ଚୀନ୍ ବିରୋଧରେ ଭାରତର ପୁଣି ଡିଜିଟାଲ୍ ଷ୍ଟ୍ରାଇକ୍: ୨୩୨ ଚାଇନିଜ ଆପକୁ ବ୍ୟାନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ଚାଇନିଜ ଆପ ଉପରେ ପୁଣି ଥରେ ଡିଜିଟାଲ୍‌ ଷ୍ଟ୍ରାଇକ୍‌ । ୨୩୨ ଚାଇନିଜ ଆପକୁ ବ୍ୟାନ କଲେ କେନ୍ଦ୍ର ସରକାର । ୧୩୮ ସଟ୍ଟା ବ୍ୟବସାୟ କରୁଥିବା ଏବଂ ୯୪ ଋଣ ପ୍ରଦାନକାରୀ ଚୀନ୍‌ ଆପକୁ ଭାରତ ସରକାରଙ୍କ ପକ୍ଷରୁ ପ୍ରତିବନ୍ଧକ ଲଗାଯାଇଛି । ଗୃହ ମନ୍ତ୍ରାଳୟର ପରାମର୍ଶ ପରେ ଏହି ସବୁ ଆପକୁ ବ୍ୟାନ କରିବାର ପ୍ରକ୍ରିୟା ଆରମ୍ଭ କରିଛି ସୂଚନା ଓ ପ୍ରଯୁକ୍ତି ମନ୍ତ୍ରାଳୟ । ଏହି ସବୁ ଆପ ଗୁଡିକ ଆଇଟି ଆକ୍ଟର ଧାରା ୬୯ର ଉଲଙ୍ଘନ କରୁଥିଲେ । ବେଆଇନ ଭାବେ ଲୋକଙ୍କ ଠାରୁ ଆଦାୟ କରୁଥିଲେ ଅର୍ଥ । ଏସମ୍ପର୍କିତ ଅଭିଯୋଗ ଆସିବା ପରେ ଭାରତ ସରକାରଙ୍କ ପକ୍ଷରୁ ଏହି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି ।

ଗତ ୬ ମାସ ତଳେ କେନ୍ଦ୍ର ଗୃହ ମନ୍ତ୍ରାଳୟ ୨୮ଟି ଚାଇନିଜ ଲୋନ୍ ଲେଣ୍ଡିଂ ଆପ୍ ଚିହ୍ନଟ କରି ତାହାର ସମୀକ୍ଷା କରିଥିଲା । ମାତ୍ର ପରେ ଜଣାପଡିଥିଲା ଯେ ଇ-ଷ୍ଟୋରରେ ୯୪ଟି ଲୋନ ଲେଣ୍ଡିଂ ଆପ୍ ରହିଛି ଓ ସେଗୁଡ଼ିକ ତୃତୀୟ ପକ୍ଷ ଲିଙ୍କରେ କାର୍ଯ୍ୟକାରୀ ହୋଇଥାଏ । ଏହି ବିପଦଜନକ ଆପଗୁଡିକ ଜରିଆରେ ବ୍ୟକ୍ତି ବିଶେଷଙ୍କୁ ବ୍ଲାକମେଲ କରାଯାଇଥାଏ । ସେମାନଙ୍କ ବହୁ ଗୋପନ ତଥ୍ୟ ହାସଲ କରାଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.