ରୁଷରେ ଚୀନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ରାଜନାଥ ସିଂହ, ସୀମା ବିବାଦକୁ ନେଇ କଲେ ଆଲୋଚନା

LACରେ ଲାଗି ରହିଥିବା ଉତ୍ତେଜନା ମଧ୍ୟରେ ଚୀନ୍‌ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ରାଜନାଥ ସିଂହ । ତିନି ଦିନିଆ ରଷିଆ ଗସ୍ତରେ ଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଚାଇନା ପ୍ରତିରକ୍ଷା ମନ୍ତ୍ରୀ ୱାଇ ଫେଙ୍ଗେଙ୍କୁ ଭେଟିଛନ୍ତି । ରୁଷ ରାଜଧାନୀ ମସ୍କୋରେ ଆୟୋଜିତ “ସାଂଘାଇ କୋପରେସନ ଅର୍ଗାନାଇଜେସନ”- ପ୍ରତିରକ୍ଷା ମନ୍ତ୍ରୀ ବୈଠକ ପରିପ୍ରେକ୍ଷୀରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି । ଦୁଇ ଜଣଙ୍କ ମଧ୍ୟରେ ୨ ଘଣ୍ଟାରୁ ଅଧିକ ସମୟ ଧରି ବୈଠକ ହୋଇଥିଲା । ଭାରତ-ଚୀନ ସୀମାବର୍ତ୍ତୀ ପୂର୍ବ ଲଦାଖ୍‌ରେ କିପରି ଶାନ୍ତି ପ୍ରତିଷ୍ଠା ହେବ, ସେ ନେଇ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ସୂଚନା ମିଳିଛି ।

ପୂର୍ବ ଲଦାଖ୍‌ରେ ଲାଇନ୍‌ ଅଫ୍‌ ଆକ୍‌ଚଆଲ କଣ୍ଟ୍ରୋଲ-ଏଲ୍‌ଏସିରୁ ସେନା ଓହରିବା ଓ ଉତ୍ତେଜନା ହ୍ରାସ କରିବା ପ୍ରସଙ୍ଗକୁ ନେଇ ଉଭୟ ନେତାଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ଧ୍ୟାନ ଦିଆଯାଇଥିଲା । ଗତ ତିନି ମାସ ହେଲା ପୂର୍ବ ଲଦାଖରେ ଚାଇନା ସେନାର ଅନୁପ୍ରବେଶକୁ ନେଇ ବିବାଦ ଲାଗି ରହିଛି । ଏହି ବିବାଦକୁ ନେଇ ଗତ ଜୁନ ମାସରେ ଭାରତୀୟ ସେନାର ୨୦ ଯବାନ ସହିଦ ହୋଇଛନ୍ତି । ଏହା ପରଠାରୁ ୫ ଥର କମାଣ୍ଡର ସ୍ତରୀୟ ଆଲୋଚନା ହୋଇସାରିିଛି । କିନ୍ତୁ ଆଲୋଚନା ଫେଲ୍‌ ମାରିବା ପରେ ଏବେ ଗତ ୫ ଦିନ ହେଲା ଉଭୟ ଦେଶ ମଧ୍ୟରେ ବ୍ରିଗେଡିୟର ସ୍ତରୀୟ ଆଲୋଚନା ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.