ରନୱେରୁ ଫେରିଲା ଗଡ଼କରୀଙ୍କ ବିମାନ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ବସିଥିବା ଇଣ୍ଡିଗୋ ବିମାନ ଛାଡ଼ିବା ପାଇଁ ପ୍ରସ୍ତୁତ ଥିଲା। ବିମାନଟି ରନ୍‌ୱେରେ ମଧ୍ୟ ଗଡ଼ିବା ଆରମ୍ଭ କରିଥିଲା। କିନ୍ତୁ ହଠାତ୍‌ ଏଥିରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପାଇଲଟ୍‌ ଏହାର ଉଡ଼ାଣକୁ ରନ୍‌ୱେରୁ ହିଁ ବାତିଲ କରିବାକୁ କହିଥିଲେ।

ଫଳରେ ଏକ ନିଶ୍ଚିତ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ପାରିଛି। ବିମାନରେ ୧୫୯ ଜଣ ଯାତ୍ରୀ ରହିଥିଲେ। ଗଡ଼କରୀ ଆଜି ଇଣ୍ଡିଗୋ ବିମାନ-୬ଇ ୬୩୬ରେ ନାଗପୁରରୁ ଦିଲ୍ଲୀ ଯିବାର ଥିଲା। ହେଲେ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବିମାନର ଉଡ଼ାଣକୁ ରନ୍‌ୱେରୁ ହିଁ ବାତିଲ କରାଯାଇଥିବା ଇଣ୍ଡିଗୋ ପକ୍ଷରୁ କୁହାଯାଇଛି। ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଯିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।