ଦେଶରେ କରୋନାକୁ ନେଇ ଆଶ୍ଵସ୍ତିକର ଖବର, ୯୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମିତ ସଂଖ୍ୟା

ନୂଆଦିଲ୍ଲୀ: ଲଗାତାର କିଛି ଦିନ ଧରି ଦେଶରେ କରୋନା ସଂକ୍ରମିତ ସଂଖ୍ୟା ବଢିଚାଲିଥିବା ବେଳେ ରବିବାର କିନ୍ତୁ ଏହି ସଂଖ୍ୟାରେ କିଛିଟା ହ୍ରାସ ଘଟିଥିବା ଜଣାଯାଇଛି । ଅନେକ ଦିନର ବ୍ୟବଧାନ ପରେ ରବିବାର ଦିନ ୯୦ ହଜାରରୁ କମ ସଂଖ୍ୟକ ମାମଲା ସାମ୍ନାକୁ ଆସିଛି । ଗତ ୨୪ ଘଣ୍ଟା ଭିତରେ ୮୬ ହଜାର ୯୬୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଏଭିତରେ କରୋନା ସଂକ୍ରମିତ ସଂଖ୍ୟା ୫୪.୮୭ ଲକ୍ଷ ଛୁଇଁଛି ।

ମୋଟ ରୂପରେ ଦେଖିଲେ, ଏଯାବତ ୫୪ ଲକ୍ଷ ୮୭ ହଜାର ୫୮୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯେବେକି ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୧୧୩୦ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୮୭ ହଜାର ୮୮୨ ଛୁଇଁଛି । ଏଭିତରେ ୧୦ ଲକ୍ଷ ୩ ହଜାର ୨୯୯ଟି ସଂକ୍ରମିତ ମାମଲା ଥିବା ବେଳେ ୪୩ ଲକ୍ଷ ୯୬ ହଜାର ୩୯୯ ଜଣ ସୁସ୍ଥ ହୋଇ ଫେରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.