ବଡ଼ ଷଡ଼ଯନ୍ତ୍ରର ଖୁଲାସା: ଗଲ୍ଫ ଦେଶଗୁଡିକରେ ଭାରତ ପ୍ରତି ଘୃଣାଭାବ ପ୍ରସାର କରୁଛି ISI, ତିଆରି ହୋଇଛି ଅନେକ ଫେକ ଆକାଉଣ୍ଟ

ଟୁଇଟର ଏବଂ ଅନ୍ୟ ସୋସିଆଲ ମିଡ଼ିଆ ଜରିଆରେ ଗଲ୍ଫ ଦେଶ(ବାହାରିନ, କୁଏତ, ଓମାନ, ସାଉଦି ଆରବ, କ୍ୱାତର ଏବଂ UAE)ରେ ଭାରତ ପ୍ରତି ଘୃଣାଭାବ ପ୍ରସାର କରାଯାଉଛି। ଭାରତର ସୁରକ୍ଷା ଏଜେନ୍ସିଗୁଡିକ ପାକିସ୍ତାନରୁ ଅପରେଟ ହେଉଥିବା ଫେକ ଆକାଉଣ୍ଟର ଡୋସିୟର୍ସ ପ୍ରସ୍ତୁତ କରିଛନ୍ତି। ଗଲ୍ଫ ଦେଶଗୁଡିକର ସମ୍ଭ୍ରାନ୍ତ ପରିବାର ଏବଂ ଜଣାଶୁଣା ଲୋକଙ୍କ ନାଁରେ ISI ଅନେକ ଫେକ ଆକାଉଣ୍ଟ ତିଆରି କରିଛି। ଏହା ଜରିଆରେ ଭାରତ ବିରୋଧରେ ଆପତ୍ତିଜନକ ପୋଷ୍ଟ ସେୟାର କରାଯାଉଛି।

ଏହି ସବୁ ଫେକ ଆକାଉଣ୍ଟର ଲୋକେଶନ ଗଲ୍ଫ ଦେଶରେ ଦେଖାଉଛି। ତେବେ ପ୍ରକୃତ କଥା ହେଉଛି, ଏ ସବୁ ପାକିସ୍ତାନୀ ଟୁଇଟର ଆକାଉଣ୍ଟ। ପାକିସ୍ତାନର ଏଜେନ୍ସିଗୁଡିକ ଗଲ୍ଫ ଦେଶରେ ଏହି ଗୁଜବ ପ୍ରଚାରିତ କରୁଛନ୍ତି ଯେ ଭାରତରେ ମୁସଲମାନ ସୁରକ୍ଷିତ ନାହାନ୍ତି। ଯେତେବେଳେ ଓମାନ ପ୍ରିନ୍ସେସ Mona bint Fahdଙ୍କ ନାଁରେ ଏକ ଫେକ ଆକାଉଣ୍ଟ ଜରିଆରେ ଭାରତ ବିରୋଧରେ ଏକ ପୋଷ୍ଟ ସେୟାର କରାଯାଇଥିଲା, ସେତେବେଳେ ପାକିସ୍ତାନର ଏହି ଷଡ଼ଯନ୍ତ୍ରର ଖୁଲାସା ହୋଇଥିଲା।

32

ଏହାକୁ ପାକିସ୍ତାନ ଆର୍ମିଙ୍କ ଅଫିସିଆଲ ଟୁଇଟର ଆକାଉଣ୍ଟ ଜରିଆରେ ଟ୍ରେଣ୍ଡ କରିବାକୁ ପ୍ରୟାସ କରାଯାଇଥିଲା। ଭାରତୀୟ ଏଜେନ୍ସି ଏମିତି ହଜାର ହାଜର ସଂଖ୍ୟାରେ ଫେକ ଆକାଉଣ୍ଟ ଚିହ୍ନଟ କରିଛି, ଯାହାକି ପାକିସ୍ତାନରୁ ଅପରେଟ ହେଉଛି। କିନ୍ତୁ ଏହାର ପରିଚୟ ଲୁଚାଇ ଲୋକେଶନ ଗଲ୍ଫ ଦେଶରେ ଦର୍ଶାଯାଉଛି, ଯେପରି ଭାରତ ଏବଂ ଗଲ୍ଫ ଦେଶଗୁଡିକ ମଧ୍ୟରେ ସମ୍ପର୍କ ଖରାପ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.