Below header

ଲକଡାଉନ ସମୟରେ ନିଜକୁ ରଖିବାକୁ ଚାଁହୁଛନ୍ତି କି ଫିଟ ? ତାହେଲେ ତୁରନ୍ତ ଡାଉନଲୋଡ଼ କରନ୍ତୁ ଏହି ମୋବାଇଲ ଆପ

ଦେଶ ଲକଡାଉନ ହୋଇ ଥିବାରୁ ଲୋକମାନେ ଏବେ ଘରେ ରହୁଛନ୍ତି । ବିଶେଷକରି ଯେଉଁମାନେ ବ୍ୟାୟାମ କରିବାକୁ ଅଧିକା ପସନ୍ଦ କରନ୍ତି ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିସ୍ଥଳେ ସେହି ଲୋକମାନେ ଗୁଗୁଲ୍ ପ୍ଲେ ଷ୍ଟୋରରୁ ଫିଟନେସ୍ ଆପ୍ ବ୍ୟବହାର କରି ଘରେ ବ୍ୟାୟାମ କରିପାରିବେ । ତେବେ ସବୁଠାରୁ ବଡ଼ କଥା ହେଉଛି ଏଥିପାଇଁ ସେମାନଙ୍କୁ କୌଣସି ପ୍ରକାରର ଉପକରଣ କିମ୍ବା ଯନ୍ତ୍ରର ଆବଶ୍ୟକତା ପଡିବ ନାହିଁ । ନିକଟରେ ଏକ ରିପୋର୍ଟରୁ ଜଣାପଡିଛି ଯେ ଭାରତର ପ୍ରାୟ 60 ପ୍ରତିଶତ ଲୋକ ଫିଟନେସ୍ ଆପ୍ ଡାଉନଲୋଡ୍ କରିଛନ୍ତି । ଏପରି ପରିସ୍ଥିତିରେ, ଯଦି ଆପଣ ମଧ୍ୟ ଘରେ ୱାର୍କଆଉଟ୍ କରିବାକୁ ଚାହାଁନ୍ତି, ତେବେ ଆମେ ଆପଣଙ୍କୁ କିଛି ବିଶେଷ ଫିଟନେସ୍ ଆପ୍ ବିଷୟରେ ସୂଚନା ଦେବୁ । ତାହେଲେ ଆସନ୍ତୁ ଏହି ଆପଗୁଡ଼ିକ ବିଷୟରେ ବିସ୍ତୃତ ଭାବରେ ଜାଣିବା ।

Nike Traing Club

ନାଇକ୍ ର ଏହି ଫିଟନେସ୍ ଆପ୍ ବହୁତ ଚମତ୍କାର ଅଟେ । ଏହି ଆପରେ ଆପଣ ପ୍ରାୟ 185 ଦିନ ପର୍ଯ୍ୟନ୍ତ ମାଗଣାରେ ୱାର୍କଆଉଟ୍ କରିପାରିବେ । ଯେଉଁଥିରେ ଏନର୍ଜି, ମୋବିଲିଟି ଏବଂ ଯୋଗ ବିଷୟରେ ସୂଚନା ରହିବ । ତାସହିତ ଏହି ଆପର ନାଇକ୍ ମାଷ୍ଟର ଟ୍ରେନର ଫିଚର ଆପଣଙ୍କୁ ବ୍ୟାୟାମ ସମ୍ବନ୍ଧୀୟ ସଠିକ୍ ସୂଚନା ଦେବ ଏବଂ ରୁଟିନ୍ ଉପରେ ଧ୍ୟାନ ଦେବାରେ ମଧ୍ୟ ସାହାଯ୍ୟ କରିବ ।

Loose Weight 30 Days

ଓଜନ ହ୍ରାସ କରିବା ପାଇଁ ଏହି ମୋବାଇଲ୍ ଆପକୁ ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଛି । ଏଥିରେ ଆପଣ ବ୍ୟାୟାମରୁ ଡାଏଟ୍ ପର୍ଯ୍ୟନ୍ତ ସମସ୍ତ ସୂଚନା ପାଇବେ । ଯାହାଫଳରେ ଆପଣ ସଠିକ୍ ଭାବରେ ଓଜନ ହ୍ରାସ କରିବାରେ ସମର୍ଥ ହେବେ । ଏହା ବ୍ୟତୀତ, ଏହି ଆପ୍ ଗୁଗୁଲ୍ ଫିଟ୍ ସହିତ ଲିଙ୍କ୍ ହୋଇପାରିବ । ଯାହା ଦ୍ୱାରା ଆପଣଙ୍କ ଆକ୍ଟିଭିଟିକୁ ଟ୍ରାକ୍ କରାଯାଇପାରିବ ଏବଂ କ୍ୟାଲୋରୀ ଉପରେ ନଜର ରଖାଯାଇପାରିବ ।

These Are the 8 Most Important Fitness Trends of the Year

Freeletics ମୋବାଇଲ୍ ଆପ୍ 

ଫ୍ରିଲେଟିକ୍ସ ଏକ ଆଶ୍ଚର୍ଯ୍ୟଜନକ ମୋବାଇଲ୍ ଆପ୍ । ଉପଭୋକ୍ତାମାନେ ଏହି ଆପରେ ବିଭିନ୍ନ ପ୍ରକାରର ବ୍ୟାୟାମ ପାଇପରିବେ । ଯାହାଦ୍ୱାରା ସେମାନେ ନିଜ ଘରେ ନିଜକୁ ଫିଟ୍ ରଖିବାରେ ସକ୍ଷମ ହେବେ । ଏହି ଆପର ପେଡ ଭର୍ସନ ମଧ୍ୟ ଉପଲବ୍ଧ । ଯେଉଁଥିରେ ଉପଭୋକ୍ତାମାନେ ଏକ କଷ୍ଟୋମାଇଜ୍ ଫିଟନେସ୍ ପ୍ରୋଗ୍ରାମ୍ ପାଇପାରିବେ । ଏହି ଆପକୁ ଆପଣ ଗୁଗୁଲ୍ ପ୍ଲେ ଷ୍ଟୋରରୁ ଡାଉନଲୋଡ୍ କରିପାରିବେ ।

Fitbit ମୋବାଇଲ୍ ଆପ୍ 

ଫିଟବିଟ୍ ମୋବାଇଲ୍ ଆପ୍ ଫ୍ରିଲେଟିକ୍ସ ଆପ୍ ପରି କାମ କରେ । ଉପଭୋକ୍ତାମାନେ ଏହି ଆପରେ ୱାର୍କଆଉଟ୍ ଭିଡିଓ ପାଆନ୍ତି । ଯାହା ସେମାନଙ୍କୁ ବ୍ୟାୟାମ କରିବାରେ ସାହାଯ୍ୟ କରିବ । ଏହି ଆପରେ ଫିଟବିଟ୍ ରେଡିଓ ମଧ୍ୟ ଦିଆଯାଇଛି ଯାହାକି ବ୍ୟାୟାମ ସମୟରେ ମୋଟିଭେସନାଲ୍ ଗୀତ ପ୍ଲେ କରିଥାଏ । ଏହି ଆପକୁ ଆପଣ ଗୁଗୁଲ୍ ପ୍ଲେ ଷ୍ଟୋରରୁ ଡାଉନଲୋଡ୍ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.