ମାଟି ମା ପରି ଆସନ୍ନ ପ୍ରସବାଙ୍କ ଜୀବନ ରକ୍ଷା କଲେ ଭାରତୀୟ ସେନା, ଭିଡିଓ ଦେଖି ସାରଦେଶ କରୁଛି  ସଲାମ

ଭାରତୀୟ ସେନାର ୭୨ ତମ ସେନା ଦିବସରେ ଭାରତୀୟ ସେନାର ବିରତ୍ବର ଗାଥା ବଖାଣିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ମୋଦି ନିଜ ଟ୍ବିଟର ଆକାଉଣ୍ଟରେ ସେନାର ବରତ୍ବ  ନେଇ ଖୁବ ପ୍ରଶଂସା କରିଛନ୍ତି। ସେ କହିଛନ୍ତି  ସେନା ଭାରତର ଗୌରବ ଅଟନ୍ତି ତେଣୁ  ସୈନିକର ସାହାସ ଓ ପରାକ୍ରମ ପାଇଁ ସେ ଓ ଦେଶ ସମଗ୍ର ସେନାକୁ ସାଲ୍ୟୁଟୁ କରୂଛନ୍ତି। ମୋଦି କହିଛନ୍ତି ଆମ ସେନା ନିଜର ବିରତା ଓ ଦକ୍ଷତା ପାଇଁ  ଜଣା ଯାଇଥାଏ। ସେନାର ମାନବୀୟ ଭାବନା ପାଇଁ  ସମ୍ମନା ମଧ୍ୟ କରାଯାଇଥାଏ। ଯେତେବେଳ ବି ଲୋକଙ୍କ ସାହାର୍ଯ୍ୟର ଆବଶ୍ୟକତା ପଡିଥାଏ ସେତେବେଳେ ଆମର ସେନା ସେଠାରେ ଉପସ୍ଥିତ ହୋଇଯାଇଥାଏ ଓ ନିଜ ପାରୁ ପର୍ଯ୍ୟନ୍ତ ସାହାର୍ଯ୍ୟ କରିଥାଏ । ସେଥିପାଇଁ ଆମର ସେନା ଉପରେ ଆମେ ଗର୍ବ କରିଥାଉ।

ଭାରତୀୟ ସେନାର ଚୀନାର ଯବାନ, ଯେଉଁମାନେ ଭାରତୀୟ ସୀମାରେ ମୁତୟନ ହୋଇଛନ୍ତି ସେମାନଙ୍କର ଏକ ଭିଡିଓ ଟ୍ବିଟରରେ ସେୟାର ହୋଇଛି।  ଯେଉଁଥିରେ ଦେଖାଯାଛି   ୧୦୦ ଜଣ ସେନାର ଯବାନ ଜଣେ ଆସନ୍ନ ପ୍ରସବା ମହିଳାଙ୍କୁ ନିଜ କାନ୍ଧରେ ବୋହି ମାଇଲ ମାଇଲ ବାଟ ବରଫ ବର୍ଷା ଓ  ବରଫ ରାସ୍ତାରେ ଚାଲିଛନ୍ତି। ସାଙ୍ଗରେ ୩୦ ଜଣ ସାଧାରଣ ଲୋକ ଯବାନଙ୍କ ସହ ପାଖାପାଖି ୪ ଘଣ୍ଟା ଚାଲିବା ପରେ  ପ୍ରସୂତିଙ୍କୁ ଡାକ୍ତରଖାନାରେ ପହଞ୍ଚାଇଥିଲେ। ସେଠାରେ ମହିଳ ଜଣକ ଏକ ସନ୍ତାନ ଜନ୍ମ କରିଥିଲେ । ସେଠାରେ ଉଭୟ ସନ୍ତାନ ଓ ମା  ସୁରକ୍ଷିତ ଥିବା ଜଣା ପଡିଛି। ଏହି ଦୃଶ୍ୟଟି ଚାଇନା ବର୍ଡର ନିକଟର ବୋଲି ଜଣା ପଡିଛି ।

ଏହି ଘଟଣା ପରେ ଭାରତୀୟ ସେନାର  ବିରତ୍ବ  କର୍ତ୍ତବ୍ୟନିଷ୍ଠ  ପାଇଁ ସବୁଆଡୁ ପ୍ରଶଂସାର ସୁଅ ଛୁଟିଛି। ଏହାକୁ ଭାରତୀୟ ସେନାର ୭୨ ତମ ପ୍ରତିଷ୍ଠା ଦିବସରେ ଅନେକ ସୋସିଆଲ ମିଡିଆ ୟୂଜର୍ସ ସେୟାର କରି ସେନାର  ପରାକ୍ରମ ଓ ମାନବିକତାର ନିଦର୍ଶନକୁ ଭୂୟସୀ ପ୍ରଶଂସା କରିବା ସହ ସାଲ୍ୟୁଟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.