ୯୪ ହଜାର ୬୭୪ରେ ପହଁଚିଥିବା ବେଳେ ଏଯାବତ ୧୪ ଲକ୍ଷ ୮୬ ହଜାର ୮୨୯ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ଯେବେକି ସଂକ୍ରମଣ ମୁକ୍ତ ୪ କୋଟି ୪୪ ଲକ୍ଷ ୪୧ ହଜାର ୨୪୯ ଛୁଇଁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.