ଇମ୍ରାନ ଖାନଙ୍କୁ ଦୁଇ ସପ୍ତାହର ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ପାକିସ୍ତାନ ହାଇକୋର୍ଟ

ଇମ୍ରାନ ଖାନଙ୍କ ଉପରେ ଆସିଥିବା ଅଭିଯୋଗ ଉପରେ ସ୍ଥଗିତାଦେଶ ଜାରି । ହାଇକୋର୍ଟର ମୁଖ୍ୟ ବିଚାରପତି ଆମେର ଫାରୁକ୍‌ ଏହାର ଶୁଣାଣି କରିଛନ୍ତି । ଇମ୍ରାନଙ୍କ ବିରୁଦ୍ଧରେ ୧୨୦ରୁ ଅଧିକ ମାମଲା ରହିଛି ।

କେନ୍ୟୁଜ୍‌(ବ୍ୟୁରୋ): ଇମ୍ରାନ ଖାନଙ୍କୁ ମିଳିଛି ଦୁଇ ସପ୍ତାହର ସର୍ତ୍ତମୂଳକ ଜାମିନ । ଇସଲାମାବାଦ ହାଇକୋର୍ଟ ଶୁକ୍ରବାର ତୋଶାଖାନା ମାମଲାରେ ଇମ୍ରାନ ଖାନଙ୍କୁ ଏହି ଜାମିନ ପ୍ରଦାନ କରିଛନ୍ତି । ଏହସାହ ଇମ୍ରାନଙ୍କ ଉପରେ ଆସିଥିବା ଅଭିଯୋଗ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି । ହାଇକୋର୍ଟର ମୁଖ୍ୟ ବିଚାରପତି ଆମେର ଫାରୁକ୍‌ ଏହାର ଶୁଣାଣି କରିଛନ୍ତି । ଇମ୍ରାନଙ୍କ ଓକିଲ ଶୁଣାଣି ପୂର୍ବରୁ କହିଥିଲେ ପାକିସ୍ତାନ ନିର୍ବାଚନ କମିଶନ ତାଙ୍କ କ୍ଲାଇଣ୍ଡଙ୍କ ବିରୋଧରେ କୌଣସି ଅଭିଯୋଗ ଆଣିନାହାଁନ୍ତି । ବିଚାରପତି ଫାରୁକ୍‌ କହିଥିଲେ ଆମେ ଷ୍ଟେଟମେଣ୍ଟ ରେକର୍ଡିଂ ସମୟରୁ ଏହି କେସକୁ ଦେଖି ଆସୁଛୁ । ଶୁଣାଣି ପାଇଁ ଏହି ମାମଲା ଗ୍ରହଣୀୟ ନୁହେଁ । ଇମ୍ରାନଙ୍କ ଓକିଲଙ୍କ ଯୁକ୍ତି ପରେ କୋର୍ଟ ଇମ୍ରାନଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗ ଉପରେ ସ୍ଥଗିତାଦେଶ ଜାରି କରିବା ସହ ମାମଲାର ବିଚାର ଉପରେ ମଧ୍ୟ ସ୍ଥଗିତାଦେଶ ଜାରି କରି ତଳ କୋର୍ଟକୁ ଆଦେଶ ଦେଇଥିଲେ ।

ଗୁରୁବାର ପାକିସ୍ତାନ ପାକିସ୍ତାନ ସୁପ୍ରିମ କୋର୍ଟ ଇମ୍ରାନଙ୍କ ଗିରଫଦାରି ଆଇନ ସମ୍ମତ୍ତ ନୁହଁ ବୋଲି କହିଥିଲେ । ଏହାସହ ତୁରନ୍ତ ଜେଲରୁ ମୁକ୍ତ କରିବା ପାଇଁ ଆଦେଶ ଜାରି କରିଥିଲେ । ଇମ୍ରାନଙ୍କ ବିରୋଧରେ ୧୨୦ରୁ ଅଧିକ ମାମଲା ରହିଛି । କୋର୍ଟଙ୍କ ଏହି ଆଦେଶକୁ ତାଙ୍କ ସମର୍ଥନ ସ୍ୱାଗତ କରିଥିଲେ । ଇମ୍ରାନ ଗିରଫ ହେବାପରେ ପାକିସ୍ତାନ ଅଶାନ୍ତ ହୋଇ ପଡ଼ିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.